ଲାଇଫ୍ ଷ୍ଟାଇଲ ସ୍ୱାସ୍ଥ୍ୟ

ବିନା ଖର୍ଚ୍ଚରେ ଏମିତି ନଖକୁ କରିପାରିବେ ସୁନ୍ଦର ନଖ ବଢ଼ିବା, ଫାଟିବା ସମସ୍ୟାର ଉପଚାର

କଟକ: ନାରୀ ଓ ପୁରୁଷ ସଭିଏଁ ଚାହିଥାନ୍ତି ନଖକୁ ସୁନ୍ଦର ଆଉ ମଜବୁତ ରଖିବାକୁ। ଖାସ କରି ନାରୀ ମାନେ ନଖ ବଢ଼ିବା, ନଖ ମଜବୁତ ରହିବା, ନଖ ନ ମରିବା ପାଇଁ ବିଭିନ୍ନ ପ୍ରକାରର ପ୍ରକ୍ରିୟା କରିଥାନ୍ତି। ହେଲେ ଘରେ ରହି ଘରୋଇ ଜିନିଷ ବ୍ୟବହାର କରି ଏହି ସମସ୍ୟାର ଉପଚାର କରିପାରିବା। ସେଥିପାଇଁ ପ୍ରଥମେ ଅଧ କପ ପାଣିକୁ ଗରମ କରି ସେଥିରେ ଦୁଇ ଚାମଚ ସାମ୍ପୋ, ଦୁଇ ବୁନ୍ଦା ଲେମ୍ବୁ ରସ, ଖାଇବା ଲୁଣ ଅଳ୍ପ ମାତ୍ରରେ ପକାଇ ସେଥିରେ ହାତକୁ ବୁଡ଼ାଇ ୫ ରୁ ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ରଖିବା। ପରେ ନଖକୁ ଭଲ ଭାବେ ମସାଜ କରି ହାତକୁ ଧୋଇଦେବେ।

Sambad
ଏହାଦ୍ବାରା ହାତ ଓ ନଖ ସଫା ରହିଥାଏ। ପରେ ଗୋଟିଏ ଆତ ଫଳ ଭିତର ଧଳା ଅଂଶକୁ ‌କାଢ଼ି ୧୦ ମିନିଟ୍‌ ସମୟ ପର୍ଯ୍ୟନ୍ତ ନଖରେ ସ୍କ୍ରବିଂ କରିବେ। ନଖକୁ ଭଲ ଭା‌ବେ ଧୋଇ ଦେବେ। ପରେ ଦୁଇ ଚାମଚ କଞ୍ଚା କ୍ଷୀରରେ ନଖକୁ ମସାଜ କରିବେ। ଏହାସହ ଗୋଟିଏ ଲେମ୍ବୁକୁ କାଟି ଦୁଇ ଫାଳ କରି ଲେମ୍ବୁ ଚେପାକୁ ନଖରେ ୫ ମିନିଟ୍‌ ସମୟ ପର୍ଯ୍ୟନ୍ତ ସ୍କ୍ରବ କଲେ। ଏହା ନଖ ସଫା ରଖିଥାଏ। ଏବଂ ଏହି ସମସ୍ତ ପକ୍ରିୟାକୁ ପ୍ରତିଦିନ ଦୁଇ ଥର କରିବା ଜରୁରୀ। ଏହାଦ୍ବାରା ନଖ ବଢ଼ିବା ସହ, ନଖ ଫାଟିବନି, ନଖ ମରିବା ଭଳି ସମସ୍ୟା ହେବ ନାହିଁ।
ସୋନାଲି ମଲ୍ଲିକ , ବିଉଟିସିଆନ

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ