ମନୋରଞ୍ଜନ

ବିବାଦରେ ଓଡିଆ ଫିଲ୍ମ ‘ମୋନାଲିସା’, ମାଲାୟଲମ ଫିଲ୍ମ ‘ହେଲେନ୍’ର ପୋଷ୍ଟର ସହ ମିଶୁଛି ମୋନାଲିସା ପୋଷ୍ଟର

ଭୁବନେଶ୍ବର ୨୪।୪: ରିଲିଜ୍ ପୂର୍ବରୁ ବିବାଦର ବାସ୍ନା। ଏହି ପରି ଚର୍ଚ୍ଚା ଅଶୋକ ପତିଙ୍କ ନିର୍ଦ୍ଦେଶିତ ମୋନାଲିସାକୁ ନେଇ। ଚଳିତ ମାସ ୨୫ ତାରିଖରେ ରିଲିଜ ହେବାକୁ ଯାଉଛି ଅଶୋକ ପତିଙ୍କ ନିର୍ଦ୍ଦେଶିତ ଓଡିଆ ଫିଲ୍ମ ‘ମୋନାଲିସା’ । କିନ୍ତୁ ରିଲିଜ୍ ପୂର୍ବରୁ ବିବାଦ ଆଶଙ୍କାରେ ଏହି ଫିଲ୍ମର ପ୍ରଦର୍ଶନ ନେଇ ସନ୍ଦେହ ସୃଷ୍ଟି ହୋଇଛି। କାରଣଟି ହେଲା ଜାତୀୟ ପୁରସ୍କାର ପ୍ରାପ୍ତ ମାଲାୟାଲମ ଚଳଚ୍ଚିତ୍ର ହେଲେନ୍‌ର ପୋଷ୍ଟର ସହ ମୋନାଲିସାର ପୋଷ୍ଟରରେ ଅନେକ ସାମଞ୍ଜ୍ୟସ ରହିଛି। କାହାଣୀର ସାମଞ୍ଜ୍ୟସତାକୁ ନେଇ ସ୍ପଷ୍ଟ ହୋଇନଥିଲେ ମଧ୍ୟ କିଛି ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦୁଇ ସିନେମାର କାହାଣୀରେ କିଛି କିଛି ସମାନତା ରହିଛି। ଯଦି ସେପରି କିଛି ଥାଏ ତେବେ କାହାଣୀ ଓ ପୋଷ୍ଟର ନକଲକୁ ନେଇ ବିବାଦରେ ପଡିପାରେ ଅଶୋକ ପତିଙ୍କ ‘ମୋନାଲିସା’।

ମାଲାୟାଲମ୍‌ ଫିଲ୍ମ ‘ହେଲେନ୍’ ଦୁଇଟି ଜାତୀୟ ପୁରସ୍କାର ପାଇସାରିଛି । ତେବେ ଏହି ଫିଲ୍ମର କପି ରାଇଟ୍ସ ବୋନି କପୁରଙ୍କ ସଂସ୍ଥା ‘ବେଭିୟୁ ପ୍ରୋଜେକ୍ଟସ ଏଲ୍‌ଏଲ୍‌ପି’ ପାଖରେ ରହିଛି। ଏଥିମଧ୍ୟରେ ମୂଳ ସିନେମାର ନିର୍ଦ୍ଦେଶକ ମାଥୁକୁଟ୍ଟି ଜାଭିୟରଙ୍କ ଅନୁସାରେ କେବଳ କନ୍ନଡ, ତେଲୁଗୁ ଓ ତାମିଲ ସିନେମା ନିର୍ମାଣ ପାଇଁ ରାଇଟ୍ସ ବିକ୍ରି ହୋଇ ସାରିଛି । ଅନ୍ୟ ଭାରତୀୟ ଭାଷାରେ ରାଇଟ୍ସ ବୋନି କପୁରଙ୍କ ସଂସ୍ଥା ପାଖରେ ରହିଛି । ଏପଟେ ଅଶୋକ ପତିଙ୍କ ନିର୍ଦ୍ଦେଶିତ ମୋନାଲିସା ସହ ‘ହେଲେନ୍‌’ର ସଂପର୍କ କିମ୍ବା ମାଲାୟାଲମ ସିନେମାର କପି ରାଇଟ୍ସ ସଂପର୍କରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ଆଶୋକ ପତିଙ୍କୁ ଏ ନେଇ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ତାହା ସଫଳ ହୋଇନଥିଲା । ସୂଚନାଯୋଗ୍ୟ ଯେ, ମୋନାଲିସାର ପ୍ରଯୋଜକ ହେଉଛନ୍ତି ଅଜୟ ରାଉତ। ପ୍ରଯୋଜକଙ୍କ ପକ୍ଷରୁ ମଧ୍ୟ ଏନେଇ କିଛି ସୂଚନା ମିଳିନାହିଁ। ଯଦି ମୋନାଲିସା ବିରୁଦ୍ଧରେ ବୋନି କପୁରଙ୍କ ସଂସ୍ଥା କପି ରାଇଟ୍ସ ଉଲ୍ଲଂଘନ ଅଭିଯୋଗ କରି ଅଦାଲତଙ୍କ ଦ୍ଵାରସ୍ଥ ହୁଅନ୍ତି ତେବେ ଓଡିଆ ସିନେମା ‘ମୋନାଲିସା’ର ପ୍ରଦର୍ଶନ ଉପରେ ଅଙ୍କୁଶ ଲାଗିପାରେ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ