ଦେଶ ବିଦେଶ ଧର୍ମ

ବିପଦରେ ହିନ୍ଦୁ ମନ୍ଦିର ! କାନାଡାରେ ଏକାଧିକ ଦେବାଳୟରେ ଭଙ୍ଗାରୁଜା ଓ ଲୁଟ୍

ନୂଆଦିଲ୍ଲୀ, ୧୩|୦୨: ବିପଦରେ ହିନ୍ଦୁ ମନ୍ଦିର । କାନାଡାରେ ଲଗାତର ଭାବେ ହିନ୍ଦୁ ଦେବାଦେବୀଙ୍କ ମନ୍ଦିରରେ ଭଙ୍ଗାରୁଜା ଘଟଣା ବଢିବାରେ ଲାଗିଛି । ଦେଶର ଗ୍ରେଟ୍ ଟରାଣ୍ଟୋ ଅଞ୍ଚଳରେ ଶୁକ୍ରବାର ମନ୍ଦିରର ମୂର୍ତ୍ତି ଓ ଗହଣା ଚୋରି ଏବଂ ଭଙ୍ଗାରୁଜା ଘଟଣା ସାମ୍ନାକୁ ଆସିଛି । ୬ଟି ହିନ୍ଦୁ ମନ୍ଦିରରୁ ଏପରି ଲୁଟ୍ ହୋଇଥିବା ସୂଚନା ମିଳିଛି । ଅନେକ ସ୍ଥାନରରେ ମନ୍ଦିରରୁ ହୁଣ୍ଡି ମଧ୍ୟ ଲୁଟ୍ ହୋଇଛି ।

ଘଟଣାକୁ ନେଇ ଟରାଣ୍ଟୋ ସ୍ଥିତ ଭାରତୀୟ ଦୂତାବାସ ମନ୍ଦିର ଟ୍ରଷ୍ଟିଙ୍କ ସହ ଆଲୋଚନା କରିଛନ୍ତି । ଏହାସହ ଦୋଷୀଙ୍କୁ ଗିରଫ କରାଯିବା ନେଇ ସେ କାନାଡା ପୋଲିସ ଅଧିକାରୀଙ୍କ ସହ କଥା ହୋଇଥିବା କହିଛନ୍ତି । ତେବେ ଏହା ମନ୍ଦିର ଓ ହିନ୍ଦୁ ସଂସ୍କୃତି ଉପରେ ଆକ୍ରମଣ ନୁହେଁ ବରଂ କେବଳ ଲୁଟ୍ ବୋଲି କୁହାଯାଉଛି ।

ନଭେମ୍ବର ୨୧ରୁ ଆରମ୍ଭ ହୋଇଥିଲା ଘଟଣା

ଗତ ନଭେମ୍ବର ମାସରେ ଏପରି ଘଟଣା ପ୍ରଥମ ଥର ସାମ୍ନାକୁ ଆସିଥିଲା । ବ୍ରେମ୍ପଟନରେ ହିନ୍ଦୁ ଲମ୍ଭା ମନ୍ଦିର ଓ ଶ୍ରୀ ଜଗନ୍ନାଥ ମନ୍ଦିରରେ ଭାଙ୍ଗାରୁଜା କରାଯାଇଥିଲା । ଜାନୁଆରୀ ୨୦୨୨ରେ ଚିନ୍ତପୂର୍ଣ୍ଣି ମନ୍ଦିର, ଗୌରୀ ଶଙ୍କର ମନ୍ଦିର , ହାମିଲଟନରେ ଅବସ୍ଥିତ ସମାଜ ମନ୍ଦିର ଓ ଅନ୍ୟ ମନ୍ଦିରର ଦୁର୍ବୃତ୍ତମାନେ ଭଙ୍ଗାରୁଜା କରିଥିଲେ ।

ତେବେ ସ୍ଥାନୀୟ ପୋଲିସ ସମସ୍ତ ମାମଲାର ତଦନ୍ତ ଆରମ୍ଭ କରିଛି । ଅଧିକାରୀମାନେ ମନ୍ଦିର କର୍ମଚାରୀଙ୍କ ସହ କଥା ହୋଇଛନ୍ତି । ଏହାସହ ମନ୍ଦିରରେ ସୁରକ୍ଷାବ୍ୟବସ୍ଥା ବୃଦ୍ଧି କରାଯାଇଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ