ଧର୍ମ

ବିଦୁର ନୀତି : ଏହି ତିନି ମନୁଷ୍ୟଙ୍କୁ ଭୁଲ୍‌ରେ ବି କୁହନ୍ତୁ ନାହିଁ ନିଜ ରହସ୍ୟ, ନହେଲେ ପଡିପାରନ୍ତି ଅସୁବିଧାରେ

ମହାଭାରତ ସମୟର ବିଦୁର ଚିନ୍ତାଧାରାକୁ ବିଦୁର ନୀତି ବର୍ଣ୍ଣନା କରିଛନ୍ତି ବିଦୁର । ଏହି ନୀତିର କେତେକ ଖଣ୍ଡରେ ବିଦୁର ଏବଂ ଧୃତରାଷ୍ଟ୍ର ସଂଳାପ ମଧ୍ୟ ଉଲ୍ଲେଖ ରହିଛି । ବିଦୁର ସର୍ବଦା ଜଣେ ମହାନ ପଣ୍ଡିତ ଭାବରେ ବିବେଚିତ ହେଉଥିଲେ । ତେଣୁ ତାଙ୍କ ଭାଇ ଧୃତରାଷ୍ଟ୍ର ପ୍ରତ୍ୟେକ ବିଷୟରେ ଖୋଲାଖୋଲି ଭାବେ କଥା ହେବାକୁ ପସନ୍ଦ କରୁଥିଲେ । କୁହାଯାଏ ଯେ, ଧୃତରାଷ୍ଟ୍ର କୌରବଙ୍କ ବିରୋଧରେ ଯିବା ପରେ ମଧ୍ୟ ଅନେକ କ୍ଷେତ୍ରରେ ବିଦୁରଙ୍କଠାରୁ ପରାମର୍ଶ ଲୋଡୁଥିଲେ ।

ମହାଭାରତ ଯୁଦ୍ଧରେ ପାଣ୍ଡବଙ୍କ ବିଜୟ ପଛରେ ବିଦୁରଙ୍କର ଚତୁରତା ମଧ୍ୟ ସାମିଲ ଥିଲା । ବିଦୁର ନୀତିରେ ଏପରି ଲୋକମାନଙ୍କ ବିଷୟରେ ବିଦୁର କହିଛନ୍ତି ଯେଉଁମାନଙ୍କୁ ନିଜ ରହସ୍ୟ କେବେବି କହିବା ଉଚିତ୍ ନୁହେଁ । କୁହାଯାଏ ଯେ, ଭବିଷ୍ୟତରେ ଏପରି ଲୋକ ଆପଣଙ୍କୁ ଅସୁବିଧାରେ ପକାଇ ପାରନ୍ତି ।

ଲୋଭୀ ମନୁଷ୍ୟ- ବିଦୁର ନୀତିରେ କୁହାଯାଇଛି ଯେ, ଯେଉଁମାନେ ଲୋଭୀ ସେହି ବ୍ୟକ୍ତି କାହାର ନୁହଁନ୍ତି । ବିଦୁର କହିଛନ୍ତି ଲୋଭୀ ବ୍ୟକ୍ତି ନିଜ ପିତାଙ୍କୁ ଠକିବାକୁ ମଧ୍ୟ ପଛାନ୍ତିନାହିଁ । ତେଣୁ ଲୋଭୀ ବ୍ୟକ୍ତିଙ୍କୁ କେବେ ବି ରହସ୍ୟ କେବେବି କହିବା ଉଚିତ୍ ନୁହେଁ । ଯାହା ଫଳରେ ସେହି ବ୍ୟକ୍ତି ଭବିଷ୍ୟତରେ ଲୋଭ ପାଇଁ ଅପବ୍ୟବହାର କରିପାରିବେ ।

ଚତୁର ମନୁଷ୍ୟ- ବିଦୁର କୁହନ୍ତି ଯେ, ଯେଉଁମାନେ ଚତୁର ଅଟନ୍ତି ସେମାନେ ପ୍ରକୃତରେ କାହାର ରହସ୍ୟ ଶୁଣିବା କିମ୍ବା ଜାଣିବାର ଯୋଗ୍ୟ ନୁହଁନ୍ତି । ବିଦୁର ନୀତିଙ୍କ ଅନୁଯାୟୀ, ଚତୁର ବ୍ୟକ୍ତି ଚତୁରତାର ସହ କାହାର ଭାବନା ଏବଂ ଚିନ୍ତାଧାରାକୁ ଶୁଣନ୍ତି ଏବଂ ଆଗାମୀ ସମୟରେ ଏହାକୁ ନିଜ ସ୍ବାର୍ଥରେ ବ୍ୟବହାର କରିବାକୁ ଚେଷ୍ଟା କରନ୍ତି । କୁହାଯାଏ ଯେ କୌଣସି ବ୍ୟକ୍ତିଙ୍କୁ ନିଜ ଜୀବନରେ କିଛି ସମୟ ପରେ ଏବଂ ଚିନ୍ତା କରି ନିଜ ଜୀବନରେ ଗୁରୁତ୍ବଦେବା ଉଚିତ୍ ।

ଅଧିକ କଥାବାର୍ତ୍ତା କରୁଥିବା ମନୁଷ୍ୟ- ବିଦୁର ନୀତି ଅନୁଯାୟୀ, ଯେଉଁ ଲୋକ ଅଧିକ କଥାବାର୍ତ୍ତା କରିବାକୁ ପସନ୍ଦ କରନ୍ତି ସେମାନେ ଅନ୍ୟମାନଙ୍କ ପାଇଁ ଗାତ ଖୋଳିଥାନ୍ତି । ବିଦୁର ବିଶ୍ବାସ କରନ୍ତି ଯେ, ଯେଉଁମାନଙ୍କୁ ଅଧିକ କଥା କହିବାର ଅଭ୍ୟାସ ଥାଏ ସେମାନେ ଅନ୍ୟମାନଙ୍କ ଆଗରେ ନିଜ କଥା କମ୍ ଏବଂ ଅନ୍ୟ କଥା ଅଧିକ ଜାଣିବାକୁ ଚାହିଁଥାନ୍ତି । ସେଥିପାଇଁ ଲୋକମାନେ ଅଧିକ କଥାବାର୍ତ୍ତା କରୁଥିବା ବ୍ୟକ୍ତିଙ୍କୁ ମଧ୍ୟ ରହସ୍ୟ କହିବାକୁ ଭୟ କରିଥାନ୍ତି । କାରଣ ସମୟ ଆସିଲେ ସେମାନେ ଏହାର ଲାଭ ଉଠାଇ ପାରିବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ