ରାଜ୍ୟ ସ୍ପେଶାଲ ରିପୋର୍ଟ

ବିପଦରେ ୫୦୦ ବର୍ଷର ପ୍ରସିଦ୍ଧ ଚନ୍ଦନେଶ୍ୱର ଶୈବପୀଠ

ଚନ୍ଦନେଶ୍ୱର : ବାଲେଶ୍ବର ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଚନ୍ଦନେଶ୍ବର ମନ୍ଦିର ଏବେ ବିପଦରେ। ଶତାଧିକ ବର୍ଷର ପୁରୁଣା ଏହି ମନ୍ଦିରର ଗର୍ଭଗୃହରେ ଫାଟ ସୃଷ୍ଟି ହୋଇଥିବା ବେଳେ ନବଗ୍ରହ ମୂର୍ତ୍ତି ଭାଙ୍ଗିଗଲାଣି। ନାଟ ମନ୍ଦିର ଛାତରୁ ଖଣ୍ଡ ଖଣ୍ଡ ହୋଇ ପ୍ଲାଷ୍ଟର୍‌ ମଧ୍ୟ ଖସୁଛି। ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଓ ବିଶ୍ବାସର ପ୍ରତୀକ ଏହି ମନ୍ଦିରର ଦୁର୍ବଳ ଅବସ୍ଥାକୁ ନେଇ ଖାଲି ପୂଜକ ଓ ଭକ୍ତ ମହଲ ଅସନ୍ତୋଷ ବ୍ୟକ୍ତ କରିନାହାନ୍ତି, ପାଦେ ପାଦେ ବିପଦର ଆଶଙ୍କା କରିଛନ୍ତି ଭୋଗରାଇବାସୀ।

ସୌନ୍ଦର୍ଯ୍ୟୀକରଣ କାମ ଚାଲିଛି, ମନ୍ଦିର ମରାମତି କଥା ଭୁଲିଗଲେ

ବାଲେଶ୍ବର ଜିଲ୍ଲା ଭୋଗରାଇ ବ୍ଲକ୍‌ ହୁଗୁଳି ଗ୍ରାମରେ ରହିଛି ପୂର୍ବ ଭାରତର ପ୍ରସିଦ୍ଧ ଶୈବପୀଠ ବାବା ଚନ୍ଦନେଶ୍ୱରଙ୍କ ମନ୍ଦିର। ପ୍ରତିଦିନ ଏହି ଶୈବପୀଠକୁ ଓଡ଼ିଶା, ପଡ଼ୋଶୀ ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଆସାମ ପ୍ରଭୃତି ରାଜ୍ୟ ସମେତ ବିଦେଶରୁ ହଜାର ହଜାର ଶ୍ରଦ୍ଧାଳୁ ଆସିଥାନ୍ତି। ଚୈତ୍ରମାସରେ ଏଠାରେ ବିଶାଳ ଚଡ଼କ ମେଳା ସାଙ୍ଗକୁ ଶିବରାତ୍ରି ଓ ଶ୍ରାବଣ ପୂର୍ଣ୍ଣିମାରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ। ମୁଖ୍ୟମନ୍ଦିର ୫୦୦ ବର୍ଷ ଓ ନାଟମଣ୍ଡପ ୪୦୦ ବର୍ଷ ପୁରୁଣା। ଇଟାକୁ ସେ ସମୟରେ ଚୂନ, ବିରି, ବେଲଅଠା, ଚିଟାଗୁଡ଼ ଆଦି ମିଶ୍ରଣରେ ପ୍ରସ୍ତୁତ ‘ସୁଡୁକି’ ଦ୍ବାରା ଯୋଡ଼ି ମନ୍ଦିର ତିଆରି ହୋଇଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଏବେ ମନ୍ଦିର ବିପଦସଂକୁଳ ସ୍ଥିତିକୁ ଚାଲିଆସିଛି। ମନ୍ଦିର ଗର୍ଭଗୃହରେ ଫାଟ ସୃଷ୍ଟି ହୋଇ ବର୍ଷାଦିନେ ପାଣି ଗଳୁଛି। ମନ୍ଦିର ପରିସରରେ ଥିବା ନବଗ୍ରହ ସହିତ ଅନ୍ୟାନ୍ୟ ମୂର୍ତ୍ତିଗୁଡ଼ିକ ନଷ୍ଟ ହୋଇଗଲାଣି। ନାଟମନ୍ଦିର ଛାତରୁ ପ୍ଲାଷ୍ଟର ଖସୁଥିବାରୁ ସେବାୟତ ଓ ଭକ୍ତଙ୍କ ପାଇଁ ବିପଦ ଦେଖାଦେଇଛି।

ତେବେ, ରାଜ୍ୟ ପର୍ଯ୍ୟଟନ ବିଭାଗ ପକ୍ଷରୁ ମଞ୍ଜୁର ହୋଇଥିବା ୩ କୋଟି ୫ ଲକ୍ଷ ଟଙ୍କାରେ ପାରିପାର୍ଶ୍ବିକ ସୌନ୍ଦର୍ଯ୍ୟୀକରଣ କାମ ଚାଲିଥିବା ବେଳେ ମୁଖ୍ୟ ମନ୍ଦିର ମରାମତି ନେଇ କେହି ଚିନ୍ତା ପ୍ରକାଶ କରୁନାହାନ୍ତି। ଯାହାକୁ ନେଇ ଭକ୍ତ ମହଲରେ ନୈରାଶ୍ୟ ପ୍ରକାଶ ପାଇଛି। ତୁରନ୍ତ ରାଜ୍ୟ ସରକାର ଓ ପର୍ଯ୍ୟଟନ ବିଭାଗ ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ସେବାୟତ ବୁଦ୍ଧଦେବ ପଣ୍ଡା, ମୌରସୀ ତପନ କୁମାର ପଣ୍ଡାଙ୍କ ସହ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ରାଜ୍ୟ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।