ଫିରିଙ୍ଗିଆ-କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଳାପଡା ଛକ ନିକଟରେ ଥିବା ଏକ ବିରାଟ ଗଛ ବିପଦ ସଙ୍କୁଳ ଅବସ୍ଥାରେ ରହିଛି । ପ୍ରାୟ 50 ବର୍ଷ ର ଗଛ ହୋଇଥିବା ବେଳେ ଏହା ଡାଳ ଗଛ ମୂଳ ଶୁଖି ଯାଇ ଗଛଟି ମରି ଯାଇଛି । ବେଳେ ବେଳେ ପବନ ବେଗରେ କିଛି କିଛି ଶୁଖି ଯାଇଥିବା କାଠ କୁଡିକ ତଳେ ଖସି ପଡ଼ୁଥିବାରୁ ଭୟରେ ଅଞ୍ଚଳ ବାସୀ । ଏହି ଛକ ନିକଟରେ ପ୍ରତ୍ୟେକ ସପ୍ତାହ ହାଟ ହୋଇ ଥିବା ବେଳେ ବ୍ୟବସାୟ ସମେତ ହାଟକୁ ଆସିଥିବା ଜନ ସାଧାରଣ ଭୟ ଭିତ ରେ ଏଠାରେ ବ୍ୟବସାୟ କରନ୍ତି । ପାଖାପାଖି ଥିବା ହୋଟେଲ ଦୋକାନୀ ଘର ପ୍ରତି ଏହି ଗଛଟି ବିପଦପୂର୍ଣ୍ଣ ବୋଲି କହିଛନ୍ତି । ଅଳ୍ପ ଦିନ ତଳେ କାଳବୈଶାଖୀ ପବନ ବେଗରେ ଗୋଟିଏ ସ୍କୁଲ ଘର ଉପରେ ଗଛ ପଡ଼ିବାରୁ ଟିଣ ସହ ଗୋଟିଏ ବଖରା ଘର ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି । ଏଭଳି ଘଟଣାର ପୁନରାବୃତ୍ତି ନ ହେବା ଦିଗରେ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଦରକାର ବୋଲି ସ୍ଥାନୀୟ ବାସିନ୍ଦା ଧିରେନ ସାହୁ, ସନ୍ତୋଷ ସାହୁ, ସାମନ୍ତ ବେହେରା, ଚତୁଭୁଜ ବାରିକ,ରାମ ବେହେରା,କବି ବାରିକ ,ଜଗନା ମୁଖି, ସମେତ ଗ୍ରାମ ବାସୀ ଦାବି କରିଛନ୍ତି ।ତେଣୁ ବିପଦ ସଙ୍କୁଳ ଏହି ଗଛ କାଟିବା ପାଇଁ ଗ୍ରାମ ବାସୀ ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବି କରିଛନ୍ତି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ ତଲବ