ଧର୍ମ

ବିଦ୍ୟାର୍ଥୀଙ୍କ କାମରେ ଆସିପାରେ ନାରଦ ପୁରାଣର ଏହି ମନ୍ତ୍ର, ଜୀବନର ସବୁ କ୍ଷେତ୍ରରେ ହେବେ ସଫଳ

ନାରଦ ଜଣେ ପରମ ଜ୍ଞାନୀ। ସେ ଭଗବାନ ବିଷ୍ଣୁଙ୍କର ଅନନ୍ୟ ଭକ୍ତ ମଧ୍ୟ । ମହର୍ଷି ନାରଦ ଏକ ପୁରାଣ ରଚନା କରିଥିଲେ। ଯାହା ଭାରତୀୟଙ୍କ ଲାଗି ଆଜି ବି ଅମୂଲ୍ୟ ସମ୍ପଦ ହୋଇ ରହିଛି। ପୁରାଣରେ ନାରଦ ଗଣିତ, ଜ୍ୟୋତିଷ ସମେତ ବ୍ୟବହାରିକ ବିଷୟରେ ଅନେକ ସୂତ୍ର ଦେଇଯାଇଛନ୍ତି ଯାହା ମଣିଷ ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଉପଯୋଗୀ ହେଉଛି। ଏଣୁ ନାରଦଙ୍କ ମନ୍ତ୍ର ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ଅନେକ ଉପଯୋଗୀ। ତେବେ ସେମାନେ ନିଜକୁ ପୁରାଣ ଅନୁସାରେ ପ୍ରସ୍ତୁତ କରିବାକୁ ପଡିବ। ତେବେ ଆସନ୍ତୁ ଜାଣିବା ପୁରାଣରେ ଛାତ୍ରଛାତ୍ରୀଙ୍କ ଲାଗି କ’ଣ ପରାମର୍ଶ ଦେଇଛନ୍ତି ମହର୍ଷି ନାରଦ।

ପିମ୍ପୁଡିକୁ ଅନୁକରଣ କରିବା ଲାଗି ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଯାଇଛନ୍ତି ମହର୍ଷି ନାରଦ। ପିମ୍ପୁଡି ଯେପରି ପ୍ରତିଦିନ ଅଳ୍ପଅଳ୍ପ କରି ଖାଦ୍ୟ ସଞ୍ଚୟ କରେ ଠିକ୍ ସେହିପରି ବିଦ୍ୟାର୍ଥୀ ନିୟମିତ କରୁଥିବା ଅଧ୍ୟୟନର ଅଭ୍ୟାସ କରିବା ଉଚିତ। ଯେପରି ତାହା ସେମାନେ ମନେ ରଖି ପାରିବା ସହ ଜୀବନର ଯେ କୌଣସି ସ୍ଥାନରେ ଆବଶ୍ୟକ ପଡିଲେ ତାର ପ୍ରୟୋଗ କରିପାରିବେ। ସହିପରି ହଂସ ଓ ଗରୁଡଙ୍କୁ ଭଳି ହେବାକୁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ନାରଦ।

ହଂସ ଓ ଗରୁଡ ଖାଦ୍ୟ ସଂଗ୍ରହ ଲାଗି ଖୁବ ଦୂର ପର୍ଯ୍ୟନ୍ତ ଉଡିଯାଆନ୍ତି। ଠିକ୍ ସେହିପରି ବିଦ୍ୟାର୍ଜନ ନିମନ୍ତେ ଯେଉଁଠାକୁ ବି ଯିବାକୁ ପଡେ ସେଠାକୁ ଯିବା ଲାଗି ଛାତ୍ରଛାତ୍ରୀ ମନରେ ଶାହାସ ରଖିବା ଦରକାର ବୋଲି ନାରଦ ପୁରାଣରେ ପରାମର୍ଶ ଦେଇଛନ୍ତି। ଏହା ଛଡା ନାରଦ ଜିହ୍ୱା ଉପରେ ସଞ୍ଜମତା ଆଚରଣ ଲାଗି ମଧ୍ୟ ପରାମର୍ଶ ଦେଇଛନ୍ତି। ନିଜର ବାଣୀ ଓ ଖାଦ୍ୟ ପେୟ ପ୍ରତି ସଞ୍ଜମତା ଏହାର ମୂଳ ଉଦ୍ଦେଶ୍ୟ। ଛାତ୍ରଛାତ୍ରୀଙ୍କ ଲାଗି ଖାଦ୍ୟ ଓ ପାନୀୟ ସେମାନଙ୍କର ଆବଶ୍ୟକତା ହେବା ଦରକାର ଏହାଠୁ ଅଧିକ ଆଶା କରିବା ଉଚିତ ନୁହେଁ ବୋଲି କହିଛନ୍ତି ନାରଦ।

ନିଦ ଉପରେ ବିଜୟ ପ୍ରାପ୍ତ କରିବାକୁ ନାରଦ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି। ଯଦି ଛାତ୍ରଛାତ୍ରୀ ନିଦ୍ରାକୁ ପ୍ରାଥମିକତା ଦେବେ ତେବେ ଜ୍ଞାନ ଆହରଣ କରିପାରିବେ ନାହିଁ। ଏଣୁ ଜ୍ଞାନ ପ୍ରାପ୍ତି ଲାଗି ଛାତ୍ରଛାତ୍ରୀଙ୍କୁ ନିଦ୍ରା ପରିହାର କରିବାକୁ ପଡିବ। ସ୍ୱାସ୍ଥ୍ୟ ଲାଗି ଯେତିକି ଆବଶ୍ୟକ ସେତିକି ଶୟନ ହିଁ କରିବାକୁ ନାରଦ ପୁରାଣରେ ଉଲ୍ଲେଖ କରିଛନ୍ତି। ସେହିପରି ବିଦ୍ୟାଧ୍ୟାୟୀ ପ୍ରେମ ପ୍ରସଙ୍ଗରୁ ଦୂରରେ ରହିବା ଜରୁରୀ ବୋଲି ମଧ୍ୟ ମହର୍ଷି କହିଯାଇଛନ୍ତି। ପାଠ ପଢା ବେଳେ ଭାବି ଗ୍ରାହ୍ୟସ୍ଥାଶ୍ରମର ଚିନ୍ତା ନ କରି ପ୍ରଥମେ ଶିକ୍ଷାଦୀକ୍ଷା ଲକ୍ଷ ହାସଲ ହେବା ଦରକାର ବୋଲି କହିଛନ୍ତି ମହର୍ଷି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ