ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟକ ନୃସିଂହ ସାହୁ ହଟହଟା

ପର୍ଜଙ୍ଗ : ଭୂମିହୀନମାନଙ୍କୁ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ବେଳେ ସ୍ଥାନୀୟ ବିଧାୟକ ଡା. ନୃସିଂହ ସାହୁଙ୍କୁ ସୋମବାର ଦିନ ହଟହଟା ହେବାକୁ ପଡ଼ିଛି। ଅଞ୍ଚଳରେ ଉନ୍ନୟନ କାର୍ଯ୍ୟ ହେଉ ନ ଥିବା ଅଭିଯୋଗ କରି ଲୋକମାନେ ଘେରିଯିବାରୁ ‌ତାଙ୍କୁ କିଛିସମୟ ଅଟକିବାକୁ ପଡ଼ିଥିଲା। ପରେ, ପୁଲିସ ସହଯୋଗରେ କାର୍ଯ୍ୟକ୍ରମରେ ଯୋଗଦେଇ ଭତ୍ତା ବଣ୍ଟନ କରିଥିବା ଜଣାପଡ଼ିଛି।

ବ୍ଲକ୍‌ କାର୍ଯ୍ୟାଳୟଠାରେ ସୋମବାର ଦିନ ବିଡିଓ ସଂଗ୍ରାମ କେଶରୀ ଭଳଙ୍କ ଅଧ୍ୟକ୍ଷତାରେ ବସୋଇ ଓ ଜୟପୁରାକାଟେଣୀ ପଞ୍ଚାୟତର ୫୧ ଜଣ ଭୂମିହୀନଙ୍କୁ ପଟ୍ଟା ବଣ୍ଟନ ପାଇଁ ସ୍ଥିର ହୋଇଥିଲା। ସ୍ଥାନୀୟ ବିଧାୟକ ଡା. ନୃସିଂହ ସାହୁ ନିର୍ଦ୍ଧାରିତ ସମୟ ପୂର୍ବାହ୍ନ ୧୧ଟାରେ ବ୍ଲକ୍‌ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ତେବେ ସେଠାରେ ବ୍ଲକ୍‌ର ବିଭିନ୍ନ ପଞ୍ଚାୟତରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ, ସାଧାରଣ ଜନତା ବିଧାୟକଙ୍କ ଗାଡ଼ିକୁ ଭିତରକୁ ଯିବାକୁ ବିରୋଧ କରିଥିଲେ। ତୀବ୍ର ବିରୋଧ ଫଳରେ ସ୍ଥାନୀୟ ବିଧାୟକଙ୍କୁ ସେଠାରେ ଅଟକି ରହିବାକୁ ପଡ଼ିଥିଲା। ପରେ ବିଧାୟକଙ୍କୁ ପଞ୍ଚାୟତ ସମିତି ଅଧ୍ୟକ୍ଷା ଶର୍ମିଷ୍ଠା ଦଳବେହେରା ପୁଲିସ ସହଯୋଗରେ ସୁରକ୍ଷିତ ଭାବେ ସଭାଗୃହକୁ ନେଇ ପଟ୍ଟା ବଣ୍ଟନ କରିଥିଲେ।

ସୂଚନାଥାଉକି, ଗତ ମେ ୨୦ ତାରିଖରେ ପଞ୍ଚାୟତ ସମିତି ବୈଠକରେ ଯୋଗଦେଇ ବିଧାୟକ ଡା. ସାହୁ ଫେରିବା ବେଳେ ମଧ୍ୟ ବିଜେପି କର୍ମୀଙ୍କ ବିରୋଧ ଯୋଗୁଁ ହଟହଟା ହୋଇଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।