ଅପରାଧ ରାଜ୍ୟ

ବିପନ୍ନଙ୍କ ଗୁହାରି ଶୁଣିଲାନି ପ୍ରଶାସନ: ପାଣିରେ ପଶି ଶିଶୁକୁ ହସ୍ପିଟାଲ୍‌ ନେଲେ ପଡ଼ୋଶୀ

କେନ୍ଦ୍ରାପଡ଼ା : ବାରମ୍ବାର ଗୁହାରି ପରେ ବି ପ୍ରଶାସନ ନ ଶୁଣିବାରୁ ଜଳବନ୍ଦି ଭିତରେ ଫସିଥିବା ଏକ ବର୍ଷର ଅସୁସ୍ଥ ଶିଶୁପୁତ୍ରକୁ ପାଖ ପଡେ଼ାଶୀ ଲୋକ କାନ୍ଧରେ ବସାଇ ବନ୍ୟା ଜଳର ପ୍ରଖର ସୁଅରେ ଅଣ୍ଟାଏରୁ ଅଧିକ ପାଣିରେ ପଶି ଡାକ୍ତରଖାନା ନେବା ଘଟଣା ଏବେ ସାମ୍ନାକୁ ଆସିଛି। ଏଭଳି ଏକ ଅଭାବନୀୟ ଘଟଣା ମାର୍ଶାଘାଇ ବ୍ଲକ୍‌ ଆଇତିପୁର ପଞ୍ଚାୟତ ସାମନ୍ତରାୟ ସାହିରେ ଦେଖିବାକୁ ମିଳିଛି।

ମହାନଦୀର ଶାଖା ଲୁଣା-କରାଣ୍ତିଆ ନଦୀରେ ବନ୍ୟା ଜଳ ଆସିବାରୁ ମଙ୍ଗଳବାର ସକାଳୁ ଆଇତିପୁର ଅ˚ଚଳ ଜଳବନ୍ଦି ହୋଇରହିଛି। ଅନେକ ଲୋକ ଥଇଥାନ କେନ୍ଦ୍ରକୁ ଆସିଥିବା ବେଳେ ଅନେକ ଏବେ ବି ଘର ଛାତ ଉପରେ ପଲିଥିନ୍‌ ଟାଣି ରହୁଛନ୍ତି। ଏଭଳି ସ୍ଥିତିରେ ସାମନ୍ତରାୟ ସାହିର ତପସ୍ବିନୀ ସାମନ୍ତରାୟଙ୍କ ବର୍ଷକର ଶିଶୁପୁତ୍ର ଅସୁସ୍ଥ ହୋଇ ପଡ଼ିଥିଲା। ଥଣ୍ତା ହେବା ସହିତ ପ୍ରବଳ ଜ୍ବର ଏବ˚ ପ୍ରଶ୍ବାସ ନେବାରେ ଶିଶୁପୁତ୍ର କଷ୍ଟ ଅନୁଭବ କରିବାରୁ ପରିବାର ଲୋକ ହସ୍ପିଟାଲ୍‌ ନେବା ପାଇଁ ସ୍ଥାନୀୟ ଲୋକ ପ୍ରତିନିଧିଙ୍କଠୁ ନେଇ ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହଯୋଗ ଲୋଡ଼ିଥିଲେ। ହେଲେ, ସକାଳୁ ଦିନ ୧ଟା ହେଇଗଲା ପଛେ କାହାର ସହଯୋଗ ମିଳିଲାନି। ଏଭଳି ସ୍ଥିତିରେ ପଡେ଼ାଶୀ ବାପିନା ବରାଳ ନାମକ ଜଣେ ଯୁବକ ତପସ୍ବିନୀଙ୍କ ଅସୁସ୍ଥ ପୁଅକୁ କାନ୍ଧରେ ବସାଇ ବନ୍ୟା ଜଳର ପ୍ରଖର ସ୍ରୋତରେ ଅଣ୍ଟାଏରୁ ଅଧିକ ପାଣିରେ ପଶି କରିଲୋପାଟଣା ବ୍ରିଜ୍‌‌ରେ ପହଞ୍ଚିଥିଲେ। ସେଠାରୁ ଶିଶୁପୁତ୍ରକୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।