ରାଜ୍ୟ ସ୍ପେଶାଲ ରିପୋର୍ଟ

ବିତରଣ କଂପାନିଙ୍କୁ ଓଇଆର୍‌ସି ଝଟ୍‌କା

ଭୁବନେଶ୍ବର: ବିଦ୍ୟୁତ୍ କ୍ଷେତ୍ରରେ ଅବ୍ୟବସ୍ଥାକୁ ନେଇ ସମଗ୍ର ରାଜ୍ୟ ଅସନ୍ତୋଷ ଏବେ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଛି। ନିର୍ବାଚନ ବର୍ଷରେ ରାଜ୍ୟ ସରକାରଙ୍କ ପାଇଁ ଏହା ମୁଣ୍ଡବ୍ୟଥାର କାରଣ ହେଲାଣି। ଠିକ୍ ଏମିତି ସମୟରେ ଆବଣ୍ଟନ କଂପାନିଙ୍କ କାର୍ଯ୍ୟ ସମୀକ୍ଷା କରିବା ଲାଗି ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ (ଓଇଆର୍‌ସି) ନିଷ୍ପତ୍ତି ନେଇଛନ୍ତି। ବିତରଣ କଂପାନିମାନଙ୍କ କାର୍ଯ୍ୟଧାରା ସଂପର୍କରେ ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲି ଠାରୁ ସମୀକ୍ଷା ହେବ; ଯେଉଁଥିରେ ସେମାନଙ୍କର କାର୍ଯ୍ୟ ପ୍ରଦର୍ଶନ ଯାଞ୍ଚ କରିବେ ଆୟୋଗ।

ଓଡ଼ିଶା ବିଦ୍ୟୁତ୍ ନିୟାମକ ଆୟୋଗ ପକ୍ଷରୁ କୁହାଯାଇଛି, ଗତ ୨୦୨୦ ମସିହା ଠାରୁ ଓଡ଼ିଶାର ଚାରିଟି ବିଦ୍ୟୁତ୍ ବିତରଣ କଂପାନିର ୫୧% ଅଂଶଧନ ଟାଟା ପାଵାରକୁ ପର୍ଯ୍ୟାୟକ୍ରମେ ହସ୍ତାନ୍ତର ହୋଇଛି। ନିଷ୍ପତ୍ତି ମୁତାବକ, ସେମାନେ ଅଧିଗ୍ରହଣ କରିବା ଦିନଠାରୁ ୫ବର୍ଷ ମଧ୍ୟରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ସକାଶେ ଅର୍ଥ ବିନିଯୋଗ କରିବା କଥା। ଏହାଦ୍ବାରା ବିଦ୍ୟୁତ୍ ଉପଭୋକ୍ତାମାନେ ଉନ୍ନତମାନର ସେବା ପାଇବେ। ଏ ଯାଏଁ ବିଦ୍ୟୁତ୍‌ ବିତରଣ କଂପାନିମାନେ ଆବଶ୍ୟକ କରୁଥିବା ୫୬୪୦ କୋଟି ଟଙ୍କାରୁ ୧୯୦୯ କୋଟି ୩ଲକ୍ଷ ଟଙ୍କା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ବିନିଯୋଗ ହୋଇଛି। ଏସବୁ ଅର୍ଥ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ କରାଯାଇଛି।

ବିତରଣ କମ୍ପାନି ଖର୍ଚ୍ଚର ତୃତୀୟ ପକ୍ଷ ଅଡିଟ୍‌ ନିର୍ଦ୍ଦେଶ
ଆୟୋଗର ଅଧିକାରୀ ପ୍ରତି ମାସରେ ଯିବେ ବିତରଣ କମ୍ପାନି
କମ୍ପାନିଙ୍କ କାର୍ଯ୍ୟଧାରା, ଉପଭୋକ୍ତାଙ୍କ ସେବା ଅନୁଶୀଳନ କରିବେ

ଅନ୍ୟପକ୍ଷରେ ସର୍ତ୍ତ ଅନୁସାରେ, ବିତରଣ କଂପାନିମାନେ ଏକ ନିର୍ଦିଷ୍ଟ ହାରରେ ସେମାନଙ୍କର ବିତରଣଜନିତ କ୍ଷତି କମାଇବା କଥା। ଯାହା ପରିଦୃଷ୍ଟ ହେଉନାହିଁ, ଏବଂ ବିଦ୍ୟୁତ୍ ଦର ବୃଦ୍ଧି ପଛରେ ଅନେକ କାରଣ ମଧ୍ୟରୁ ଏହା ଗୋଟିଏ ବଡ଼ କାରଣ। ଏଣୁ ବିତରଣ କଂପାନିମାନେ ଏସବୁ ବଣ୍ଟନ ଜନିତ କ୍ଷତି କେତେ ପରିମାଣରେ ହ୍ରାସ କରିଛନ୍ତି, ସେ ସଂପର୍କରେ ଆୟୋଗ ତନାଘନା କରିବେ। କେବଳ ସେତିକି ନୁହେଁ, ବିଦ୍ୟୁତ୍ ବିତରଣ କଂପାନିମାନେ ଆୟୋଗ ଅନୁମୋଦନ କରିଥିବା ଅର୍ଥକୁ କିଭଳି ବିନିଯୋଗ କରିଛନ୍ତି ସେ ସଂପର୍କରେ ଅନୁଶୀଳନ କରିବା ଲାଗି ତୃତୀୟ ପକ୍ଷ ଦ୍ବାରା ଅଡ଼ିଟ୍ କରାଯିବ। ଏହି ଅଡ଼ିଟ୍ ରିପୋର୍ଟ ଆସିଲେ ଆୟୋଗ ତାହାର ବି ସମୀକ୍ଷା କରିବେ। ଏହାବ୍ୟତୀତ ଆୟୋଗ ନିଜର ବରିଷ୍ଠ ଅଧିକାରୀଙ୍କୁ ବିତରଣ କଂପାନିମାନଙ୍କୁ ପ୍ରତ୍ୟେକ ମାସରେ ପଠାଇବେ। ସେମାନେ ସେଠାରେ ସଂପୃକ୍ତ କଂପାନିମାନଙ୍କର କାର୍ଯ୍ୟାଧାରା ଓ ଉପଭୋକ୍ତାମାନଙ୍କୁ ଦିଆଯାଉଥିବା ସେବା ଅନୁଶୀଳନ କରିବା ସହିତ ରିପୋର୍ଟ ଦେବା ଲାଗି ମଧ୍ୟ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ଏଠାରେ ଉଲ୍ଲେଖଥାଉକି,
ଜାତୀୟ ହାରଠୁ ଅଧିକ ଶୁଳ୍କ ଦେଉଛନ୍ତି ଓଡ଼ିଶାର ବିଦ୍ୟୁତ୍‌ ଉପଭୋକ୍ତା। ଏହା ସତ୍ତ୍ବେ ରାଜ୍ୟର ଅଧିକାଂଶ ଅଞ୍ଚଳରେ ମି଼ଞ୍ଜି ମିଞ୍ଜି ଆଲୁଅ ଓ ଘନ ଘନ ବିଦ୍ୟୁତ୍ କାଟ୍‌କୁ ହେଉଛି।ଏସବୁ ପ୍ରମାଣ କରୁଛି ଯେ ଯେଉଁ ଉଦ୍ଦେଶ୍ୟରେ ବିଦ୍ୟୁତ୍ ସଂସ୍କାର କରାଯାଇଥିଲା, ତାହା ଆଦୌ ସଫଳ ହୋଇନାହିଁ। ଏପଟେପୂରା ରାଜ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି। ବିଦ୍ୟୁତ୍‌କୁ ନେଇ ସରକାର ଅକଳରେ ପଡ଼ିଛନ୍ତି। ଆହୁରି ସାଂଘାତିକ କଥା ହେଲା, ଆବଣ୍ଟନ କଂପାନିମାନେ ସାମଗ୍ରିକ ବୈଷୟିକ ଓ ବାଣିଜ୍ୟିକ କ୍ଷତି ହ୍ରାସ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିପାରିନଥିବା ନେଇ ପିଏଫ୍‌ସିଙ୍କ ସଦ୍ୟ ଜାରି ରିପୋର୍ଟରୁ ସୂଚନା ମିଳୁଛି। ହେଲେଏ ନେଇ ରାଜନୈତିକ ଦଳ ରାଜରାସ୍ତାକୁ ଆସି ସରକାରଙ୍କୁ ଘେରିବା ପରେ ଉଭୟ ଆବଣ୍ଟନ କଂପାନି ଓ ଶକ୍ତି ମନ୍ତ୍ରୀ ଦୁର୍ବଳ ଭିତ୍ତିଭୂମି ହିଁ ଏସବୁର କାରଣ ବୋଲି ଦର୍ଶାଇଥିଲେ। ରାଜ୍ୟ ସରକାର ମଧ୍ୟ ଆଦୌ ଆଉ ଖୋଳତାଡ ନ କରି ସୋମବାର ରାଜ୍ୟ କ୍ୟାବିନେଟ୍‌ ବୈଠକରେ ଆଉ ୧୨୮୪ କୋଟି ୪୯ଲକ୍ଷ ଟଙ୍କା ଅନୁମୋଦନ ଦେଇଛନ୍ତି। ୨୦୨୩-୨୪ ଓ ୨୦୨୪-୨୫ ଆର୍ଥକବର୍ଷରେ ବିଦ୍ୟୁତ୍ ଭିତ୍ତିଭୂମିର ବିକାଶ ପାଇଁ ଏହି ଅର୍ଥ ଖର୍ଚ୍ଚ ହେବ ବୋଲି କୁହାଯାଇଛି। ପ୍ରଥମ ତିନିଟି ପର୍ଯ୍ୟାୟରେ ୩୮୪୩ କୋଟି ଟଙ୍କା ଭିତ୍ତିଭୂମି ବିକାଶ ପାଇଁ ଦିଆଯାଇଥିଲା।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।