ଅପରାଧ ରାଜ୍ୟ

ବିନା ସ୍ବୀକୃତିରେ ଚାଲିଛି ୧୨୮୬ ସ୍କୁଲ

ଭୁବନେଶ୍ବର : ବିନା ସରକାରୀ ସ୍ବୀକୃତିରେ ସ୍କୁଲ ଚଲାଉଛନ୍ତି କି? ଯଦି ରାଜ୍ୟର କୌଣସି ସଂସ୍ଥା ସେଭଳି କାର୍ଯ୍ୟ କରୁଥାନ୍ତି ତେବେ ସାବଧାନ। ୨୦୨୩-୨୪ ଶିକ୍ଷାବର୍ଷ ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି। ଯେଉଁମାନେ ସ୍ବୀକୃତି ବିନା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଖେଳୁଛନ୍ତି ସେମାନଙ୍କୁ ପବ୍ଲିକ ନୋଟିସ୍‌ ଦିଆଯିବ। ଆବଶ୍ୟକ ପଡ଼ିଲେ ସମ୍ପୃକ୍ତ ସ୍କୁଲ ବିରୋଧରେ ଥାନାରେ ଏତଲା ଦିଆଯିବ। କେଉଁ ବିଦ୍ୟାଳୟଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ତାହାର ତାଲିକା ମଧ୍ୟ ଇତିମଧ୍ୟରେ ଗଣଶିକ୍ଷା ବିଭାଗ ପ୍ରସ୍ତୁତ କରି ସାରିଛି। ବ୍ଲକ ଓ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ବି ଏ ବାବଦରେ ଅବଗତ କରାଯାଇଛି। ଏବେ କେବଳ ଗଣଶିକ୍ଷା ବିଭାଗ ବିଜ୍ଞପ୍ତିକୁ ଅପେକ୍ଷା। ବିଜ୍ଞପ୍ତି ପ୍ରକାଶ କ୍ଷଣି ତୃଣମୂଳସ୍ତରର ଶିକ୍ଷା ଅଧିକାରୀମାନେ ନିକଟସ୍ଥ ଥାନାରେ ଏତଲା ଦେବେ।

ଇତିମଧ୍ୟରେ ଗଣଶିକ୍ଷା ବିଭାଗ ପକ୍ଷରୁ ଜିଲ୍ଲାସ୍ତରରେ ସର୍ଭେ କରାଯାଇ କେଉଁ ବିଦ୍ୟାଳୟ ବିନା ସ୍ବୀକୃତିରେ ଚାଲିଛି ତାହା ତାଲିକା ପ୍ରସ୍ତୁତ ସରିଛି। ଖୋର୍ଧା ସମେତ ଗଞ୍ଜାମ, କଟକ, ସୁନ୍ଦରଗଡ଼, ସମ୍ବଲପୁର, ପୁରୀ, ବାଲେଶ୍ବର ଜିଲ୍ଲାରେ ଅଧିକ ବିଦ୍ୟାଳୟ ବିନା ସ୍ବୀକୃତିରେ‌ ଚାଲିଛି। ଆଦିବାସୀ ଅଧ୍ୟୁଷିତ ଜିଲ୍ଲାଗୁଡ଼ିକର ବହୁ କମ୍‌ ସଂଖ୍ୟକ ବିଦ୍ୟାଳୟ ତାଲିକାରେ ରହିଛନ୍ତି। ବିଭାଗ ତଥ୍ୟ ଅନୁଯାୟୀ, ୨୦୨୨-୨୩ ଶିକ୍ଷାବର୍ଷରେ ରାଜ୍ୟରେ ୬୨ ହଜାର ୨୯୧ ବିଦ୍ୟାଳୟ ରହିଛି। ସେଥିମଧ୍ୟରୁ ୪୮ ହଜାର ୮୩୮ଟି ସରକାରୀ ବିଦ୍ୟାଳୟ ଥିବା ବେଳେ ୫୮୦୭ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟ, ୬୧୨୬ ସ୍ବୀକୃତିପ୍ରାପ୍ତ ଘରୋଇ ବିଦ୍ୟାଳୟ ରହିଛି। ସରକାରୀ ବିଦ୍ୟାଳୟ ତଥା ଅନ୍ୟାନ୍ୟ ବିଦ୍ୟାଳୟଗୁଡ଼ିକୁ ମିଶାଇ ମୋଟ ୨୩୪ଟି ବିଦ୍ୟାଳୟ ଚାଲିଛି। ୧୨୮୬ଟି ବିଦ୍ୟାଳୟ ରାଜ୍ୟ ସରକାରଙ୍କଠାରୁ ସ୍ବୀକୃତି ପାଇ ନାହାନ୍ତି। ଏହାବ୍ୟତୀତ ଏମିତି କିଛି ବିଦ୍ୟାଳୟ ରହିଛନ୍ତି ଯେଉଁମାନେ କି ଲୁଚାଛପାରେ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ସେମାନଙ୍କୁ ଖୋଜି ବାହାର କରିବାକୁ ବିଇଓ ଓ ଡିଇଓଙ୍କୁ ନିର୍ଦେଶ ଦିଆଯାଇଛି।

ବିନା ସ୍ୱୀକୃତିରେ ସ୍କୁଲ ଚାଲୁଥିଲେ ମଧ୍ୟ ଗଣଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନ ଥିଲା। ଏନେଇ ଓଡ଼ିଶା ଅଭିଭାବକ ମହାସଂଘ ସମେତ ବିଭିନ୍ନ ସଙ୍ଗଠନ ‌ସ୍ବର ଉଠାଇଥିଲେ। ଯେଉଁଥିପାଇଁ ୨୦୨୦ ଜୁଲାଇ ମାସରେ ସ୍ବୀକୃତି ବିନା ଚାଲିଥିବା ସ୍କୁଲ ବି‌ରୋଧରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଜଣାଇବା ଲାଗି ତତ୍‌କାଳୀନ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ)ଙ୍କଠାରୁ ରିପୋର୍ଟ ତଲବ କରିଥିଲେ। ଅଧିକାଂଶ ଡିଇଓ ରିପୋର୍ଟ ଦାଖଲ କରିଥିଲେ ମଧ୍ୟ କେତେକ ଡିଇଓ କରୋନା ଆଳରେ ଦିନ ଗଡ଼ାଇ ଦେଇଥିଲେ। ଏନେଇ ଜଣାପଡ଼ିବା ପରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଅସନ୍ତୋଷ ପ୍ରକାଶ କରିବା ସହ କାହିଁକି କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ ବୋଲି ମତପ୍ରକାଶ କରିଥିଲେ। ଏବେ କରୋନା ସ୍ଥିତିରେ ସୁଧାର ଆସିଥିବାରୁ ପୁଣିଥରେ କାର୍ଯ୍ୟାନୁଷ୍ଠାନ ନେବାକୁ ବିଇଓ ଓ ଡିଇଓମାନଙ୍କୁ ଗତ ସମୀକ୍ଷା ବୈଠକରେ କୁହାଯାଇଛି।

ଅଭିଭାବକ ମହାସଂଘ କହିଛି‌ ଯେ ବହୁ ସ୍କୁଲ ବିନା ସ୍ବୀକୃତିରେ ଚାଲିଛି। ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏ ଦିଗରେ ପଦକ୍ଷେପ ନେବା ସହ ବେଆଇନ ଭାବେ ଚାଲିଥିବା ବିଦ୍ୟାଳୟଗୁଡ଼ିକୁ ବନ୍ଦ କରାଯାଉ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।