ଦେଶ ବିଦେଶ ମନୋରଞ୍ଜନ

ବିପାଶାଙ୍କ ପ୍ରେଗନେନ୍ସି ଖବର ପରେ ଟ୍ରୋଲ୍‌ ହେଲେ କରଣ, ଭିଡିଓ ଭାଇରାଲ୍‌

ମୁମ୍ବାଇ ୧୮।୦୮: ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ପରେ ଆଉ ଏକ ବଲିଉଡ ଦମ୍ପତିଙ୍କ ଘରେ ଖୁବ୍ ଶୀଘ୍ର କୁନି ଅତିଥି ଆସିବାକୁ ହେବାକୁ ଯାଉଛି। ବିପାଶା ବସୁ ଏବଂ କରଣ ସିଂ ଗ୍ରୋଭର ପିତାମାତା ହେବାକୁ ଯାଉଛନ୍ତି। ବିବାହର ୬ବର୍ଷ ପରେ ସେମାନେ ପିତାମାତା ହେବାକୁ ଯାଉଛନ୍ତି। ଦୁହେଁ ନିଜ ପ୍ରଥମ ସନ୍ତାନ ପାଇଁ ବହୁତ ଉତ୍ସାହିତ ଅଛନ୍ତି।

ବର୍ତ୍ତମାନ ସେମାନେ ଏହି ଖୁସି ଖବର ଘୋଷଣା କରିଛନ୍ତି । ଯାହାର ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି । ଅଭିନେତ୍ରୀ ନିଜେ ତାଙ୍କ ଇନଷ୍ଟାଗ୍ରାମରେ ପ୍ରେଗନେନ୍ସିର ଫଟୋସୁଟ ମାଧ୍ୟମରେ ସୂଚନା ଦେଇଛନ୍ତି। ଏହି ଖୁସି ଖବର ମଧ୍ୟରେ କରଣ ସିଂ ଗ୍ରୋଭର ହଠାତ୍ ଟ୍ରୋଲ ହେବା ଆରମ୍ଭ ହୋଇଛନ୍ତି। ଏହାର କାରଣ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ।

କରଣ ସିଂ ଗ୍ରୋଭର ରାସ୍ତାରେ ସ୍ପଟ୍‌ ହୋଇଥିଲେ। ସେହି ସମୟରେ କିଛି ଲୋକଙ୍କୁ ତଥା ବିକ୍ରି କରୁଥିବା ଗରିବ ଲୋକଙ୍କୁ ଅଣଦେଖା ଗଣମାଧ୍ୟମ ସମ୍ମୁଖରେ ବିଭିନ୍ନ ପୋଜ୍ ଦେବା ଆରମ୍ଭ କରିଥିଲେ। କେବଳ ଏତିକି ନୁହେଁ, ସେଠାରୁ କାର ଭିତରକୁ ପଳାଇ ଯାଇଥିଲେ। କିନ୍ତୁ ସେହି ଗରିବ ଲୋକକୁ କରଣ କିଛି ଦେଇନଥିଲେ । ଲୋକମାନେ କରଣଙ୍କ ଏହି ମନୋଭାବକୁ ଆଦୌ କରୁନାହାନ୍ତି। ଏନେଇ ତାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି ଏହାର ଭିଡିଓ ମଧ୍ୟ ଭାଇରାଲ୍‌ ହେଉଛି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ