ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ ସହିତ ସେଲ୍‌ଫି ଉଠାଇ ସେୟାର୍‌ କଲେ ସ୍ତ୍ରୀ ଓ ପିଲା; ବଦଳି ହେଲେ ପୁଲିସ ଅଧିକାରୀ

ଉନ୍ନାଓ: ସ୍ତ୍ରୀ ଓ ପିଲାମାନେ ବିଡ଼ା ବିଡ଼ା ୫୦୦ ଟଙ୍କିଆ ନୋଟ୍‌ ସହିତ ସେଲ୍‌ଫି ଉଠାଇ ସାମାଜିକ ଗଣମାଧ୍ୟମରେ ସେୟାର୍‌ କରିବାରୁ ଉତ୍ତର ପ୍ରଦେଶ ଅନ୍ତର୍ଗତ ଉନ୍ନାଓର ଜଣେ ପୁଲିସ ଅଧିକାରୀଙ୍କୁ ତୁରନ୍ତ ବଦଳି କରାଯାଇଛି।

ସମ୍ପ୍ରତି ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିବା ସେଲ୍‌ଫିରେ ସେ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଗୋଟାଏ ଖଟ ଉପରେ ରଖାଯାଇଥିବା ଗଦାଏ ୫୦୦ ଟଙ୍କିଆ ‘ତାଡ଼ା’ (ଟଙ୍କା ବିଡ଼ା) ସହିତ ‘ପୋଜ୍‌’ ଦେଇଛନ୍ତି।

ପ୍ରାପ୍ତ ସୂଚନା ଅନୁସାରେ, ସମ୍ପୃକ୍ତ ପୁଲିସ ଅଧିକାରୀ ହେଉଛନ୍ତି ବେହ୍‌ଟା ମୁଜାୱର୍‌ ଥାନାର ‘ଷ୍ଟେସନ୍‌-ଇନ୍‌-ଚାର୍ଜ’ ରମେଶ ଚନ୍ଦ୍ର ସାହାଣୀ। ତାଙ୍କ ଉପରିସ୍ଥ ପୁଲିସ ଅଧିକାରୀ ରମେଶଙ୍କୁ ସଙ୍ଗେ ସଙ୍ଗେ ପୋଲିସ୍‌ ଲାଇନ୍‌କୁ ବଦଳି କରିବା ସହିତ ଘଟଣାର ତଦନ୍ତ କରାଇବାକୁ ଆଦେଶ ଦେଇଛନ୍ତି।

Image Courtesy of India Today

ଫଟୋରେ ଦେଖାଯାଉଛି ରମେଶଙ୍କ ସ୍ତ୍ରୀ ଓ ଦୁଇ ସନ୍ତାନ ଖଟ ଉପରେ ୨୭ଟି ୫୦୦ ଟଙ୍କିଆ ‘ତାଡ଼ା’ ରଖି ‘ସେଲ୍‌ଫି’ ଉଠାଇଛନ୍ତି। ସମୁଦାୟ କେତେ ଟଙ୍କା ବୋଲି ପୁଲିସ କହି ନ ଥିଲେ ମଧ୍ୟ ସେ ସବୁ ପ୍ରାୟ ୧୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି।

ଏ ସଂକ୍ରାନ୍ତରେ ସଫେଇ ଦେଇ ରମେଶ ଚନ୍ଦ୍ର ସାହାଣୀ କହିଛନ୍ତି, ୨୦୨୧ ନଭେମ୍ବର ୧୪ ତାରିଖ ଦିନ ଏହି ଫଟୋ ଉଠାଯାଇଥିଲା। ସେତେବେଳେ ମୁଁ ଆମ ପିତୃଅର୍ଜିତ ଜମି ବିକ୍ରୟ କରିଥିଲି।

ଗଣମାଧ୍ୟମକୁ ଘଟଣାର ସବିଶେଷ ବିବରଣୀ ଦେଇ ଜଣେ ବରିଷ୍ଠ ପୁଲିସ ଅଧିକାରୀ କହିଛନ୍ତି, ସାମାଜିକ ଗଣମାଧ୍ୟମରେ ଜଣେ ‘ଷ୍ଟେସନ୍‌-ହାଉସ୍‌ ଅଫିସର୍‌’ଙ୍କ ଫଟୋ ଭାଇରାଲ୍‌ ହେଉଛି। ଏଥିରେ ଦେଖାଯାଉଛି ସେ ପୁଲିସ ଅଧିକାରୀଙ୍କ ସ୍ତ୍ରୀ ଓ ପିଲାମାନେ ଟଙ୍କା ‘ତାଡ଼ା’ ରଖି ଫଟୋ ଉଠାଇଛନ୍ତି। ଆମେ ନିଜଆଡୁ ଘଟଣା ସଂକ୍ରାନ୍ତରେ ଅବଗତ ହୋଇ ସମ୍ପୃକ୍ତ ପୁଲିସ ଅଧିକାରୀଙ୍କୁ ପୋଲିସ୍‌ ଲାଇନ୍‌କୁ ବଦଳି କରିଛୁ। ଏ ଘଟଣାର ତଦନ୍ତ ମଧ୍ୟ ଆରମ୍ଭ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ