ଅପରାଧ ରାଜ୍ୟ

ବିନ୍ଦି ଲଗାଇଥିବାରୁ ଶିକ୍ଷୟିତ୍ରୀଙ୍କଠାରୁ ଚାପୁଡ଼ା ଖାଇ ଜୀବନ ହାରିଲା ୧୦ମ ଶ୍ରେଣୀ ଛାତ୍ରୀ; ଗିରଫ‌ ହେଲେ ପ୍ରିନ୍‌ସିପାଲ୍‌ ଓ ଶିକ୍ଷୟିତ୍ରୀ

ଧାନବାଦ: ଝାଡ଼ଖଣ୍ଡର ଧାନବାଦ ଅଞ୍ଚଳର ଏକ ସ୍କୁଲ୍‌କୁ ବିନ୍ଦି (ଟିକିଲି) ଲଗାଇ ଯାଇଥିବା ଜଣେ ୧୦ମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷୟିତ୍ରୀ ଚାପୁଡ଼ା ମାରିବାରୁ ସେ ଆତ୍ମହତ୍ୟା କରିଥିବା କଥା ପୁଲିସ କହିଛି।

ଧାନବାଦ ପୁଲିସ କହିବା ଅନୁସାରେ, କପାଳରେ ବିନ୍ଦି ନାଇଥିବାରୁ ସୋମାବାର ଦିନ ସ୍କୁଲ୍‌ରେ ପ୍ରାର୍ଥନା ସମୟରେ ୧୬ ବର୍ଷୀୟ ଉଷା କୁମାରୀଙ୍କୁ ଜଣେ ଶକ୍ଷୟିତ୍ରୀ ଅପମାନିତ କରି ଚାପୁଡ଼ା ମାରିଥିଲେ। ହନୁମାନଗଢ଼ି  କଲୋନିସ୍ଥିତ ଘରକୁ ଫେରି ଉଷା ସିଲିଙ୍ଗ୍‌ ଫ୍ୟାନ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କଲେ।

ଜୀବନ ହାରିବା ପୂର୍ବରୁ ସେ ୟୁନିଫର୍ମ ପକେଟ୍‌ରେ ତେତୁଲ୍‌ମାରି ପୁଲିସ ଉଦ୍ଦେଶ୍ୟରେ ‘ସୁସାଇଡ୍‌ ନୋଟ୍‌’ ବି ରଖିଯାଇଥିଲେ। ସେଥିରେ ସେ ଏ ଘଟଣା ପାଇଁ ସ୍କୁଲ୍‌ ଶିକ୍ଷୟିତ୍ରୀ ଓ ପ୍ରିନ୍‌ସିପାଲ୍‌ଙ୍କୁ ଦାୟୀ କରିଛନ୍ତି। ତେଣୁ, ଉଭୟଙ୍କୁ ଗିରଫକରାଯାଇଥିବା କଥା ପୁଲିସ କହିଛି।

Image Courtesy of NDTV

‘ନ୍ୟାସ୍‌ନାଲ୍‌ କମିସନ୍‌ ଫର୍‌ ପ୍ରୋଟେକ୍‌ସନ୍‌ ଅଫ୍‌ ଚାଇଲଡ୍‌ ରାଇଟ୍‌ସ୍‌’ର (ଏନ୍‌ସିପିସିଆର୍‌) ଅଧ୍ୟକ୍ଷ ପ୍ରିୟାଙ୍କ କାନୁନ୍‌ଗୋ ଟୁଇଟ୍‌ କରି ମଙ୍ଗଳବାର ଦିନ କହିଛନ୍ତି ଯେ, ବିନ୍ଦି ଲଗାଇ ସ୍କୁଲ୍‌କୁ ଯାଇଥିବାରୁ ମାଡ଼ ଖାଇ ଛାତ୍ରୀଜଣକ ଆତ୍ମହତ୍ୟା କରିଛନ୍ତି। ଘଟଣା ସଂକ୍ରାନ୍ତରେ ଅବଗତ ହୋଇଥିବାରୁ ଦତନ୍ତ ଲାଗି ‘ଏନ୍‌ସିପିସିଆର୍‌’ ଧାନବାଦ ଯିବ।

ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ସୋମବାର ଦିନ ଧାନବାଦର ତେତୁଲମାରି ଅଞ୍ଚଳରେ ଘଟିଛି। ଘଟଣାର ପୁଲିସ ତଦନ୍ତ ଦାବି କରି ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଦାବି କରି ସେଠାରେ ମୃତା ବାଳିକାର ଅଭିଭାବକ ଓ ସ୍ଥାନୀୟ ଜନତା ସ୍କୁଲ୍‌ ପରିଚାଳନା କମିଟି ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରିଥି‌ଲେ।

ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୁଲିସ ପ୍ରତିଶ୍ରୁତି ଦେବା ପରେ ପ୍ରତିବାଦ ଭଙ୍ଗ ହୋଇଥିଲା।

ଗଣମାଧ୍ୟମକୁ ତେତୁଲମାରି ଥାନା ‘ଏସ୍‌ଏଚ୍‌ଓ’ ଆଶିଷ କୁମାର ଯାଦବ କହିଛନ୍ତି, ଅଭିଯୁକ୍ତ ଶିକ୍ଷୟିତ୍ରୀ ଓ ପ୍ରିନ୍‌ସିପାଲ୍‌ଙ୍କ ନାଁରେ ‘ଏଫ୍‌ଆଇଆର୍‌’ ରୁଜୁ କରାଯାଇଛି। ଖୁବ୍‌ ଶୀଘ୍ର ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।