ଅପରାଧ ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ବିଜେବି କଲେଜରେ ପୁଣି ରାଗିଂ: ଥମିବାର ନାଁ ନେଉନି ବିବାଦ

ଭୁବନେଶ୍ୱର: ରୁଚିକା ଆତ୍ମହତ୍ୟା ମାମଲାର ଗୁମର ଫିଟି ନଥିବା ବେଳେ ରାଗିଂର ଆସିଛି ଆଉ ଏକ ଅଭିଯୋଗ । ଯୁକ୍ତ ୨ଦ୍ୱିତୀୟ ବର୍ଷର ବାଣିଜ୍ୟ ବିଭାଗର ଜଣେ ଛାତ୍ର ଏପରି ଅଭିଯୋଗ ଆଣିଛନ୍ତି । ଛାତ୍ରଙ୍କ ଅଭିଯୋଗ ଅନୁସାରେ ସହପାଠୀମାନେ ତାଙ୍କୁ ମାଡ଼ ମାରିବା ସହିତ ବାଇକ ଛଡ଼ାଇ ନେଇଥିବା ଜଣାପଡ଼ିଛି । ଏନେଇ ଛାତ୍ର ଜଣକ ନିକଟସ୍ଥ ବଡ଼ଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି ।

ସୂଚନା ଥାଉ କି, ରାଜଧାନୀ ବିଜେବି କଲେଜରେ ଗତ କିଛି ଦିନ ଧରି ରୁଚିକା ଆତ୍ମହତ୍ୟା ଏବଂ ରାଗିଂକୁ ନେଇ ବିବାଦ ଲାଗି ରହିଛି । ଗତ ୨ ତାରିଖରେ ବିଜେବି କଲେଜର +୩ର ଛାତ୍ରୀ ରୁଚିକା ରାଗିଂ କାରଣରୁ ଆତ୍ମହତ୍ୟା ଭଳି ପଦକ୍ଷେପ ନେଇଥିଲେ । ତେବେ ଏହି ରାଗିଂ ଭଳି ଅପରାଧକୁ ବିରୋଧ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଉଛି । ଏଭଳି ପରିସ୍ଥିତିରେ ଆଉ ଏକ ରାଗିଂର ଅଭିଯୋଗ ଚିନ୍ତାର ବିଷୟ ପାଲଟିଛି । ଯାହା ଫଳରେ ପ୍ରଶାସନର ଚିନ୍ତା ମଧ୍ୟ ବଢିଯାଇଛି ।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି