ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ୨୦୨୨ରେ ଦେଶରେ ୧୧୭ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଓଡ଼ିଶାର ଦୁଇଟି ରହିଛନ୍ତି। ମେ’ ୧୯ରେ ବାରିପଦା ସର୍କଲର କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ୍ର ବ୍ରାହ୍ମଣୀପାଳ ରେଞ୍ଜର ଏକ ଗ୍ରାମରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା। ଉକ୍ତ ମହାବଳ ବୟସ୍କ ହୋଇଥିବା ବେଳେ ଲିଙ୍ଗ ସମ୍ପର୍କରେ କିଛି ବି ଜଣାପଡ଼ି ନ ଥିଲା। ମାସକ ତଳେ ତଥା ଡିସେମ୍ବର ୧୪ରେ ବାରିପଦା ଟେରିଟୋରିଆଲ୍ ଡିଭିଜନର ଉଦଳା ରେଞ୍ଜର ରାଜ୍ୟ ରାଜପଥ-୧୯ ନିକଟ ରାସ୍ତାପାର୍ଶ୍ବରେ ଗୋଟିଏ ମହାବଳର ମୃତ୍ୟୁ ହୋଇଛି। ଉକ୍ତ ମହାବଳର ପ୍ରଜାତି ଓ ବୟସ ସମ୍ପର୍କରେ କୌଣସି ତଥ୍ୟ ମଳିପାରି ନାହିଁ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ)ଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।
କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍ଟିସିଏ) ତଥ୍ୟ ଅନୁଯାୟୀ ୨୦୨୨ରେ ମରିଥିବା ୧୧୭ ବାଘଙ୍କ ମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୩୪ଟି ବାଘ ରହିଛନ୍ତି, ଯାହାକି ଗତବର୍ଷ ତୁଳନାରେ କମ୍। ୨୦୨୧ ତୁଳନାରେ ୨୦୨୨ରେ ମହାରାଷ୍ଟ୍ରରେ ମହାବଳଙ୍କ ମୃତ୍ୟୁ ସଂଖ୍ୟା ୨୬ରୁ ୨୮କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ୧୫ଟି ମହାବଳଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୭, ଉତ୍ତରାଖଣ୍ଡରେ ୬, ଆସାମ ଓ ରାଜସ୍ଥାନରେ ୫ଟି ଲେଖାଏ ବାଘଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଛତିଶଗଡ଼, ବିହାର, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ରାଜସ୍ଥାନରେ ବାଘଙ୍କର ମୃତ୍ୟୁ ହୋଇଛି। ଗତବର୍ଷ ପରି ଏଥର ମଧ୍ୟ ଅଧାରୁ ଅଧିକ ବାଘ ଅଭୟାରଣ୍ୟ ଭିତରେ ହିଁ ପ୍ରାଣ ହରାଇଛନ୍ତି।
୨୦୨୨ରେ ମରିଛନ୍ତି ୧୧୭, ଓଡ଼ିଶାରୁ ୨
ମଧ୍ୟପ୍ରଦେଶ, ମହାରାଷ୍ଟ୍ର, କର୍ଣ୍ଣାଟକରେ ଦୁଇ ଅଙ୍କ ତଳକୁ ଖସୁନି
ଚିନ୍ତାର ବିଷୟ ହେଉଛି ଯେ ୨୦୨୩ ଅର୍ଥାତ୍ ଚଳିତ ମାସ ପ୍ରଥମ ୧୨ ଦିନରେ ୭ଟି ମହାବଳଙ୍କ ମୃତ୍ୟୁ ହୋଇସାରିଲାଣି। ସେଥିରୁ କେବଳ ମଧ୍ୟପ୍ରଦେଶରେ ୩ଟି ଥିବା ବେଳେ ମହାରାଷ୍ଟ୍ରରେ ୨ଟି, ରାଜସ୍ଥାନ ଓ କର୍ଣ୍ଣାଟକରେ ଗୋଟିଏ ଲେଖାଏ ବାଘଙ୍କ ଜୀବନ ଗଲାଣି। ଅଭୟାରଣ୍ୟ ଭିତରେ ହିଁ ୪ଟି ବାଘ ମରିଛନ୍ତି। ଗୋଟିଏ ପଟେ ଭାରତ ମାଟିରେ ଚିତା ଛାଡ଼ି କେନ୍ଦ୍ର ସରକାର ବାହାବା ସାଉଁଟୁଥିବା ବେଳେ ମଧ୍ୟପ୍ରଦେଶରେ ବି ମହାବଳଙ୍କୁ ସୁରକ୍ଷା ଦିଆଯାଇ ପାରୁନାହିଁ। ଏବର୍ଷ ଓଡ଼ିଶାରେ କୌଣସି ମହାବଳଙ୍କ ମୃତ୍ୟୁ ହୋଇନାହିଁ। ମାତ୍ର କଲରାପତିରିଆ ବାଘ ଛାଲ ଜବତ ଘଟଣାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। କେଉଁଠୁ ଏତେ କଲରାପତିରିଆ ଛାଲ ଆସୁଛି ତାହା ଠିକ୍ ଭାବେ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି ମତପ୍ରକାଶ ପାଇଛି।
ଏହି ରିପୋର୍ଟଠାରୁ ଆହୁରି ସାଂଘାତିକ ତଥ୍ୟ ଦେଇଛି ୱାଇଲ୍ଡ ଲାଇଫ୍ ପ୍ରୋଟେକ୍ସନ ସୋସାଇଟ୍ ଅଫ୍ ଇଣ୍ଡିଆ। ସଂସ୍ଥା ପକ୍ଷରୁ କୁହାଯାଇଛି ଯେ ୨୦୨୨ରେ ୧୪୨ଟି ବାଘଙ୍କ ଜୀବନ ଯାଇଛି, ଯାହାକି ୨୦୨୧ ତୁଳନାରେ କମ୍। ୨୦୨୧ରେ ୧୬୬ଟି ବାଘଙ୍କ ମୃତ୍ୟୁ ହୋଇଥିବା ଏହି ସଂସ୍ଥା ଦର୍ଶାଇଥିଲା। ଉଭୟ ସଂସ୍ଥା ରିପୋର୍ଟରେ ଦର୍ଶାଇଛନ୍ତି ଯେ ମଧ୍ୟପ୍ରଦେଶରେ ସର୍ବାଧିକ ବାଘଙ୍କ ମୃତ୍ୟୁ ଘଟିଛି। ମହାରାଷ୍ଟ୍ର ଓ କର୍ଣ୍ଣାଟକରେ ବି ବାଘ ମୃତ୍ୟୁ ଚିନ୍ତାଜନକ ରହିଛି। ଗୋଟିଏ ପଟେ ବାଘଙ୍କ ସଂଖ୍ୟା ବୃଦ୍ଧି ନେଇ କେନ୍ଦ୍ର ସରକାର ଆତ୍ମସନ୍ତୋଷ ଲାଭ କରୁଥିବା ବେଳେ ଅନ୍ୟପଟେ ଗୋଟିଏ ବର୍ଷରେ ଏତେ ସଂଖ୍ୟକ ବାଘଙ୍କ ମୃତ୍ୟୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ କରିଛନ୍ତି। ସଂସ୍ଥା ଆହୁରି କହିଛି ଯେ ଗତ ୧୫ ଦିନରେ ଦେଶରେ ୯ଟି ମହାବଳ ଓ ୨୦ଟି କଲରାପତରିଆଙ୍କ ଜୀବନ ଯାଇଛି।
ଆଶ୍ବସ୍ତିର ବିଷୟ ହେଉଛି ଯେ କଲରାପତରିଆ ବାଘଙ୍କ ମୃତ୍ୟୁ ସଂଖ୍ୟା ଏ ବର୍ଷ କିଛିଟା କମ୍ ରହିଛି। ୨୦୨୦ରେ ୬୭୩ଟି କଲରାପତରିଆଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦୨୧ରେ ୬୧୨ଟି ମରିଥିଲେ। ୨୦୨୨ରେ ୫୧୮ଟି କଲରାପତିରିଆଙ୍କ ଜୀବନ ଯାଇଛି। ସେମାନଙ୍କ ମଧ୍ୟରୁ ୧୬୨ଟି ଶିକାରୀଙ୍କ ହାତରେ ମରିଛନ୍ତି। ଗତ ଦୁଇ ଦଶନ୍ଧି ହେଲା ବାଘ ଓ କଲରାପତିରିଆ ଶିକାର ଉତ୍ଥାନ ପତନ ଦେଇ ଗତି କରୁଛି। ୧୯୯୫ରେ ସର୍ବାଧିକ ୧୨୧ଟି ବାଘ ଶିକାର ହୋଇଥିବା ନେଇ ସଂସ୍ଥା ପକ୍ଷରୁ କୁହାଯାଇଛି।
ଏନ୍ଟିସିଏ ପକ୍ଷରୁ ଆହୁରି କୁହାଯାଇଛି ଯେ ୨୦୧୨ରେ ଦେଶରେ ୮୮ଟି ମହାବଳ ବାଘଙ୍କର ମୃତ୍ୟୁ ହୋଇଥିଲା। ୨୦୧୩ରେ ୬୮, ୨୦୧୪ରେ ୭୮, ୨୦୧୫ରେ ୮୨, ୨୦୧୬ରେ ୧୨୧, ୨୦୧୭ରେ ୧୧୭, ୨୦୧୮ରେ ୧୦୧, ୨୦୧୯ରେ ୯୬ ଓ ୨୦୨୦ରେ ୧୦୬, ୨୦୨୧ରେ ୧୨୭ଟି ବାଘଙ୍କର ମୃତ୍ୟୁ ହୋଇଛି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l