କନ୍ଧମାଳ- କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଖଜୁରୀପଡ଼ା ବିଦ୍ୟାଳୟ ଅନେକ ସମସ୍ୟା ମଧ୍ୟରେ ଗତିରୁଛି ଶ୍ରେଣୀ ଗୃହ ଭଙ୍ଗାରୁଜା ଅବସ୍ଥାରେ ରହିଛି । ପାନୀୟ ଜଳ ଏବଂ ମଧ୍ୟାହ୍ନ ଭୋଜନ ରୋଷେଇ ପାଇଁ ପାଣି ର ସମସ୍ୟା ରହିଛି । ଫିରିଙ୍ଗିଆ ସମିତି ସଭ୍ୟା ମୈସୁମି ପ୍ରଧାନ ଏବଂ କୁଇ ସମାଜ ଯୁବ ନେତା ଉଦ୍ଧବ କହଁର ବିଦ୍ୟାଳୟ ପରିଦର୍ଶନ ରେ ଯାଇ ବିଦ୍ୟାଳୟ ର ଭିତ୍ତିଭୂମି ଦେଖିଥିଲେ । ଛାତ୍ର ଛାତ୍ରୀ ଶିକ୍ଷୟିତ୍ରୀ ଙ୍କ ସହ ଆଲୋଚନା କରିଛନ୍ତି । ଏହା ସହ ସେମାନେ ଫିରିଙ୍ଗିଆ ନେଡିପଦର ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କରିଥିଲେ । ସେଠାରେ ମଧ୍ୟ ସମାନ ଅବସ୍ଥା ଦେଖିବା ମିଳିଛି । ଛାତ୍ର ବାସରେ 3 ଶହ ଅନ୍ତେବାନୀ ରହୁଥିବା ବେଳେ ପାଣି ସମସ୍ୟା ରହିଛି । ପ୍ରଧାନ ଶିକ୍ଷକ ସହ ଏନେଇ ଆଲୋଚନା କରିଛନ୍ତି । ଏହା ସମସ୍ୟା ଦେଖି ଫିରିଙ୍ଗିଆ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଶ୍ମୀରଞନ ମହନ୍ତ ଙ୍କ ଆଲୋଚନା କରାଯାଇଛି । ସମସ୍ୟା ର ତୁରନ୍ତ ସମାଧାନ କରାଯିବ ବୋଲି ବିଡ଼ିଓ ପ୍ରତିଶ୍ରୁତି ଦେଇଥିବା ଫିରିଙ୍ଗିଆ ସମିତି ସଭ୍ୟା କହିଛନ୍ତି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ