ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ବିଧବା ବୋହୂକୁ ଜାଳିଦେଲା ଶାଶୂ, ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ସସ୍ମିତା

କେନ୍ଦୁଝର ୧୦।୦୨ : ବିବାହ ପରେ ଝିଅ ମାଆ ବଦଳରେ ପାଇଥାଏ ଶାଶୁ । କିନ୍ତୁ ଏଠି ଶାଶୂ ସାଜିଲା ବୁଢୀ ଅସୁରୁଣୀ । ସାମାନ୍ୟ ଯୌତୁକ ଲୋଭରେ ନିଜ ବିଧବା ବୋହୂକୁ ନିଆଁ ଲଗାଇଦେଇଛି ଶାଶୂ । କେନ୍ଦୁଝର ଜିଲ୍ଲା ସଦରଥାନା କାଠାବାଉଁଶୁଳୀ ଗାଁରେ ଘଟିଛି ଘଟଣା । ଚିକିତ୍ସାଳୟ ପରିସରରେ ରହିଥିବା ସଖି ମାଧ୍ୟମରେ ଥାନାରେ ଅଭିଯୋଗ କରିଛନ୍ତି ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୋହୂ ସସ୍ମିତା ବାରିକଙ୍କ ବାପା ଯୋଗେନ୍ଦ୍ର ମହାକୁଡ଼ । ସଦର ଥାନା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

ଖବର ଅନୁଯାୟୀ, ୯ ବର୍ଷ ତଳେ କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ଗାଁର ଯୋଗେନ୍ଦ୍ର ମହାକୁଡଙ୍କ ଝିଅ ସସ୍ମିତା ସଦର ଥାନା କାଠବାଉଁଶୁଳୀ ଗାଁର ସୁରଥ ବାରିକଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ । ଉଭୟଙ୍କର ଗୋଟିଏ ୭ ବର୍ଷର ପୁଅ ମଧ୍ୟ ଅଛି । ବିବାହ ପରେ ପରେ ଶାଶୂ ଘର ଲୋକେ ଯୌତୁକ ପାଇଁ ସସ୍ମିତାଙ୍କ ଉପରେ ଅତ୍ୟାଚାର କରୁଥିଲେ । ଯାହାଲାଗି ପରିବାରରେ ବିଶୃଙ୍ଖଳା ହୋଇଥିଲା । ଏପିରିକି ମାମଲାଟି ଫାଣ୍ଡିରେ ଯାଇ ପହଞ୍ଚିଥିଲା । ପରବର୍ତ୍ତୀ ସମୟରେ ଆପୋଷ ବୁଝାମଣା ମାଧ୍ୟମରେ ମାମଲାରେ ସମାଧାନ ହୋଇଥିଲା । କିନ୍ତୁ ୬ ମାସ ତଳେ ସସ୍ମିତାଙ୍କ ସ୍ୱାମୀ ସୁରଥ ଦୁର୍ଘଟଣାରେ ଆରପାରିକି ଚାଲିଗଲେ । ଏହାପରେ ସସ୍ମିତାଙ୍କ ଉପରେ ଅତ୍ୟାଚାର ବଢିଥିଲା । ତାଙ୍କୁ ମାର୍‌ପିଟ୍‌ ସହ ଗାଳିଗୁଲଜ କରୁଥିଲେ ।

ତେବେ ଗତ ୫ ତାରିଖ ସକାଳେ ଚୂଲି ପାଖରେ ବସି ପିଠା କରୁଥିବା ସମୟରେ ସସ୍ମିତାର ଶାଶୂ ସାଇବାଣୀ ବାରିକ ତାଙ୍କ ଦେହରେ ନିଆଁ ଲଗାଇ ଦେଇଥିଲେ । ସସ୍ମିତା ଜୀବନ ବିକଳରେ ରକ୍ଷା କର କହି ଘର ଭିତରୁ ବାହାରକୁ ଦୌଡିଥିଲେ । ତାଙ୍କ ଉପରେ ପରିବାର ଲୋକେ ପାଣି ଢାଳି ନିଆଁ ଲିଭାଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ କଟକ ଏସ୍‌ସିବିକୁ ସ୍ଥାନାନ୍ତର କରାଯାଇଥିଲା ।

ସେଠାରେ ସସ୍ମିତା ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି । କିନ୍ତୁ ବାପାଙ୍କ ନିକଟରେ ଘଟଣା ସମ୍ପର୍କରେ କହିବା ପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଥିବା ସଖି କେନ୍ଦ୍ରକୁ ଆସି ଝିଅ ପାଇଁ ନ୍ୟାୟ ଭିକ୍ଷା କରିଛନ୍ତି ଯୋଗେନ୍ଦ୍ର । ସ୍ୱାମୀଙ୍କୁ ହରାଇ ୭ ବର୍ଷର ପୁଅ ସହିତ ଦୁଃଖେ କଷ୍ଟେ ଦିନ କାଟୁଥିବା ସସ୍ମିତା ଏଭଳି ଘଟଣାର ସମ୍ମୁଖୀନ ହୋଇ ଡାକ୍ତରଖାନାରେ ମୃତ୍ୟୁ ସହ ସଂଘର୍ଷ କରୁଥିବାବେଳେ ବାପଘର ଲୋକେ ଦୁଃଖରେ ମ୍ରିୟମାଣ ହୋଇପଡିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ