ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଧାୟକଙ୍କ ଗାଁକୁ ଭଲ ରାସ୍ତା ନାହିଁ!

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ତେନ୍ତୁଳିଖୁଣ୍ଟି: ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀଙ୍କ ନିଜ ଗାଁ ପାତ୍ରପୁଟକୁ ସଂଯୋଗ କରୁଥିବା ରାସ୍ତା କଦର୍ଯ୍ୟ ଅବସ୍ଥାରେ ରହିଛି। ବାରମ୍ବାର ମରାମତି ସହ ନିର୍ମାଣ ସତ୍ତ୍ବେ କିଛିଦିନ ମଧ୍ୟରେ ପୁଣି ସାଂଘାତିକ ଅବସ୍ଥାକୁ ଚାଲି ଆସୁଛି। ତେଣୁ ଲୋକଙ୍କ ପାଇଁ ମରଣଯନ୍ତା ପାଲଟିଥିବା ଏହି ରାସ୍ତା ବର୍ତ୍ତମାନ ଯାତାୟାତ ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୋଗ ହୋଇପଡ଼ିଛି।

ତେନ୍ତୁଳିଖୁଣ୍ଟି-ନବରଙ୍ଗପୁର ମୁଖ୍ୟ ରାସ୍ତାର ପୂଜାରୀଗୁଡା ଠାରୁ ୭କିଲୋମିଟର ଦୂର ଅଞ୍ଚଳଗୁମ୍ମା ପର୍ଯ୍ୟନ୍ତ ପିଡବ୍ଲୁଡି ପକ୍ଷରୁ ରାସ୍ତା ନିର୍ମାଣ ହୋଇଛି। କିନ୍ତୁ, ଅନେକସ୍ଥାନ ଖରାପ ଏବେ ହେବାକୁ ବସିଲାଣି। ୩.୭୫ ମିଟର ବିଶିଷ୍ଟ ରାସ୍ତାର ଉଭୟ ପାର୍ଶ୍ୱରେ ବୁସ୍‌ କଟିଂ ହେଉନି। ଫଳରେ, ରାସ୍ତାପାର୍ଶ୍ୱରେ ଲଟାବୁଦା ଉଠି ରାସ୍ତା ସମ୍ପୂର୍ଣ୍ଣ ସଂକୀର୍ଣ୍ଣ ହୋଇଯାଇଛି। ସେହିପରି, ଅଞ୍ଚଳଗୁମ୍ମାଠାରୁ ପାତ୍ରପୁଟ ପର୍ଯ୍ୟନ୍ତ ସାଢ଼େ ୪କିଲୋମିଟର ଦୂର ବିଧାୟକଙ୍କ ଗ୍ରାମ ପାତ୍ରପୁଟ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ୬ବର୍ଷ ପୂର୍ବେ ରାସ୍ତା ନିର୍ମାଣ କରାଯାଇଥିଲା। ବର୍ତ୍ତମାନ ଏହି ରାସ୍ତା ଯାତାୟାତ ନିମନ୍ତେ ସମ୍ପୂର୍ଣ୍ଣ ଅନୁପଯୋଗୀ। ରାସ୍ତାସାରା ଖାଲଖମାରେ ଭର୍ତ୍ତି ହୋଇଥିବା ବେଳେ ରାସ୍ତାରୁ ପିଚୁଉଠି ମାଟି ଦେଖାଗଲାଣି। ଏହି ରାସ୍ତାରେ ରହିଥିବା ଚିତ୍ରକୋଟ ଗ୍ରାମରେ ମଧ୍ୟ କଂକ୍ରିଟ୍‌ ରାସ୍ତା ନିର୍ମାଣ ହୋଇଥିଲେ ସୁଦ୍ଧା ଡ୍ରେନେଜ୍‌ ବ୍ୟବସ୍ଥା ପାଇଁ ବିଭାଗ ଭୁଲିଯାଇଥିବାରୁ ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ରାସ୍ତାର ଖରାପ ଅବସ୍ଥା ଯୋଗୁ ଯାତାୟାତ ସମୟରେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ଗ୍ରାମବାସୀ।

ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ୧୯୬୭ରୁ ୧୯୯୮ ମସିହା ପର୍ଯ୍ୟନ୍ତ ପାତ୍ରପୁଟ ଗ୍ରାମର ସ୍ବର୍ଗତ ଖଗପତି ପ୍ରଧାନୀ ଲଗାତାର ୯ଥର ନବରଙ୍ଗପୁର ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ସେହିପରି ତାଙ୍କ ଭାଇ ଗୋପୀନାଥ ପ୍ରଧାନୀ ବହୁବାର ପାତ୍ରପୁଟ ସରପଞ୍ଚ ଏବଂ ୧୯୯୭ରୁ ୨୦୦୨ମସିହା ପର୍ଯ୍ୟନ୍ତ ଜିଲ୍ଲା ପରିଷଧ ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ସାଂସଦ ସ୍ବର୍ଗତ ଖଗପତି ପ୍ରଧାନୀଙ୍କ ପୁତୁରା ତଥା ଗୋପୀ ପ୍ରଧାନୀଙ୍କ ପୁତ୍ର ସଦାଶିବ ପ୍ରଧାନୀ ୨୦୧୯ ମସିହାରୁ ନବରଙ୍ଗପୁର ବିଧାୟକ ଅଛନ୍ତି। ୧୯୭୨ ମସିହାରେ ତତ୍କାଳୀନ ପୂର୍ତ୍ତ ବିଭାଗ ମନ୍ତ୍ରୀ ଡମ୍ବରୁ ମାଝୀ ନିଜସ୍ବ ପ୍ରଚେଷ୍ଟାରେ ମୂଷାମୁଣ୍ଡିଗୁଡା ଠାରୁ ଭାୟା ଅଞ୍ଚଳଗୁମ୍ମା ଦେଇ ପାତ୍ରପୁଟ, ଝରିଗୁମ୍ମା ଓ କଣ୍ଟାଗାଁ ଦେଇ ପାପଡାହାଣ୍ଡି ବ୍ଲକ୍‌ର ସେମଳା ପର୍ଯ୍ୟନ୍ତ ରାସ୍ତା ପୂର୍ତ୍ତ ବିଭାଗ ଅଧୀନକୁ ନେଇଥିଲେ। କିନ୍ତୁ, ପାତ୍ରପୁଟ ଗ୍ରାମର ଗୋଟିଏ ପରିବାରରୁ ସାଂସଦ, ବିଧାୟକ ଓ ଜିଲ୍ଲା ପରିଷଦ ସଭାପତି ନିର୍ବାଚିତ ହୋଇଥିଲେ ସୁଦ୍ଧା ଗାଁ ରାସ୍ତା ନବୀକରଣ ତଥ‌ା ପ୍ରଶସ୍ତୀକରଣ ନହେବା ସାଧାରଣରେ ଆଲୋଚନାର ବିଷୟ ପାଲଟିଛି। ଏ ନେଇ ପୂର୍ତ୍ତ ବିଭାଗ ଯନ୍ତ୍ରୀ ରାକେଶ ରୋଶନଙ୍କୁ ପଚାରିବାରୁ ମୂଷାମୁଣ୍ଡିଗୁଡା ଠାରୁ ଭାୟା ଅଞ୍ଚଳଗୁମ୍ମା ଦେଇ ଝରିଗୁମ୍ମା ଓ କଣ୍ଟାଗାଁ ପର୍ଯ୍ୟନ୍ତ ୯କୋଟି ଟଙ୍କା ବ୍ୟୟରେ ୨୦ଫୁଟ ଓସାର ବିଶିଷ୍ଟ ୧୮ କିଲୋମିଟର ରାସ୍ତା ନିର୍ମାଣ ସାଙ୍ଗକୁ ପ୍ରଶସ୍ତୀକରଣ କରାଯାଉଛି। ଆସନ୍ତା ଜୁନ୍‌ ମାସ ସୁଦ୍ଧା ଏହି କାମ ସମ୍ପୂର୍ଣ୍ଣ ହେବ ବୋଲି କହିଛନ୍ତି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।