ରାଜ୍ୟ

ବିଜେପି ୧୯, ବିଜେଡି ଏବଂ କଂଗ୍ରେସ ଗୋଟିଏ ଲେଖାଏଁ ଆସନରେ ଆଗୁଆ

ଭୁବନେଶ୍ବର: ଓଡ଼ିଶାର ଲୋକସଭା ନିର୍ବାଚନ ଫଳାଫଳକୁ ନେଇ ଏକଜିଟ ପୋଲରେ ଯାହା ଅନୁମାନ କରାଯାଉଥିଲା ତାହା କ୍ରମଶଃ ସତ ହେବା ଭଳି ଲାଗୁଛି। ଏବେକାର ଟ୍ରେଣ୍ଡ ଅନୁଯାୟୀ, ବିଜେପି ଓଡ଼ିଶାର ୨୧ ଲୋକସଭା ଆସନରୁ ୧୯ଟି ଆସନରେ ଆଗୁଆ ରହିଥିବା ବେଳେ, ଗୋଟିଏ ଆସନରେ ବିଜେଡି ଏବଂ ଅନ୍ୟ ଗୋଟିଏ ଆସନରେ କଂଗ୍ରେସ ପ୍ରାର୍ଥୀ ଆଗୁଆ ଅଛନ୍ତି। ବର୍ତ୍ତମାନ ସୁଦ୍ଧା କୋରାପୁଟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଆଗୁଆ ଥିବାବେଳେ, ଯାଜପୁରରେ କେବଳ ବିଜେଡି ପ୍ରାର୍ଥିନୀ ଶର୍ମିଷ୍ଠା ସେଠୀ ଆଗୁଆ ଅଛନ୍ତି। 

ଓଡ଼ିଶାର କଟକ, କେନ୍ଦ୍ରାପଡ଼ା, କନ୍ଧମାଳ, ଭୁବନେଶ୍ବର, ବାଲେଶ୍ବର, କେନ୍ଦୁଝର, ମୟୂରଭଞ୍ଜ, ବରଗଡ଼, ସମ୍ବଲପୁର, ବଲାଙ୍ଗୀର, ଜଗତସିଂହପୁର, ସୁନ୍ଦରଗଡ଼, ଆସିକା, ଢେଙ୍କାନାଳ, କଳାହାଣ୍ଡି, ନବରଙ୍ଗପୁର, ଭଦ୍ରକ, ବ୍ରହ୍ମପୁର ଓ ପୁରୀ ଲୋକସଭା ଆସନରେ ଆଗୁଆ ଥିବା ଜଣାଯାଇଛି। 

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।