ରାଜ୍ୟ ସ୍ପେଶାଲ ରିପୋର୍ଟ

ବିପଦସଂକୁଳ ପୋଲ, ବାଉଁଶ ବାଡ଼ା ଭରସା

ପୁରୀ: ଭାର୍ଗବୀର ଭରା ନଈ ଉପରେ ଯାଇଥିବା ପୋଲ ବିପଦସଙ୍କୁଳ ଘୋଷଣା ହୋଇଛି। ମାତ୍ର ଯାତାୟାତର ଅନ୍ୟ ବିକଳ୍ପ ନଥିବାରୁ ବାସିନ୍ଦାମାନେ ଏହି ପୋଲ ଉପରେ ଯାତାୟାତ କରୁଛନ୍ତି। ପୋଲ ତଳ ଭାଗ ଭାଙ୍ଗି ଦୁର୍ବଳ ହୋଇଗଲାଣି। ପୋଲ ଅଣ ଓସାରିଆ ହୋଇଥିବା ବେଳେ ଯାତାୟାତ ପାଇଁ ଯଥେଷ୍ଟ ସ୍ଥାନ ନାହିଁ। ଅନ୍ୟପକ୍ଷରେ ପୋଲର ଦୁଇ ପାର୍ଶ୍ବରେ ନିର୍ମିତ କଂକ୍ରିଟ୍‌ ବାଡ଼ା ଭାଙ୍ଗିରୁଜିଗଲାଣି। ବହୁ ପୁରୁଣା ପୋଲ ହୋଇଥିବାରୁ ଅଧିକାଂଶ ସ୍ଥାନରେ ବାଡ଼ା ଭାଙ୍ଗି ଯାଇଥିବା ବେଳେ ବାଉଁଶ ବାଡ଼ା ଦେଇ ନିବୁଜ କରାଯାଇଛି।

ଗୁରୁତ୍ବପୂର୍ଣ୍ଣ କଥା ହେଲା, ଏହି ପୋଲ ୭ ବର୍ଷ ତଳୁ ବିପଦସଂକୁଳ ବୋଲି ଘୋଷଣା ହୋଇସାରିଛି। ତେଣୁ ଜଳସମ୍ପଦ ବିଭାଗ ପକ୍ଷରୁ କେଇ ହାତ ଦୂରରେ ଆଉ ଏକ ସେତୁ ନିର୍ମାଣ ହେଉଛି। ସ୍ଥାନୀୟ ଲୋକଙ୍କ କହିବା ମୁତାବକ, ପୁରୁଣା ପୋଲ ବିପଦସଂକୁଳ ଘୋଷଣା ପରେ ଜିଲ୍ଲା ବାହାରର ଠିକାଦାର ଏହି ନୂଆ ପୋଲ ତିଆରି କଲେ। କିନ୍ତୁ ପୋଲକୁ ଏତେ ଉଚ୍ଚା କରିଦେଲେ ଯେ ଏହା କେଉଁଠି ଲ୍ୟାଣ୍ଡ୍‌ କରିବ ବା ଦୁଇପାର୍ଶ୍ବକୁ ସଂଯୋଗ କରିବ, ତାର ବାଟ ପାଉନାହାନ୍ତି। ପୋଲର ଗୋଟିଏ ପାର୍ଶ୍ବରେ ଭାର୍ଗବୀ ବନ୍ଧ ଥିବାବେଳେ ଅନ୍ୟପାର୍ଶ୍ବରେ ରହିଛି ଗାଁ। ଏହି ତ୍ରୁଟିପୂର୍ଣ୍ଣ କାମ ପରେ ପୋଲଟି ସେହିଭଳି ଅଧାଗଢ଼ା ଅବସ୍ଥାରେ ପଡ଼ିରହିଛି। ଠିକାଦାର ବି ଏ ବାବଦରେ କୋଟି କୋଟି ଟଙ୍କା ନେଇଛନ୍ତି। କିନ୍ତୁ ଏ ଯାଏ ଏହା ଯାତାୟାତଯୋଗ୍ୟ ହୋଇପାରିଲା ନାହିଁ। ଏଣେ ଲୋକେ ପ୍ରତିଦିନ ବିପଦପୂର୍ଣ୍ଣ ଭାବେ ଯା’ଆସ କରୁଛନ୍ତି ବୋଲି ଅଞ୍ଚଳବାସୀ କହିଛନ୍ତି।

ଜାନକାଦେଇପୁରଠାରେ ଭାର୍ଗବୀର ଶାଖା ନଦୀ କାଞ୍ଚି ଉପରେ ନିର୍ମାଣ ହୋଇଥିବା ଏହି ପୋଲ ବହୁ ପୁରୁଣା। ଏହା ଉପରେ ବହୁ ଗ୍ରାମ ନିର୍ଭର କରୁଛନ୍ତି। ପ୍ରତିଦିନ ଏହି ବିପଦସଂକୁଳ ଘୋଷିତ ରାସ୍ତାରେ ବହୁ ଭାରୀଯାନ ବି ଯାତାୟାତ କରୁଛି। ଏଣେ ୭ ବର୍ଷ ହେଲା ନିର୍ମାଣ ଚାଲିଥିବା ନୂଆ ପୋଲ କାମ ଝୁଲି ରହିଛି, ଅନ୍ୟପକ୍ଷରେ ବାସିନ୍ଦାମାନେ ଯାତାୟାତର ବିକଳ୍ପ ନପାଇ ପ୍ରତିଦିନ ବିପଦକୁ ଆମନ୍ତ୍ରଣ କରି ଏହି ରାସ୍ତାରେ ଯା’ଆସ କରୁଛନ୍ତି। ଯଦି କୌଣସି ବଡ଼ ଦୁର୍ଘଟଣା ଘଟେ ତେବେ ଯାଇ ପ୍ରଶାସନର ଚେତା ପଶିବ ବୋଲି ଅଞ୍ଚଳବାସୀ କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।