ଦେଶ ବିଦେଶ ମନୋରଞ୍ଜନ

ବିବାଦରେ ଗାୟକ କ୍ରିସ୍ ବ୍ରାଉନ୍, ମହିଳାଙ୍କୁ ନିଶା ଦେଇ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ, ୨୯/୦୧: ବିବାଦରେ ସିଙ୍ଗର ତଥା ପପ୍ ଗାୟକ କ୍ରିସ୍ ବ୍ରାଉନ । ଜଣେ ମହିଳାଙ୍କୁ ଦୁଷ୍କର୍ମ ମାମଲାରେ ତାଙ୍କ ବିରୋଧରେ ମାମଲା ଦାଖଲ ହୋଇଚି । ଯାହାରକୁ ନେଇ କ୍ରିସଙ୍କ ପାଇଁ ଅଡୁଆ ବଢିବାରେ ଲାଗିଛି ।

ପୀଡିତା ମହିଳା କହିଛନ୍ତି ଯେ, କ୍ରିସ୍ ତାଙ୍କୁ ନିଶା ଦେଇ ଦୁଷ୍କର୍ମ କରିଥିଲେ । ପୀଡିତା ନେଆର୍ ଆଣ୍ଡ୍ ବି ଷ୍ଟାରଙ୍କୁ ୨୦ ମିଲିୟନ ଡଲାରର କ୍ଷତିପୂରଣ ଦାବି କରିଛନ୍ତି । ପୀଡିତା ମହିଳା ଜଣଙ୍କ ଜେନ୍ ଡୋକ୍ ବୋଲି ଜଣାପଡିଛି ।

ତେବେ ଦାଖଲ ହୋଇଥିବା ମାମଲା ଅନୁସାରେ, କ୍ରିସ୍ ୨୦୨୦ ମସିହା ଡିସେମ୍ବର ୩୦ ତାରିଖରେ ପୀଡିତାଙ୍କୁ ଡାକିଥିଲେ । ତାଙ୍କୁ ମିୟାମି ପହଁଚିବାକୁ କହିଥିଲେ । ଏହାପରେ ସେ ମହିଳାଙ୍କୁ କିଛି ପିଇବାକୁ ଦେଇଥିଲେ । ଏହାପରେ ମହିଳା ଅସ୍ଥିର ଅନୁଭବ କରିଥିଲେ । କିଛି ଜାଣିପାରି ନଥିଲେ । ଏହାପରେ ତାଙ୍କୁ ଏକ କୋଠରୀକୁ ନେଇ ଦୁଷ୍କର୍ମ କରିଥିଲେ ।

ଜେନଙ୍କ ଓକିଲ ଆରିଅଲ ମିଚେଲ ଓ ଜର୍ଜ ଭ୍ରାବେକ୍ କହିଛନ୍ତି ଯେ, କ୍ରିସ୍ ତାଙ୍କ ମହୋକିଲଙ୍କୁ ମାଡ ମଧ୍ୟ ମାରିଛନ୍ତି । ସେ ଭୟରେ ଏକଥା ପୋଲିସରେ କହିନାହାଁନ୍ତି । ଏହି ମାମଲା ଆଗକୁ ରୁଜୁ ହୋଇପାରେ ବୋଲି ସେମାନେ କହିଛନ୍ତି ।

ଘଟଣାକୁ ନେଇ କ୍ରିସ୍ କହିଛନ୍ତି ଯେ, ସେ ଯେବେ ବି କିଚି ନୂଆ ମ୍ୟୁଜିକ ଲଞ୍ଚ୍ କରିବାକୁ ଚାହିଁଥାନ୍ତି ଏପରି ଅଭିଯୋଗ ଆସିଥାଏ । କିଚି ଜଣ ତାଙ୍କ ଗୋଡ ଟାଣିବାକୁ ଚେଷ୍ଟା କରନ୍ତି ।

ସୂଚନାଯୋଗ୍ୟ, ୨୦୦୯ରେ କ୍ରିସଙ୍କ ବିରୋଧରେ ରିହାନାଙ୍କୁ ମାଡ ଅଭିଯୋଗ ଆସିଥିଲା । ରିହାନା ସେତେବେଳେ କ୍ରିସଙ୍କ ବାନ୍ଧବୀ ଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ