ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ଭୁବନେଶ୍ବର : ବିଦ୍ୟୁତ୍ ଦର ଧାର୍ଯ୍ୟ ସଂକ୍ରାନ୍ତରେ ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ(ଓଇଆରସି) ପକ୍ଷରୁ ଦ୍ବିତୀୟ ପର୍ଯ୍ୟାୟରେ ଆଜିଠାରୁ ଆବଣ୍ଟନ କମ୍ପାନିଙ୍କୁ ନେଇ ଜନଶୁଣାଣି ଆରମ୍ଭ ହୋଇଛି। ପ୍ରଥମ ଦିନ ଟାଟା ପାୱାର ଦକ୍ଷିଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍(ଟିପିଏସ୍ଓଡିଏଲ୍) ସଂକ୍ରାନ୍ତ ଶୁଣାଣିରେ ଭାଗନେଇ ଆପତ୍ତିକର୍ତ୍ତା(ଅବଜେକ୍ଟର)ମାନେ ମାଳ ମାଳ ଅସନ୍ତୋଷ ଆୟୋଗଙ୍କ ସାମ୍ନାରେ ରଖିଛନ୍ତି। ଓଇଆରସିର ଭାରପ୍ରାପ୍ତ ଅଧ୍ୟକ୍ଷ ଗଜେନ୍ଦ୍ର ମହାପାତ୍ର ଓ ସଦସ୍ୟ ସୁଶାନ୍ତ କୁମାର ରାୟ ମହାପାତ୍ରଙ୍କ ଉପସ୍ଥିତିରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡିଠାରେ କରାଯାଇଥିବା ଶୁଣାଣିରେ ଭାଗ ନେଇ ଆପତ୍ତିକର୍ତ୍ତାମାନେ କହିଥିଲେ ଯେ ୨୦୨୦-୨୧ ଆର୍ଥିକ ବର୍ଷରେ ଟିପିଏସ୍ଓଡିଏଲ୍ ଅନୁମୋଦିତ ଟାରିଫ୍ଠାରୁ ୟୁନିଟ୍ ପିଛା ୭ ଟଙ୍କା ୧୭ ପଇସା ଅଧିକ ବିଲ୍ କରି ପାଖାପାଖି ୨୦ କୋଟି ଟଙ୍କା ଆଦାୟ କରିଛି। ୨୦୨୧-୨୨ ଆର୍ଥିକ ବର୍ଷରେ ଅନୁମୋଦିତ ଟାରିଫ୍ଠାରୁ ୧୪୩.୬୬ କୋଟି ଏବଂ ୨୦୨୨-୨୩ରେ ୧୧୬.୦୫ କୋଟିରୁ ଅଧିକ ଟଙ୍କା ଆଦାୟ ପାଇଁ କମ୍ପାନି ଆକଳନ କରିଛି। ୩ ବର୍ଷରେ ଟିପିଏସ୍ଓଡିଏଲ୍ ଅନୁମୋଦିତ ଟାରିଫ୍ଠାରୁ ୨୮୦ କୋଟି ଟଙ୍କା ଅଧିକ ବିଲ୍ ଆଦାୟ କରିଛି। ଓଡ଼ିଶାର ୪ଟି ଯାକ ଆବଣ୍ଟନ କମ୍ପାନିଙ୍କ ହିସାବକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି ଯେ ୩ବର୍ଷରେ ସେମାନେ ୨୬୦୪.୧୬ କୋଟି ଟଙ୍କା ଅନୁମୋଦିତ ଟାରିଫ୍ଠାରୁ ଅଧିକ ବିଲ୍ ଆଦାୟ କରିଛନ୍ତି। ଉକ୍ତ ବଳକା ରାଜସ୍ବକୁ ହିସାବକୁ ନେଲେ ୟୁନିଟ୍ ପିଛା ୧ ଟଙ୍କା ୨୦ ପଇସା କମିବା ସ୍ପଷ୍ଟ ହେଉଛି।
ସେହିପରି ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୨୦୨୩-୨୪ରେ ପରିଚାଳନା ଓ ରକ୍ଷଣାବେକ୍ଷଣ ବାବଦରେ ପ୍ରାୟ ୫୦% ଅଧିକ ଖର୍ଚ୍ଚ ଅନୁମୋଦନ କରିବାକୁ ଟିପିଏସ୍ଓଡିଏଲ୍ ପ୍ରସ୍ତାବ ରଖିଛନ୍ତି, ଯାହାକୁ ନେଇ ଶୁଣାଣି ବେଳେ ଆପତ୍ତିକର୍ତ୍ତାମାନେ ଘୋର ବିରୋଧ କରିଛନ୍ତି। ୨୦୨୦-୨୧ ବର୍ଷ ପାଇଁ ସର୍ବଭାରତୀୟସ୍ତରରେ ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ବିଦ୍ୟୁତ୍ ବିକ୍ରୟର ୟୁନିଟ୍ ପିଛା ୬୬ ପଇସା ଥିବା ବେଳେ ଓଇଆରସି ୧ ଟଙ୍କା ୪୯ ପଇସା ଅନୁମୋଦନ କରିଥିଲେ। ଟିପିଏସ୍ଓଡିଏଲ୍ ବାସ୍ତବରେ ୧ ଟଙ୍କା ୪୪ ପଇସା ଖର୍ଚ୍ଚ କରିଥିଲେ। ୨୦୨୧-୨୨ରେ ଆୟୋଗ ୟୁନିଟ୍ ପିଛା ୧ ଟଙ୍କା ୬୪ ପଇସା ଅନୁମୋଦନ କରିଥିବା ବେଳେ କମ୍ପାନି ୨ ଟଙ୍କା ୧୫ ପଇସା ଖର୍ଚ୍ଚ କରିଛି। ୨୦୨୨-୨୩ ଓ ୨୦୨୩-୨୪ ଆର୍ଥିକ ବର୍ଷରେ କମ୍ପାନି ଯଥାକ୍ରମେ ୨ ଟଙ୍କା ୩୩ ଓ ୨ ଟଙ୍କା ୫୧ ପଇସା ଆକଳନ କରିବାକୁ ଆପତ୍ତିକର୍ତ୍ତାମାନେ ସହଜରେ ଗ୍ରହଣ କରିନାହାନ୍ତି। ପରିଚାଳନା ଓ ରକ୍ଷଣାବେକ୍ଷଣ ଖର୍ଚ୍ଚ ଯାହା କମ୍ପାନି ଆକଳନ କରିଛି, ତାହାର କଷ୍ଟ ବେନିଫିଟ୍ ସମୀକ୍ଷା କରିବାକୁ ଆପତ୍ତିକର୍ତ୍ତାମାନେ ଆୟୋଗଙ୍କୁ ନିବେଦନ କରିଛନ୍ତି।
ଆପତ୍ତିକର୍ତ୍ତା ଉପଭୋକ୍ତ ମହାସଂଘ ସଭାପତି ରମେଶ ଶତପଥୀ କହିଲେ, କମ୍ପାନି ପକ୍ଷରୁ କର୍ମଚାରୀଙ୍କ ଖର୍ଚ୍ଚ ବାବଦ ଅର୍ଥ ୪୨୩ କୋଟିରୁ ୬୩୯ କୋଟି ଟଙ୍କାକୁ ବଢ଼ିଛି। ୯୦୦ ଲୋକଙ୍କୁ ପୋଷା ଯାଉଛି। କର୍ମଚାରୀକୁ ସର୍ବନିମ୍ନ ଦରମା ଦିଆଯାଉନାହିଁ। ଆଉଟ୍ସୋର୍ସ କର୍ମଚାରୀଙ୍କ ସଂଖ୍ୟାରେ ତାଳମେଳ ରହୁ ନାହିଁ। ଆଇଟିଆଇ ତଥ୍ୟରେ ୨୭୬ ଆଉଟ୍ସୋର୍ସ କର୍ମଚାରୀ କୁହାଯାଇଥିବା ବେଳେ ଏବେ ଟିପିଏସ୍ଓଡିଏଲ୍ ୧୮୦୬ ବୋଲି ଦର୍ଶାଇଛନ୍ତି। ଏହା ସ୍ପଷ୍ଟ ହେବା ଆବଶ୍ୟକ। ବଜାରରେ ସବୁ ଜିନିଷର ଗ୍ୟାରେଣ୍ଟି ଥିବା ବେଳେ ସବ୍ଷ୍ଟେସନଗୁଡ଼ିକର ଗ୍ୟାରେଣ୍ଟି କାହିଁକି ରହୁନି। ଯେଉଁଥିପାଇଁ ସବ୍ଷ୍ଟେସନଗୁଡ଼ିକ ଶୀଘ୍ର ନଷ୍ଟ ହେଉଛି। ସେଥିପାଇଁ କାହିଁକି କାହାକୁ ଉତ୍ତରଦାୟୀ କରାଯାଉନାହିଁ ବୋଲି ସେ ପ୍ରଶ୍ନ ଉଠାଇଛନ୍ତି।
ଶକ୍ତି ସମୀକ୍ଷକ ଆନନ୍ଦ ମହାପାତ୍ର ଭାଗନେଇ କହିଲେ ୨୦୨୦-୨୧ରେ ପ୍ରକୃତି ଏଟିସି କ୍ଷତି ୩୦.୦୩% ଥିବା ବେଳେ ୨୦୨୧-୨୨ ପାଇଁ ଭେଷ୍ଟିଂ ଅର୍ଡରରେ ଟିପିଏସ୍ଓଡିଏଲ୍କୁ ୩୫.୨୯% ଟାର୍ଗେଟ ଦେବା, ଆବଣ୍ଟନ କମ୍ପାନିର ଦକ୍ଷତା ଓ ପରଦର୍ଶିତା ବିକାଶ ହେବ ନାହିଁ। ବିଦ୍ୟୁତ୍ ଆଇନ ୨୦୦୩ ଧାରା ୬୧(ସି) ଅନୁସାରେ ଦକ୍ଷତା ଓ ପରଦର୍ଶିତା ବିକାଶ ବିଷୟକୁ ଧ୍ୟାନ ଦେଇ ବିଦ୍ୟୁତ୍ ଦର ନିର୍ଣ୍ଣୟ କରିବା ବ୍ୟବସ୍ଥା ରହିଛି, ଯାହା ଏପର୍ଯ୍ୟନ୍ତ ଧ୍ୟାନ ଦିଆଯାଇ ନାହିଁ। ସେହିପରି ଆବଣ୍ଟନ କମ୍ପାନି ନିଜର ୫ବର୍ଷିଆ ବ୍ୟବସାୟ ଯୋଜନା ଓଇଆରସି ନିୟମ ଅନୁସାରେ ଦାଖଲ କରିନାହାନ୍ତି। ତେଣୁ ପ୍ରଥମେ ୨୦୨୩-୨୪ରୁ ୨୦୨୭-୨୮ ପର୍ଯ୍ୟନ୍ତ ବ୍ୟବସାୟ ଯୋଜନା ଅନୁମୋଦନ କରନ୍ତୁ ଏବଂ ସେହି ଅନୁଯାୟୀ ୨୦୨୩-୨୪ ଆର୍ଥିକ ବର୍ଷର ଟାରିଫ୍ ଧାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି।
ଅନ୍ୟତମ ଆପତ୍ତିକର୍ତ୍ତା ଠିକାଦାର ପ୍ରିୟବ୍ରତ ସାହୁ ଭାଗନେଇ ସ୍ମାର୍ଟ ମିଟର ବାବଦରେ ପାଖାପାଖି ୬ ହଜାର ଟଙ୍କାର ବୋଝ ଗ୍ରାହକଙ୍କ ଉପରେ ଲଦିବାକୁ ଘୋର ବିରୋଧ କରିଥିଲେ। ବିଦ୍ୟୁତ୍ ବିଭାଗର ପୂର୍ବତନ ମୁଖ୍ୟ ଯନ୍ତ୍ରୀ ତଥା ଓଏସ୍ଇବିର ସଦସ୍ୟ(ସାଧାରଣ) ରାମପ୍ରସାଦ ମହାପାତ୍ର ଆଜି ବି ପୁଣିଥରେ ଓଇଆରସିର ସ୍ଥାୟୀ ଅଧ୍ୟକ୍ଷ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଶୁଣାଣି ବନ୍ଦ ରଖିବାକୁ ପରାମର୍ଶ ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉତ୍କଳ ଚାମ୍ବର ଅଫ୍ କମର୍ସ ଆଣ୍ଡ୍ ଇଣ୍ଡଷ୍ଟ୍ରି ପକ୍ଷରୁ ବିଭୁ ସ୍ବାଇଁ, ଅବସରପ୍ରାପ୍ତ ଇଲେକ୍ଟ୍ରିକାଲ ଇନ୍ସପେକ୍ଟର ଅକ୍ଷୟ କୁମାର ସାହାଣୀ, ବିଜୁଳି କର୍ମଚାରୀ ସଂଘ ପକ୍ଷରୁ ପଞ୍ଚାନନ ଜେନା, ବିଦ୍ୟାଧର ମହାନ୍ତିଙ୍କ ସମେତ ୨୦ରୁ ଅଧିକ ଆପତ୍ତିକର୍ତ୍ତା ବିଦ୍ୟୁତ୍ ବିଭ୍ରାଟ, ଉପାନ୍ତ ଅଞ୍ଚଳରେ ବିଦ୍ୟୁତ୍ ସେବା ଅପହଞ୍ଚ, ମିଟର ରିଡିଂରେ ସ୍ବଚ୍ଛତା ନ ଥିବା ନେଇ ଅଧିକାଂଶ ସ୍ବର ଉଠାଇ ଆୟୋଗଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l