ଅପରାଧ ରାଜ୍ୟ

ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ୱର ରାସ୍ତାରେ ବସଯାତ୍ରା: କେହି ମାନୁନାହାନ୍ତି ନିୟମ, ପ୍ରତିଯୋଗିତା ନେଉଛି ଯାତ୍ରୀଙ୍କ ମୁଣ୍ଡ

ପୁରୀ : ବିପଦପୂର୍ଣ୍ଣ ସାଜିଛି ପୁରୀ-ଭୁବନେଶ୍ବର ରାସ୍ତାରେ ବସଯାତ୍ରା। ପ୍ରତି ମୁହୂର୍ତ୍ତରେ ରହୁଛି ଜୀବନ ପ୍ରତି ବିପଦ। ଲଗାତର କିଛି ମାସ ଧରି ପୁରୀ-ଭୁବନେଶ୍ବର ଜାତୀୟ ରାଜପଥରେ ବସ ଦୁର୍ଘଟଣାର ଶିକାର ହେବା ଓ ଏଥିରେ ଯାତ୍ରୀଙ୍କ ମୃତାହତ ହେବା, ଯାତ୍ରୀଙ୍କ ମନରେ ଏଭଳି କିଛି ଭୟ ସଂଚାର କରିଛି। ସେପଟେ ବିଭିନ୍ନ ଷ୍ଟପେଜ୍‌ରୁ ଯାତ୍ରୀଙ୍କୁ ଉଠାଇବା ପାଇଁ ବସ୍‌ଗୁଡ଼ିକ ଭିତରେ ପ୍ରତିଯୋଗିତା ଅଦିନରେ ଯାତ୍ରୀଙ୍କ ମୁଣ୍ଡ ଗଡ଼ାଉଛି ବୋଲି ଯାତ୍ରୀମାନେ ସିଧାସଳଖ ଅଭିଯୋଗ କରିଛନ୍ତି। ଏହା କେବଳ ବସଯାତ୍ରୀ ନୁହେଁ, ପୁରୀ-ଭୁବନେଶ୍ବର ରାସ୍ତାରେ ଯା’ଆସ କରୁଥିବା ଅନ୍ୟମାନଙ୍କ ପାଇଁ ବି ବିପଦପୂର୍ଣ୍ଣ ସାଜିଛି

ମିଳିଥିବା ସୂଚନା ମୁତାବକ, ବର୍ତ୍ତମାନ ପୁରୀ ବସଷ୍ଟାଣ୍ଡରୁ ଜିଲ୍ଲା ଓ ଜିଲ୍ଲା ବାହାରକୁ ୨୫୦ଟି ବସ ଚାଲୁଛି। ଏଥିରୁ କଟକକୁ ୫୦ଟି ଓ ଭୁବନେଶ୍ବରକୁ ୪୫ଟି ବସ ଚାଲୁଛି। ବାକି ନାଇଟ୍‌ ଏକ୍ସପ୍ରେସ୍‌, ସିଙ୍ଗଲ ରୁଟ୍‌, ସିଟି ବସ୍‌ ରହିଛି। ପରିବହନ ନିୟମ ଅନୁଯାୟୀ, ପ୍ରତି ଦୁଇ ମିନିଟ୍‌ରେ ଗୋଟିଏ ବସ୍‌ ବସ୍‌ଷ୍ଟାଣ୍ଡ ଛାଡ଼ିବାର ବ୍ୟବସ୍ଥା କରାଯାଇଛି। ସେହି ଅନୁଯାୟୀ କେଉଁ ଷ୍ଟପେଜ୍‌ରେ କେଉଁ ବସ୍‌ କେତେ ସମୟ ରହିବ, ତାର ବି ସମୟ ଧାର୍ଯ୍ୟ କରାଯାଉଛି। ‌ଗୋଟିଏ ବସ୍‌ ଦିନକୁ ଚାରିଥର ଯା’ଆସ କରିବାର ନିୟମ ରହିଛି। ଏହାଠାରୁ ଅଧିକ ଯା’ଆସ କରିପାରିବେନି। କିନ୍ତୁ ଯାତ୍ରୀଙ୍କ ଅଭି ଯୋଗ ପ୍ରତିଦିନ ବସ ନେବା ଆଣିବା ବେଳେ ଯାତ୍ରୀଙ୍କ ଉଠାଇବା ପାଇଁ ରାସ୍ତାରେ ପ୍ରତିଯୋଗିତା ଚାଲୁଛି। ଯାତ୍ରୀଙ୍କ ଜୀବନକୁ ବିପଦ ଭିତରକୁ ଠେଲି ଦେଇ ବେପରୁ୍ଆ ଗାଡ଼ି ଚାଳନା କରାଯାଉଛି। ରାସ୍ତାରେ ବସ୍‌ଗୁଡ଼ିକ ଓଭରଟେକିଂ କରୁଛନ୍ତି। ଯାହା ଦୁର୍ଘଟଣାର ପ୍ରମୁଖ କାରଣ ସାଜିଛି।

ରାସ୍ତାରେ ବିଭିନ୍ନ ବସଷ୍ଟାଣ୍ଡ୍‌ରୁ ପାସେଞ୍ଜର ଉଠାଇବା ପ୍ରତିଯୋଗିତାରେ ବସ ଚାଳକମାନେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟାଉଛନ୍ତି। ବସ ମାଲିକମାନେ ଡ୍ରାଇଭର୍‌ ଓ କଣ୍ଡକ୍ଟର୍‌ମାନଙ୍କୁ ଠିକା ଆକାରରେ ବସ ଭଡ଼ା ଦେଉଥିବାରୁ ଏହା ଆହୁରି ବିପଦ ଆଣୁଛି। ଚାଳକମାନେ କେବଳ ପାସେଞ୍ଜର ଉଠାଇବାକୁ ପ୍ରତିଯୋଗିତା କରୁନାହାଁନ୍ତି, ଗାଡ଼ି ଭିତରେ ଠେଲାପେଲା ଭିତରେ ପାସେଞ୍ଜର ଉଠାଉଛନ୍ତି। ବେଶି ପ୍ରତିଯୋଗିତା ଅଫିସିଆଲ୍‌ ସମୟରେ ଦେଖିବାକୁ ମିଳିଛି। ପୂର୍ବାହ୍ଣ ୧୦ଟାରୁ ୧୧ଟା ଓ ସନ୍ଧ୍ୟା ୫ଟାରୁ ସାଢ଼େ ୭ଟା ଭିତରେ ଏଭଳି ପରିସ୍ଥିତି ଉପୁଜୁଛି। ଯାହାର ପରିଣାମ ସ୍ବରୂପ ପୁରୀର ସାରଳା ବସ୍‌ ମାସେ ଭିତରେ ତିନି ଦୁଇଥର ଦୁର୍ଘଟଣା ଘଟାଇଲାଣି। ଏ ସମ୍ପର୍କରେ ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ସମୀର କୁମାର ଦଳାଇ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି। ଆଗକୁ ଯେଭଳି ଏଭଳି ବାରମ୍ବାର ଦୁର୍ଘଟଣା ନ ଘଟିବ, ସେ ଦିଗରେ ଆମେ ଦୃଷ୍ଟି ଦେବୁ ବୋଲି ଶ୍ରୀ ଦଳାଇ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।