ଖେଳ

ବିନା ଶୋଭାଯାତ୍ରାରେ ଯିବ ଅଲିମ୍ପିକ୍‌ ମଶାଲ

ଟୋକିଓ: ଆସନ୍ତା ସପ୍ତାହରେ ହିରୋସିମାରେ ହେବାକୁ ଥିବା ଅଲିମ୍ପିକ୍‌ ମଶାଲ୍‌ ଯାତ୍ରା ବିନା ଶୋଭାଯାତ୍ରାରେ କରାଯିବ ବୋଲି ହିରୋସିମା ଗଭର୍ଣ୍ଣର ହିଦୋହିକୋ ୟୁଜାକି ପ୍ରକାଶ କରିଛନ୍ତି। ଟୋକିଓ ଅଲିମ୍ପିକ୍ସର ଉଦ୍‌ଘାଟନୀ ଉତ୍ସବ ଆଉ ୧୦ ସପ୍ତାହରୁ କମ୍‌ ସମୟ (ଜୁଲାଇ ୨୩) ରହିଥିବା ବେଳେ ଏହାକୁ ବାତିଲ କରିବାକୁ ମଧ୍ୟ ଦାବି ଜୋର୍‌ ଧରିଛି। ହିରୋସିମାର ଗଳିକନ୍ଦିରେ ଶୋଭାଯାତ୍ରା ହେବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ ଏବେ କିଭଳି କରାଯିବ ସେ ନେଇ ଚିନ୍ତା ପ୍ରକଟ କରାଯାଇଛି। ଅନ୍ୟପକ୍ଷରେ ଗତ ସପ୍ତାହରେ ଅନ୍ତର୍ଜାତୀୟ ଅଲିମ୍ପିକ୍ ସମିତି (ଆଇଓସି) ସଭାପତି ଥୋମାସ ବାକ୍‌ ଜାପାନ ଆସିବାର କାର୍ଯ୍ୟକ୍ରମ ରହିଥିଲେ ମଧ୍ୟ କୋଭିଡ୍‌ ପରିସ୍ଥିତି କାରଣରୁ ଏହାକୁ ବାତିଲ କରିଥିଲେ।

NewsLaxmi7

About Author

You may also like

ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ
ଖେଳ

ଚେନ୍ନାଇର ଏହି ପାଞ୍ଚ ଖେଳାଳିଙ୍କ ପାଇଁ ଶେଷ ସିଜିନ ହୋଇପାରେ ଚଳିତ ଆଇପିଏଲ

ନୂଆଦିଲ୍ଲୀ ୨୩।୧୦: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ ୨୦୨୦)କୁ ଏକ ମାସ ବିତିଗଲାଣି। କିଛି ଖେଳାଳି ଭଲ ପ୍ରଦର୍ଶନ କରିଥିବା ବେଳେ ଆଉ କିଛି ଖେଳାଳି ନିଜର ସାମର୍ଥ୍ୟ