ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦ୍ୟୁତ୍ ତାର ଛିଡ଼ି ମହିଳାଙ୍କ ମୃତ୍ୟୁ, ଟାଟା କମ୍ପାନି ନାମରେ ଥାନାରେ ଅଭିଯୋଗ

ଦଶରଥପୁର: ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ୍ ମଙ୍ଗଳପୁର ଥାନା ଅନ୍ତର୍ଗତ କମାରଡ଼ିହି ପଞ୍ଚାୟତ ଇଟ୍ଟାପଡା ଗ୍ରାମରେ ବିଦ୍ୟୁତ୍ ଆଘାତରେ ସ୍ବର୍ଗତ ବିଶ୍ୱନାଥ ବାରିକଙ୍କ ସ୍ତ୍ରୀ ଲକ୍ଷ୍ମୀ ବାରିକ (୬୬)ଙ୍କ ମୃତ୍ୟୁ ଘଟିଛି। ଏଥିନେଇ ନାତି ସୁଜିତ କୁମାର ବାରିକ ଟାଟା କମ୍ପାନୀ ନାମରେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଘଟଣାରୁ ପ୍ରକାଶ ଆଜି ସକାଳ ୫ଟା ସମୟରେ ପରିବାର ଲୋକେ ଉଠି ଦେଖିବାକୁ ପାଇଥିଲେ କି ଘର ସମ୍ମୁଖରେ ଥିବା ଏଲଟି ତାର ଛିଡ଼ି ପଡ଼ିଥିବାବେଳେ ସେଥିରେ ଲକ୍ଷ୍ମୀ ଲାଗି ରହିଛନ୍ତି। ସ୍ଥାନୀୟ ପଡ଼ୋଶୀଙ୍କୁ ଡାକି ବିଦ୍ୟୁତ୍ ତାରରୁ ସଂଯୋଗ ବିଛିନ୍ନ କରିବାବେଳକୁ ଲକ୍ଷ୍ମୀଙ୍କ ମୃତ୍ୟୁ ହୋଇଯାଇଥିଲା। ଏଥିନେଇ ବିଭାଗୀୟ ଜେଇ ଓ ଏସଡିଓଙ୍କୁ ଅବଗତ କରାଯାଇଥିଲା।

ସୂଚନାଥାଉକି ଗ୍ରାମ ମଝିରେ ଯାଇଥିବା ଏଲଟି ତାରଟି ଦୁର୍ବଳ ଥିବାରୁ ଏଭଳି ଅଘଟଣ ଘଟିଛି। ଏଣୁ ଏଥିପାଇଁ ଟାଟା ବିଭାଗକୁ ପୂର୍ବରୁ ଅଭିଯୋଗ କରାଯାଇଥିବାବେଳେ କମ୍ପାନି ମରାମତି କରିନଥିଲା। ଏହି ମୃତ୍ୟୁ ପାଇଁ ଟାଟା କମ୍ପାନିକୁ ଦାୟୀ କରିଛନ୍ତି ସ୍ଥାନୀୟ ଲୋକେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।