ରାଜନୀତି ରାଜ୍ୟ

ବିଧାନସଭା ନିର୍ବାଚନ: ପୁରୁଣା ଲଢ଼େଇ ଦେଖିବ ଅନୁଗୁଳ!

ଅନୁଗୁଳ,  (ପତିତପାବନ ସାହୁ): ଅନୁଗୁଳ ବିଧାନସଭା କ୍ଷେତ୍ର। ୨୦୦୦ ମସିହାରୁ ବିଜେଡି ହାତରେ ରହିଥିଲା​ବେଳେ ୨୦୦୪ରୁ ଲଗାତାର ଭାବେ ରଜନୀକାନ୍ତ ସିଂହ ବିଧାୟକ ଭାବେ ଜିତି ଆସୁଛନ୍ତି। ୨୦୧୪ ଓ ୨୦୧୯ ନିର୍ବାଚନରେ ପ୍ରତାପ ପ୍ରଧାନ ତାଙ୍କୁ କଡ଼ା ଟକ୍କର ଦେଇଥିଲେ ମଧ୍ୟ ଅଳ୍ପକେ ପରାସ୍ତ ହୋଇଥିଲେ। ଏବେକାର ରାଜନୈତିକ ପରିସ୍ଥିତି ଯାହା, ଏଠାରେ ପୁଣି ପୁରୁଣା ଲଢ଼େଇ ହେବାର ସମ୍ଭାବନା ଅଧିକ। ବିଜେଡି ଓ ବିଜେପି ପକ୍ଷରୁ ସମ୍ଭାବ୍ୟ ପ୍ରାର୍ଥୀଙ୍କୁ ଏକପ୍ରକାର ସବୁଜ ସଙ୍କେତ ମିଳିସାରିଥିଲା ବେଳେ କଂଗ୍ରେସ ପ୍ରାର୍ଥୀ ଚୟନ ନେଇ ଦ୍ବନ୍ଦ୍ବ ଦୂର ହେଉନି।

ବିଜେଡି ଗଠନ ପରଠାରୁ ଅନୁଗୁଳରେ କେବେ ହାରିନି। ୨୦୦୦ ନିର୍ବାଚନରେ ବିଜେଡିର ବରିଷ୍ଠ ନେତା ଅଦ୍ବୈତ ପ୍ରସାଦ ସିଂହ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ତାଙ୍କ ବଦଳରେ ପୁଅ ରଜନୀକାନ୍ତ ସିଂହଙ୍କୁ ଦଳ ଟିକେଟ ଦେଇଥିଲା। ଆଉ ପ୍ରଥମ ପରୀକ୍ଷାରେ ସେ ପାସ୍‌ କରିଯାଇଥିଲେ। ଏହା ପରେ କ୍ରମାଗତ ୪ ଥର ସେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି।

ଅନୁଗୁଳରେ ଆଗରୁ ବିଜେଡି ଓ କଂଗ୍ରେସ ମଧ୍ୟରେ ଲଢ଼େଇ ହେଉଥିଲାବେଳେ ଗତଥର ଏହି ଧାରା ବଦଳିଥିଲା। ବିଜେପି ସହ ଲଢ଼ିଥିଲା ବିଜେଡି। ପଞ୍ଚାୟତ ଓ ପୌର ନିର୍ବାଚନରେ ବିପୁଳ ସଫଳତା ପାଇଥିବା ବିଜେଡି ଏହାକୁ ଦୋହରାଇବା ଲକ୍ଷ୍ୟରେ ରହିଛି। ସଂଗଠନ ସଂପାଦକ ତଥା ଅନୁଗୁଳ ପର୍ଯ୍ୟବେକ୍ଷକ ପ୍ରଣବ ପ୍ରକାଶ ଦାଶଙ୍କ ଇଶାରାରେ ନିର୍ବାଚନୀ ପ୍ରସ୍ତୁତି ଆରମ୍ଭ କରିଦେଇଛି। ହେଲେ ୨୦୧୯ରେ ଅଳ୍ପ ଭୋଟ୍‌ ବ୍ୟବଧାନରେ ବିଜେପି ପରାସ୍ତ ହୋଇଥିବାରୁ ଏଥର ଜିତିବା ପାଇଁ ସବୁ ପ୍ରକାର ବଳ ଲଗାଇବ। ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅବିଭକ୍ତ ଢେଙ୍କାନାଳରୁ ଲୋକସଭାକୁ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ପରେ ବିଜେପି ଶିବିର ଉତ୍ସାହିତ ରହିଛି। ଏପଟେ କଂଗ୍ରେସ ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବାରୁ ଏହା କେମିତି ଲଢ଼ିବ ତାକୁ ନେଇ ସନ୍ଦେହ ରହିଛି।

ଏଥର ରଜନୀକାନ୍ତ ସିଂହଙ୍କୁ ବଦଳାଇ ଦଳ ରିସ୍କ ନେବନି ବୋଲି ବିଜେଡି ମହଲରେ ଆଲୋଚନା ଚାଲିଛି। ଏପରିକି ତାଙ୍କୁ ଦଳ ଏ ଭିତରେ ସବୁଜସଙ୍କେତ ଦେଇଥିବା ତାଙ୍କ ସମର୍ଥକମାନେ କହୁଛନ୍ତି। ତଥାପି ଟିକେଟ ​ଦୌଡ଼ରେ ରଜନୀକାନ୍ତଙ୍କ ପୁଅ ଅରୁଣାଭ ସିଂହ, ଜିଲ୍ଲା ଯୁବ ସଭାପତି ଦିନେଶ ପ୍ରଧାନ, ପୂର୍ବତନ ତାମ୍‌ଡା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକଙ୍କ ନାଁ ରହିଛି। ବିଜେଡି ରାଜନୀତିରେ କିଛି ବି ସମ୍ଭବ ହେଉଥିବାରୁ ଏମାନଙ୍କୁ ଭିତରୁ କାହାକୁ ଦଳ ଟିକେଟ୍ ଦେଇପାରେ। ଏପରିକି ବିଜେପି ଶିବିରରୁ କୌଣସି ନେତାଙ୍କୁ ଟାଣି ଦଳ ଟିକେଟ୍‌ ଦେଇପାରେ ବୋଲି ଗୋଟିଏ ଗୋଷ୍ଠୀ କହୁଛନ୍ତି। ତେବେ ବିଜେପି ପୁଣି ଥରେ ପ୍ରତାପ ପ୍ରଧାନଙ୍କ ଉପ​ରେ ଭରସା କରିବା ଏକ ରକମ ନିଶ୍ଚିତ। ତାଙ୍କ ହାତରେ ଦଳର ସଂଗଠନ ରହିଥିଲାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମର୍ଥନ ତାଙ୍କ ପଛରେ ରହିଛି। ଏପଟେ କଂଗ୍ରେସର ପ୍ରାର୍ଥୀ ନେଇ କିନ୍ତୁ ଦ୍ବନ୍ଦ୍ବ ବଢ଼ିବାରେ ଲାଗିଛି। ଗତଥର ପ୍ରାର୍ଥୀ ହୋଇଥିବା ବିପ୍ଳବ ଜେନା ଆଉ ପ୍ରାର୍ଥୀ ହେବାକୁ ଚାହୁନାହାନ୍ତି। ଏପଟେ କଂଗ୍ରେସ ସଭାପତି ଭାବେ ସଂଗ୍ରାମ ମିଶ୍ର ଦାୟିତ୍ବ ନେବା ପରେ ଦଳର ସମୀକରଣ ବଦଳିଛି। ତେଣୁ ନିଜେ ସଂଗ୍ରାମ ମିଶ୍ର ପ୍ରାର୍ଥୀ ହେବା ସମ୍ଭାବନା ଅଧିକ। ଜୟନ୍ତ ସାହୁ, ମୁନା ପଟ୍ଟନାୟକଙ୍କ ନାଁ ମଧ୍ୟ ଚର୍ଚ୍ଚାରେ ରହିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର