ଅପରାଧ ରାଜ୍ୟ

ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ, କ୍ଷତିପୂରଣ ଦାବିରେ ଆନ୍ଦୋଳନ

ନୂଆପଡା ୧୪।୦୯: ବିଡିଓଙ୍କ ଗାଡି ଧକ୍କାରେ ସାଇକେଲ୍ ଆରୋହୀ ମୃତ । ଥାନାରେ ମାମଲା ରୁଜୁ । କ୍ଷତିପୂରଣ ଦାବିରେ ନୂଆପଡ଼ା ମୁଖ୍ୟ ଚିକିତ୍ସାଳୟରେ ଶବ ବ୍ୟବଚ୍ଛେଦ ପାଇଁ ଛାଡୁନାହାନ୍ତି ପରିବାରଲୋକେ । ଘଟଣାସ୍ଥଳରେ ନୂଆପଡ଼ା ଏସ୍‌ଡିପିଓ ସହ ନୂଆପଡ଼ା ତହସିଲଦାର ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛନ୍ତି ।

ଖବର ଅନୁଯାୟୀ, ମଙ୍ଗଳବାର ରାତିରେ କୋମନା ବିଡିଓ ସୁଶାନ୍ତ ରଣା କୋମନା ବ୍ଲକରୁ ଫେରୁଥିଲେ । ଠିକ୍‌ ଏହି ସମୟରେ ଜାତୀୟ ରାଜପଥ ୩୫୩ ଚରବୋଡ଼ କେନ୍ଦୁଲିପ୍‌ ଠାରୁ ସାମ୍‌ନା ପଟୁ ଆସିଥିବା ଏକ ସାଇକେଲ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲେ । ଯାହାଫଳରେ ସାଇକେଲ୍‌ ଆରୋହୀଙ୍କର ମୃତ୍ୟୁ ହୋଇଥିଲା । ମୃତକ ତରବୋଡ଼ ଗାଁର ଦୀବାକର ଦୀପ ବୋଲି ଜଣାପଡିଛି । ସେପଟେ କ୍ଷତିପୂରଣ ଦାବିରେ ଅଡିବସିଛନ୍ତି ଗାଁଲୋକେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।