ଅପରାଧ ରାଜ୍ୟ

ବିପଦରେ ଏବେ ପ୍ରେମୀଯୁଗଳଙ୍କ ଜୀବନ : ଭିଡିଓ ଜାରି କରି ସୁରକ୍ଷା ମାଗିଲେ ଯୁବତୀ

କଟକ/ନିଆଳି ୦୫।୦୬: ନିଆଳି ବରମୁଣ୍ଡାଇ ଗାଁରେ ପ୍ରେମ ବିବାହକୁ କେନ୍ଦ୍ର କରି ପୁଅର ବାପାଙ୍କୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଲେ ଝିଅ ଘର ଲୋକେ । ଝିଅ ଭିଡିଓ କରି ଉଭୟଙ୍କୁ ଉଦ୍ଧାର ପାଇଁ ଅପିଲ କରୁଥିବା ଭିଡିଓ ଏବେ ଭାଇରାଲ ହୋଇଛି । ପୋଲିସ ଏହି ଘଟଣାରେ ହସ୍ତକ୍ଷେପ କରି ଝିଅଘର ଲୋକଙ୍କ କବଳରୁ ଉଭୟ ପ୍ରେମୀଯୁଗଳଙ୍କୁ ସୁରକ୍ଷା ଦେବାକୁ ଅପିଲ କରିଛନ୍ତି ସଂପୃକ୍ତ ଯୁବତୀ । ତେବେ କ’ଣ ରହିଛି ପୂରା ଘଟଣା ସେ ବାବଦରେ ପୋଲିସ ଛାନଭିନ କରିବାର ଆବଶ୍ୟକତା ରହିଛି ।


ଖବର ଅନୁଯାୟୀ, ମୁଣ୍ଡେଇ ଗାଁର ଜଣେ ଝିଅ ସେହି ଗାଁର ଜଣେ ଯୁବକଙ୍କୁ ୧୦ ବର୍ଷ ହେବ ପ୍ରେମ କରୁଥିଲେ । କିନ୍ତୁ ଘର ଲୋକ ଝିଅର ବିବାହ ଅନ୍ୟତ୍ର ଠିକ କରିବାରୁ ଉଭୟ ଘର ଛାଡି ମନ୍ଦିର ଓ କୋର୍ଟରେ ବିବାହ କରିଛନ୍ତି । ଘଟଣାରେ ଝିଅ ଘର ପକ୍ଷରୁ ନିଆଳି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ଥାନା ଭିତରେ ଆଇନକୁ ହାତକୁ ନେଇଛନ୍ତି ଝିଅ ଘର ଲୋକେ। ଥାନାରୁ ପୁଅ ବାପାକୁ ନେଇ ଯାଇ ଗାଁର ଏକ ବାରଣ୍ଡା ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିବାର ଅଭିଯୋଗ ହୋଇଛି । ଯଦି ଶ୍ୱଶୁର ଘର ଲୋକ ଓ ତାଙ୍କୁ ସୁରକ୍ଷା ନମିଳିଲେ ସମସ୍ତେ ଆତ୍ମହତ୍ୟା କରିବେ ବୋଲି କହିଛନ୍ତି ଯୁବତୀ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।