ଅପରାଧ ରାଜ୍ୟ ସ୍ୱାସ୍ଥ୍ୟ

ବିନା ଡ଼ାକ୍ତରରେ ପ୍ରସବ ହେତୁ ଚାଲିଗଲା ପ୍ରସୂତିଙ୍କ ଜୀବନ, ଚରମ ଅବହେଳା କହି ଦାୟୀ କଲେ ପରିବାର ଲୋକ

ପୁରୀ ୧୬/୦୯: ବିନା ଡ଼ାକ୍ତରରେ ପ୍ରସବ ଯୋଗୁଁ ଚାଲିଗଲା ମା’ର ଜୀବନ । ରାତିରେ ଚିକିତ୍ସାର ଚରମ ଅବହେଳା ଅଭିଯୋଗ ଆଣି ମୃତଦେହ ରଖି ଧାରଣା ଦେଇଛନ୍ତି ପରିବାର ଲୋକେ ।

ସୂଚନା ଥାଉକି, ପୁରୀ ରାହାଡମଲ ବାଉରିବସ ଗ୍ରାମର ଜାନକୀ ମଲ୍ଲିକ ଗର୍ଭବତୀ ଥିଲେ । ପ୍ରସବ ଯନ୍ତ୍ରଣା ବଢିବାରୁ ସ୍ୱାମୀ ଅକ୍ଷୟ ମଲ୍ଲିକ ତାଙ୍କୁ କେରାଣ୍ଡିଆ ଡାକ୍ତରଖାନା ନେଇଥିଲେ । ମାତ୍ର ସେଠାରେ ଡାକ୍ତର ଅନୁପସ୍ଥିତ ଥିବାରୁ ନର୍ସଙ୍କ ଦ୍ୱାରା ପ୍ରସବ କରାଯାଇଥିଲା । ଏକ ଶିଶୁ କନ୍ୟାକୁ ଜନ୍ମ ଦେବା ପରେ ଜାନକୀଙ୍କ ସ୍ୱାସ୍ଥ୍ୟବସ୍ଥା ବିଗିଡିଥିଲା । ପ୍ରବଳ ରକ୍ତସ୍ରାବ ହେବାରୁ ନର୍ସ ତାଙ୍କୁ ସଦର ମୁଖ୍ୟ ଚିକିତ୍ସାଳୟ ନେବାକୁ ପରାମର୍ଶ ଦେଇଥିଲେ । ହସ୍ପିଟାଲରେ ମଧ୍ୟ ଓଟିକୁ ନେବାକୁ ୩୦ମିନିଟ ବିଳମ୍ବ ହୋଇଥିଲା । ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ସେ ଆଖି ବୁଜିଛନ୍ତି । ଡାକ୍ତର ଓ ନର୍ସଙ୍କ ଅବହେଳାକୁ ଦାୟୀ କରି ମୃତଦେହ ରଖି ପରିବାର ଲୋକେ ଧାରଣା ଦେବା ସହ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ