ଅପରାଧ ରାଜନୀତି ରାଜ୍ୟ

ବିଧାୟକ ପ୍ରକାଶ ମାଝୀଙ୍କୁ ଗିରଫ ଦାବି, କୁଶ ପୁତ୍ତଳିକା ଦାହ କଲା ବିଜେପି

ଉମରକୋଟ: ନବରଂଗପୁର ଜିଲ୍ଲା ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କ ନାଁରେ ଗତକ।ଲି ରାଜଧାନୀ ଭୁବନେଶ୍ୱର ଠାରେ ଜଣେ ମହିଳା ଖଣ୍ଡଗିରି ଥାନାରେ ଏତଲା ଦେବାପରେ ବିଜେପି ଅଧିକ ସକ୍ରିୟ ହେଇଛି। ଆଜି ଉମରକୋଟ ବିଜେପି ବିଧାୟକ ନିତ୍ୟାନନ୍ଦ ଗଣ୍ଡଙ୍କ ନେତୃତ୍ବରେ କର୍ମୀ ଓ ନେତାମାନେ ଦଳୀୟ କାର୍ଯ୍ୟାଳୟରୁ ବାହାରି ବ୍ଲକ୍ କାର୍ଯ୍ୟାଳୟ ସାମନାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ବିଧାୟକ ପ୍ରକାଶ ମାଝୀଙ୍କ କୁଶ ପୁତ୍ତଳିକା ଦାହ କରିଛି। ଏଥି ସହ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ପୁଲିସ ତୁରନ୍ତ ଗିରଫ କରିବା ସହ ତାଙ୍କୁ ଦଳ ତୁରନ୍ତ ଦଳରୁ ବହିଷ୍କାର କରିବା ପାଇଁ ଦାବି କରିଛି ବିଜେପି।

ବିଜେପି ଅଭିଯୋଗ କରିଛି ଯେ ପୁଲିସ ଲୋକଙ୍କ କାମ ପାଇଁ ଦେବଗଡ଼ ବିଧାୟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପାଖକୁ ଯାଇଥିବା ବେଳେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଅଭିଯୋଗ କ୍ରମେ ତାଙ୍କୁ ତୁରନ୍ତ ଗିରଫ କରିଥିବା ବେଳେ ଝରିଗାଁ ବିଧାୟକଙ୍କ ନାଁରେ ଯେତେ ଅଭିଯୋଗ ଥିଲେ ମଧ୍ୟ ତାଙ୍କୁ ଗିରଫ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛି। ବର୍ତ୍ତମାନ ଯଦି ପୁଲିସ ଝରିଗାଁ ବିଧାୟକ ପ୍ରକାଶ ଚନ୍ଦ୍ର ମାଝୀଙ୍କୁ ଏହି ମାମଲାରେ ଗିରଫ ନକରେ ତେବେ ବିଜେପି ବାଧ୍ୟ ହୋଇ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବ। ଆଜିର ଏହି ବିକ୍ଷୋଭ ସମୟରେ ଅନ୍ୟମାନଙ୍କ ମଧ୍ୟରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ନଗର ସଭାପତି ସୁରେଶ ଆଚାର୍ଯ୍ୟ, ସନତ ଠାକୁର, ରମେଶ ଦାସ, କୁର୍ମା ରାଓ, କାଉନସିଲର କନକ ଲତା ନାୟକ, ମନ୍ଦୀର। ନାୟକ, ରିଙ୍କି ଦୂ ରି ଆ, କୁନ୍ତଳା ଜାଲି, ସତ୍ୟ ବତି ନାୟକ ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର