ଅପରାଧ ରାଜନୀତି ରାଜ୍ୟ

ବିଜେବି ଛାତ୍ରୀ ରୁଚିକା ଆତ୍ମହତ୍ୟା ପ୍ରସଙ୍ଗ : ବିଧାନସଭାରେ ବିବୃତ୍ତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବାଚସ୍ପତିଙ୍କ ନିର୍ଦ୍ଦେଶ

ଭୁବନେଶ୍ବର ୪।୭: ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗରେ ଗୃହରେ ବିବୃତ୍ତି ରଖିବାକୁ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବାଚସ୍ପତି ବିକ୍ରମ କେଶରୀ ଆରୁଖ ନିର୍ଦ୍ଦେଶ ଦେଇଛନ୍ତି । ସୋମବାର ଗୃହକାର୍ଯ୍ୟ ଶେଷ ହେବା ପୂର୍ବରୁ ବିବୃତି ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ବାଚସ୍ପତି । ସେପଟେ ଉଭୟ ବିଜେପି ଓ କଂଗ୍ରେସ ଘଟଣାର ସିବିଆଇ ତଦନ୍ତ ଦାବି କରିଛନ୍ତି ।

ବିଧାନସଭା ଶୂନ୍ୟକାଳରେ ପୁଣି ଥରେ ଉଠିଥିଲା ରାଗିଂ କାରଣରୁ ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ପ୍ରସଙ୍ଗ । ସିବିଆଇ ତଦନ୍ତ ଦାବି କରିଛି ବିଜେପି । ପ୍ରସଙ୍ଗରେ ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ବିବୃତି । ସେ କହିଲେ, ଏହା ଏକ ସ୍ପର୍ଶକାତର ବିଷୟ । ସରକାରଙ୍କର ଆଇନ ଶୃଙ୍ଖଳା ପରିସ୍ଥିତି ଏବଂ ଉଚ୍ଚଶିକ୍ଷା ବିଭାଗର ଅନୁଶାସନ ଉପରେ ଅଙ୍ଗୁଳି ଉଠାଇଛି । ଏଥିରେ ସମ୍ପୂର୍ଣ୍ଣ ଭାବେ ସରକାରଙ୍କ ଅପାରଗତା ସାମ୍ନାକୁ ଆସିଛି । ରାଜ୍ୟରେ ଶିକ୍ଷା ଅନୁଷ୍ଠାନ ମରଣଯନ୍ତା ପାଲଟିଛି ।

କେବଳ ବିଜେବି କଲେଜ ରାଜ୍ୟର ଅନେକ କଲେଜରେ ମଧ୍ୟ ରାଗିଂ ହେଉଛି । ସୁପରିଟେଣ୍ଡ ଝୁମୁକି ରଥ କେମିତି ଏହି ଘଟଣା ଜାଣିପାରିଲେ ନାହିଁ । କେଉଁ ତିନି ଜଣ ସିନିୟର ଚାପ ପକାଉଥିଲେ ଶିକ୍ଷକଙ୍କ ପାଖରେ ଟିଉସନ ହେବାକୁ, ତାଙ୍କ ଉପରେ ଆକ୍ସନ ନିଆଯାଉ । ୨୦୨୧-୨୨ ଓଡିଶାରୁ ୪୦ଟି ମାମଲା ୟୁଜିସି ପାଖରେ ଦାଖଲ ହୋଇଛି । ସେ ରିପୋର୍ଟ ଆସିବା ପରେ ମଧ୍ୟ ସରକାର ଚୁପ୍ ବସି ଯାଇଛନ୍ତି । ରାଗିଂକୁ ରୋକିବା ପାଇଁ ସ୍ବତନ୍ତ୍ର ନୂଆ କଡା ଆଇନ ଆଣିବେ କି ରାଜ୍ୟ ସରକାର । ରାଗିଂ ପାଇଁ ରାଜ୍ୟରେ ଆତ୍ମହତ୍ୟା ପ୍ରବଣତା ବଢୁଛି । ୫ ବର୍ଷରେ ୩ ହଜାର ୧୦୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି । ସେପଟେ ବିଜେପି ପରେ କଂଗ୍ରେସ ବି ସିବିଆଇ ତଦନ୍ତ ଦାବି କରିଛି ।

NewsLaxmi7

About Author

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର