ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଦେଶୀ ସଂସ୍ଥା ହାତରେ ହସ୍ପିଟାଲର ସବୁ ଦାୟିତ୍ବ

କଟକ : ଏଣିକି ଗୋଟିଏ ସଂସ୍ଥା ହାତରେ ରହିବ ହସ୍ପିଟାଲର ସବୁ ବ୍ୟବସ୍ଥା। ଅର୍ଥାତ୍‌ ହସ୍ପିଟାଲର ସୁରକ୍ଷାକର୍ମୀ, ବିଦ୍ୟୁତ୍‌କରଣ, ବ୍ୟାଟେରୀ ଆମ୍ବୁଲାନ୍ସ, ସଫେଇ ଇତ୍ୟାଦି କାର୍ଯ୍ୟ ଆଉ ଏକାଧିକ ସଂସ୍ଥାଙ୍କ ହାତରେ ନ ରହି ସବୁ କାମ ଗୋଟିଏ ସଂସ୍ଥା ହିଁ ତୁଲାଇବ। ଦୀର୍ଘଦିନ ହେଲା ଏହାରି ଉପରେ ତର୍ଜମା ଚାଲିଥିବା ବେଳେ ଜାନୁଆରି ୧୬ରୁ ଏହି ବ୍ୟବସ୍ଥା କଟକ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଓ ଭୁବନେଶ୍ବରର କ୍ୟାପିଟାଲ ହସ୍ପିଟାଲରେ ପାଇଲଟ୍‌ ପ୍ରକଳ୍ପ ଭାବରେ ଆରମ୍ଭ କରାଯିବ। ଏଥିପାଇଁ କ୍ରୁଏସ୍‌ କ୍ରପ୍‌ ନାମକ ବହୁରାଷ୍ଟ୍ରୀୟ କମ୍ପାନିକୁ ଦାୟିତ୍ବ ଦିଆଯାଇଛି।

ସୂଚନା ଅନୁସାରେ; ଓବିସିସି ଅଧୀନରେ ଏହି ନୂଆ ସଂସ୍ଥା କାର୍ଯ୍ୟ କରିବ। ଏହି ବ୍ୟବସ୍ଥା ଲାଗୁ ହେବାପରେ କର୍କଟ କେନ୍ଦ୍ରରେ ସୁରକ୍ଷାକର୍ମୀ, ବିଦ୍ୟୁତ୍‌କରଣ କାର୍ଯ୍ୟ, ସଫେଇ, ମାନବସମ୍ବଳ ତଥା ବିଭିନ୍ନ କାର୍ଯ୍ୟ ପାଇଁ ଯେଉଁ ଏକାଧିକ ସଂସ୍ଥା ଟେଣ୍ଡର ମାଧ୍ୟମରେ ନିୟୋଜିତ ଥିଲେ ସେମାନେ ସବୁ ଏବେ ଓହରିବେ। ବର୍ତ୍ତମାନ ଆଚାର୍ଯ୍ୟ ହରିହରରେ ୫/୬ଟି ସଂସ୍ଥା ବିଭିନ୍ନ କାର୍ଯ୍ୟ ତୁଲାଉଛନ୍ତି। ନୂଆ ବ୍ୟବସ୍ଥାରେ ଯଦି କୌଣସି କ୍ଷେତ୍ରରେ କିଛି ଭୁଲ ହୁଏ, ସେଥିପାଇଁ ସେହି ଗୋଟିଏ ସଂସ୍ଥାକୁ ହିଁ ହସ୍ପିଟାଲ କର୍ତ୍ତୃପକ୍ଷ ଉତ୍ତରଦାୟୀ କରିବେ। ଯଦି ଏହି ଦୁଇଟି ହସ୍ପିଟାଲରେ ଏହି ବ୍ୟବସ୍ଥା ସଫଳ ହୁଏ, ତେବେ ଆଗକୁ ରାଜ୍ୟର ସବୁ ମେଡିକାଲ କଲେଜ ଗୁଡ଼ିକରେ ଏହି ବ୍ୟବସ୍ଥା ଲାଗୁ କରାଯିବ।

ଅନ୍ୟପକ୍ଷରେ, ଏଭଳି ବ୍ୟବସ୍ଥାରେ ବର୍ଷ ବର୍ଷ ହେଲା ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ଏବଂ କ୍ୟାପିଟାଲ ହସ୍ପିଟାଲରେ ବିଭିନ୍ନ କାର୍ଯ୍ୟ ପାଇଁ ମାନବସମ୍ବଳ ଯୋଗାଇ ଆସୁଥିବା ଘରୋଇ ସଂସ୍ଥାଗୁଡ଼ିକ ‌ବାଦ୍‌ ପଡ଼ିବେ। ଏହାକୁ ନେଇ ଏବେ ସଂପୃକ୍ତ ସଂସ୍ଥା ଏବଂ ସଂସ୍ଥା ଦ୍ବାରା ନିଯୁକ୍ତି ପାଇଥିବା ଯୁବକଯୁବତୀ ନିଯୁକ୍ତି ହରାଇବାର ବି ଆଶଙ୍କା ଉପୁଜିଛି। ତେବେ, ନୂଆ ଦାୟିତ୍ବ ନେବାକୁ ଥିବା ସଂସ୍ଥା ସେମାନଙ୍କୁ ରଖିବ ନା ନୂଆ ପିଲାଙ୍କୁ ନିଯୁକ୍ତି ଦେବ, ତାହା ଏଯାଏ ସ୍ପଷ୍ଟ ହୋଇ ନାହିଁ। ଏଭଳି ଯୋଜନାରେ ରାଜ୍ୟର ଏକାଧିକ ସଂସ୍ଥା କାମ ହରାଉଥିବା ବେଳେ ବାହାର ସଂସ୍ଥା କାମ ହାତେଇ ଚାଲିଥିବା ଅଭିଯୋଗ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।