ରାଜ୍ୟ

ବିପଦସଂକୁଳ ସ୍ଥିତିରେ ଜାତୀୟ ରାଜପଥ ପାର୍ଶ୍ବରେ ପନିପରିବା ବିକୁଛନ୍ତି ବ୍ୟବସାୟୀ

ରାସ୍ତାକଡ଼ରେ ବ୍ୟବସାୟ କଲେ ଗ୍ରାହକ ଅଧିକ ଆସିବେ ବୋଲି ବ୍ୟବସାୟୀମାନେ ଚିନ୍ତା କରିଥାନ୍ତି। କିନ୍ତୁ ରାସ୍ତାକଡ଼ରେ ବେପାର କରିବା ଦ୍ବାରା କେ‌ତେବେଳେ ଦୁର୍ଘଟଣାର ଶିକାର ହେବାକୁ ପଡ଼ିଥାଏ, ଏହା କେହି ଜାଣିନଥାନ୍ତି। ଅନ୍ୟପଟରେ ପ୍ରଶାସନର ମଧ୍ୟ ଆକ୍ରୋଶର ଶିକାର ହେବାକୁ ପଡ଼ିଥାଏ।

କୋରାପୁଟ: ଯେତେ ମାଠିବୁ ମାଟ୍ ମୁଁ ସେହି ଦରପଡ଼ା କାଠ। ଏହି ଉକ୍ତିଟି କୋରାପୁଟ ସହରରେ ଜାତୀୟ ରାଜପଥ ୨୬ ପାର୍ଶ୍ବରେ ବସି ପନିପରିବା ବିକୁଥିବା ବ୍ୟବସାୟୀଙ୍କ ପାଇଁ ସଂପୁର୍ଣ୍ଣ ଉଦ୍ଧିଷ୍ଟ। ଶତାଧିକ ଉଠା ପନିପରିବା ବ୍ୟବସାୟୀ, କୁମ୍ବକାର, ମିର୍ଗାନ ଆଦି ପୁଲିସ ତାଲିମ କେନ୍ଦ୍ର ଠାରୁ ବାଟ ସଫ, ଟ୍ରାଫିକ ଛକ ଠାରୁ ମାଉସୀ ମା’ ମନ୍ଦିର ପର୍ଯ୍ୟନ୍ତ ନିଜ ଅଧିନରେ ରଖିଥାନ୍ତି। ପୁଲିସ ଓପ୍ରଶାସନ ସବୁ ଦେଖି ନ ଦେଖିବା ଭଳି ରହିଥାନ୍ତି। ବିପଦସଂକୁଳ ଅବସ୍ଥାରେ  ପନି ପରିବା ବେପାରୀ ବସୁଥିବା ବେଳେ ଲୋକେ ବି ଚିରାଚରିତ ଷ୍ଟାଇଲରେ ବାଇକରେ ବସି ପନିପରିବା କିଣୁଛନ୍ତି।

ଏହି ସ୍ଥିତିକୁ ସୁଧାରି  ଏମାନଙ୍କୁ ଉଠାଇ ଚନ୍ଦନ ପୋଖରୀ ନିକଟକୁ ନିକଟକୁ ସ୍ଥାନାନ୍ତର କରିବାକୁ ପ୍ରଶାସନ ଯୋଜନା କରିଥିଲେ। ତାହା ଏବେ ଶୀତଳଭଣ୍ଡାରରେ। ଟ୍ରାଫିକ ଛକ ନିକଟର ଦୁର୍ଘଟଣାକୁ ଏଡାଇବାକୁ ଯାଇ ଚନ୍ଦନପୋଖରୀକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଦୁର୍ଘଟଣା ହେବା ପରେ ଏବେ ପୁଣି ବ୍ୟବସାୟୀମାନେ ନିଜ ଜୀବନକୁ ବାଜିରେ ଲଗାଇ ରାସ୍ତା ଉପରେ ପନିପରିବା ବିକୁଛନ୍ତି। 

କ୍ରମବର୍ଦ୍ଧିଷ୍ଣୁ କୋରାପୁଟ ସହରରେ ଦିନକୁ ଦିନ ଜନସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମେଡିକାଲ କଲେଜ ସହ ବିଭିନ୍ନ ଶିକ୍ଷାନୁଷ୍ଠାନ ସଂଖ୍ୟା ବଢ଼ିଛି। ଏହି କ୍ରମରେ ସହରର ଦୈନିକ ବଜାରରେ ରହିଥିବା ପରିବା ବଜାର ଗ୍ରାହକଙ୍କ ଚାହିଦାକୁ ମେଣ୍ଟାଇ ପାରୁନି। ଦୈନିକ ବଜାରରେ ସ୍ଥାନାଭାବରୁ ବହୁ ଗ୍ରାମାଂଚଳରୁ ଆସୁଥିବା ପନିପରିବା ବ୍ୟବସାୟୀ ମାନେ ଜାତୀୟ ରାଜପଥ ୨୬ କଡ଼କୁ ଲାଗି  ଉଠାଦୋକାନ କରି ନିଜ ଗୁଜରାଣ ମେଣ୍ଟାଉଛନ୍ତି।

ରବିବାର ସାପ୍ତାହିକ ହାଟ ଦିନ ଅଧିକା ଦୋକାନ ପକାଯାଉଛି। ଖାସ୍ କରି ଏଠାକାର ବ୍ୟବସାୟୀମାନେ ସଜ ତଥା ତଟକା ପରିବା ବିକ୍ରି କରୁଥିବା ଦେଖି ତଥା ବଜାରର ଗହଳି ମଧ୍ୟରେ ତଥା ବାଇକକୁ ଷ୍ଟାଣ୍ଡରେ ରଖି ବଜାରକୁ ଯାଇ କିଣି ଆଣିବା ବଦଳରେ ରାସ୍ତା ଉପରେ ହିଁ ବାଇକ୍ ରଖି କିଣି ନେଉଛନ୍ତି। ତେବେ ଏଠାରେ ବହୁ ସମୟରେ ବହୁ ବାଇକ୍, କାର ଆଦି ରାସ୍ତା ଉପରେ ପାର୍କିଂ କରି କିଣା କିଣି କରୁଥିବା ଏବଂ ଏନଏଚ୍ ହୋଇଥିବାରୁ ବହୁ ଭାରୀଯାନ ବି ଦ୍ରୁତଗତିରେ ଯିବା ଆସିବା କରୁଛି। ତେବେ କିଛି ଅଘଟଣ ହେବା ପୂର୍ବରୁ ପ୍ରଶାସନ ପଦକ୍ଷେପ ନେବାକୁ ବୁଦ୍ଧିଜୀବୀ ମହଲରେ ଦାବି ହୋଇଛି।  

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।