ଦେଶ ବିଦେଶ ମନୋରଞ୍ଜନ

ବିଜେପି ସାଂସଦ ସନ୍ନି ଦେଓଲଙ୍କୁ ମିଳିଲା ୱାଇ ଶ୍ରେଣୀ ସୁରକ୍ଷା : ସାଙ୍ଗରେ ରହିବେ ୧୧ ଯବାନ ଓ ୨ ପିଏସଓ

ନୂଆଦିଲ୍ଲୀ ୧୬/୧୨ : ବଲିଉଡ ଅଭିନେତା ତଥା ବିଜେପି ସାଂସଦ ସନ୍ନି ଦେଓଲଙ୍କୁ କେନ୍ଦ୍ର ଗୃହ ମନ୍ତ୍ରାଳୟ Y କ୍ୟାଟେଗରୀ ସୁରକ୍ଷା ପ୍ରଦାନ କରିଛନ୍ତି। ବର୍ତ୍ତମାନ ତାଙ୍କ ସହ କେନ୍ଦ୍ର ସୁରକ୍ଷାବଳର ଗୋଟିଏ ଟିମ ସବୁବେଳେ ଉପସ୍ଥିତ ରହିବେ। ସନ୍ନି ଦେଓଲଙ୍କ ଜୀବନ ପ୍ରତି ବିପଦ ଥିବା ଦେଖି ତାଙ୍କୁ Y କ୍ୟାଟେଗରୀ ସୁରକ୍ଷା ଦିଆଯାଇଛି। ୱାଇ ଶ୍ରେଣୀ ସୁରକ୍ଷାରେ ତାଙ୍କ ସହ ୧୧ ଯବାନ ଓ ୨ଜଣ ପିଏସଓ ରହିବେ। ସନ୍ନି ଦେଓଲ ପଞ୍ଜାବ ଗୁର୍ଦାସପୁରରୁ ବିଜେପି ସାଂସଦ ଅଛନ୍ତି। ଗୁର୍ଦାସପୁର ଭାରତ ପାକିସ୍ତାନ ସୀମା ନିକଟରେ ଅବସ୍ଥିତ।

ପଞ୍ଜାବରେ କୃଷି ଆଇନକୁ ବିରୋଧ ହେଉଥିବା ସମୟରେ ସନ୍ନି ଦେଓଲଙ୍କ ସୁରକ୍ଷା ବଢ଼ାଇ ଦିଆଯାଇଛି। କୃଷକ ସଂଗଠନ ବିଜେପି ନେତା, ମନ୍ତ୍ରୀଙ୍କୁ ଘେରାଉ କରିବାକୁ କହିଛନ୍ତି। ସନ୍ନି ଦେଓଲ ପଞ୍ଜାବ ଗୁର୍ଦାସପୁର ସାଂସଦ। କୃଷି ଆଇନ ମାମଲାରେ ସେ ଚୁପ ଥିବା ନେଇ ପ୍ରଶ୍ନ ଉଠିଛି।

ନିକଟରେ ସନ୍ନି ଦେଓଲ ଟ୍ୱିଟ କରି ଚାଷୀଙ୍କୁ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ କହିଥିଲେ। ସେ କହିଥିଲେ, ‘ମୁଁ ସାରା ଦୁନିଆକୁ ଅନୁରୋଧ କରୁଛି, ଏହା ଆମ ଚାଷୀ ଓ ସରକାରଙ୍କ ମାମଲା। ଆମ ଭିତରେ ନ ଆସନ୍ତୁ କାରଣ କଥାବାର୍ତ୍ତା ହୋଇ କିଛି ରାସ୍ତା ନିଶ୍ଚୟ ବାହାର କରାଯିବ। ମୁଁ ଜାଣିଛି ଅନେକ ଲୋକ ଏହାର ଫାଇଦା ଉଠାଇବାକୁ ଚାହୁଁଛନ୍ତି ଏବଂ ସମସ୍ୟା ଛିଡା କରୁଛନ୍ତି। ସେମାନେ ଚାଷୀ କଥା ଭାବୁନାହାନ୍ତି। ସେମାନଙ୍କର ନିଜର ଏଜେଣ୍ଡା ରହିଛି।’

ୱାଇ ଶ୍ରେଣୀ କଣ :

ଏକ୍ସ ଶ୍ରେଣୀ ସୁରକ୍ଷାରେ ୨ ଜଣ ସୁରକ୍ଷା ଗାର୍ଡ ନିୟୋଜିତ ରୁହନ୍ତି ଯେଉଁଥିରେ ଜଣେ ପିଏସଓ (ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ)।

ୱାଇ ଶ୍ରେଣୀ ସୁରକ୍ଷାରେ ୧୧ ଜଣ ସୁରକ୍ଷାକର୍ମୀ ସାମିଲ ଥାଆନ୍ତି ଯେଉଁଥିରେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ ମଧ୍ୟ ଥାଆନ୍ତି। ଏହି ଶ୍ରେଣୀରେ କୌଣସି କମାଣ୍ଡୋ ନିୟୋଜିତ ହୁଅନ୍ତିନି।

ୱାଇ ପ୍ଲସ୍ ଶ୍ରେଣୀ ସୁରକ୍ଷାରେ ୧୧ ଜଣ ସୁରକ୍ଷାକର୍ମୀ ସାମିଲ। ଏଥିରେ ଜଣେ କିମ୍ବା ଦୁଇ ଜଣ କମାଣ୍ଡୋ ଏବଂ ୨ ଜଣ ପିଏସଓ ମଧ୍ୟ ସାମିଲ। ଏହି ସୁରକ୍ଷା ଅନୁସାରେ କପିଲ ମିଶ୍ରଙ୍କୁ ପାଇଁ ୨୪ ଘଣ୍ଟା ପୋଲିସର ଜଣେ ସେନା ସୁରକ୍ଷା ଅଧିକାରୀ ହିସାବରେ ମିଳିଛି।

ଜେଡ୍ ଶ୍ରେଣୀ ସୁରକ୍ଷାରେ ୪ରୁ ୫ ଏନଏସଜି କମାଣ୍ଡୋ ସମେତ ମୋଟ ୨୨ ସୁରକ୍ଷାକର୍ମୀ ନିୟୋଜିତ ରୁହନ୍ତି। ଏଥିରେ ଦିଲ୍ଲୀ ପୋଲିସ, ଆଇଟିବିପି ବା ସିଆରପିଏଫ କମାଣ୍ଡୋ ସାମିଲ।

ଜେଡ୍ ପ୍ଲସ୍ ଶ୍ରେଣୀ ସୁରକ୍ଷା ଭାରତର ସର୍ବୋଚ୍ଚ ସୁରକ୍ଷା ଶ୍ରେଣୀ। ଏହି ଶ୍ରେଣୀରେ ବିଶିଷ୍ଟ ବ୍ୟକ୍ତିଙ୍କ ସୁରକ୍ଷାରେ ୩୬ ଯବାନ ନିୟୋଜିତ ରୁହନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ