ରାଜ୍ୟ

ବିଜେପିରେ ସାମିଲ ହେଲେ ଆକାଶ

ଭୁବନେଶ୍ବର: କୋରେଇର ପୂର୍ବତନ ବିଧାୟକ ତଥା ସିନେ ଅଭିନେତା ଆକାଶ ଦାସନାୟକ ଆଜି ବିଜେପିରେ ମିଶିଛନ୍ତି। ଆକାଶଙ୍କ ସହ ବିଜେଡିର ରାଜ୍ୟ ପରିଷଦ ସଦସ୍ୟ ତଥା ରାଜ୍ୟ ସଂଯୋଜକ କନିଷ୍କ ବୋଧିସତ୍ୱ ଦାସ, ସ୍ୱାଧୀନ ବିଧାୟକ ପ୍ରାର୍ଥୀ ବିଶ୍ୱଜିତ ମହାନ୍ତି, ପୂର୍ବତନ ସାଧାରଣ ସମ୍ପାଦକ ପ୍ରହ୍ଲାଦ ପଣ୍ଡା, ପୂର୍ବତନ ସରପଞ୍ଚ ସୁବାସ ନାୟକ, ପୂର୍ବତନ ପଞ୍ଚାୟତ ସମିତି ସଦସ୍ୟ କୁଳମଣି ଦାସ, ଏସ୍‌କେ ଜହରଅଲ୍ଲି, ଅଶୋକ ବାରିକ, ପୂର୍ବତନ କାଉନସିଲର ସୌମେନ୍ଦ୍ର ରାଉତ, ସଂଯୁକ୍ତା ଖଟୁଆ, ଭାନୁପ୍ରଭା କରନ, ପୂର୍ବତନ ସରପଞ୍ଚ ଗୋପାଳ ସେଠୀ, ପ୍ରଫୁଲ୍ଲ ଜେନା, ସୁଶାନ୍ତ ସାହୁ, ପୂର୍ଣ୍ଣଚନ୍ଦ୍ର ସାହୁ, ସିନେ ତାରକା ପଦାରବିନ୍ଦ ନାୟକ, ଶିଶିର କୁମାର ରାଉତ, ଉଦୟ ପାଣି, ସମାଜସେବୀ ବୀରବର ବାରିକ ପ୍ରମୁଖ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି।ସେହିପରି କେନ୍ଦୁଝର ଜିଲ୍ଲା କଂଗ୍ରେସ ସାଧାରଣ ସଂପାଦକ ପ୍ରଶାନ୍ତ କୁମାର ସ୍ୱାଇଁ ଆଜି ଆନୁଷ୍ଠାନିକ ଭାବେ ବିଜେପିରେ ମିଶିଛନ୍ତି।

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ମିଶ୍ରଣ ପର୍ବରେ ରାଜ୍ୟ ସଭାପତି ମନମୋହନ ସାମଲ ସେମାନଙ୍କୁ ଦଳୀୟ ଉତ୍ତରୀୟ ଓ ଟୋପି ପିନ୍ଧାଇ ଦଳକୁ ସ୍ବାଗତ କରିଥିଲେ। ଏହାପରେ ଶ୍ରୀ ସାମଲ କହିଛନ୍ତି ଯେ ଓଡ଼ିଶାର ବିକାଶ ପାଇଁ ବିଜେପି ଲଢ଼େଇ କରିବ। ବିଭିନ୍ନ ରାଜନୈତିକ ଦଳର ଅନେକ ସାଂସଦ, ବିଧାୟକ, ବରିଷ୍ଠ ନେତୃବୃନ୍ଦ ଓ କାର୍ଯ୍ୟକର୍ତା ବିଜେପିରେ ସାମିଲ ହେଉଛନ୍ତି। ଆସନ୍ତା ଜୁନ ୪ରେ ଓଡ଼ିଶାରେ ବିଜେପି ସରକାର ଗଠନ କରିବ। ଶାସନକୁ ଆସିବା ମାତ୍ରେ ୪୦ ଲକ୍ଷ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ କରାଯିବ। ଧାନ କ୍ୱିଣ୍ଟାଲ ପ୍ରତି ୩୧୦୦ ଟଙ୍କା, ଜଳସେଚନ ବ୍ୟବସ୍ଥାକୁ ସୁଦୃଢ଼ କରାଯିବ, ୩୦୦ ୟୁନିଟ ପର୍ଯ୍ୟନ୍ତ ବିଜୁଳି ମାଗଣା ପ୍ରଦାନ କରାଯିବ। ବିଜେପିରେ ମିଶିବା ପରେ ଆକାଶ କହିଛନ୍ତି ଯେ ମା’, ମାଟିର କାମ କରିବା ପାଇଁ ସଂଗ୍ରାମ ଜାରି ରଖିବି। ସମସ୍ତଙ୍କ ଆଶୀର୍ବାଦକୁ ସାଥୀରେ ନେଇ ଓଡ଼ିଆ ଏବଂ ଓଡ଼ିଶାର ବିକାଶ ପାଇଁ କାର୍ଯ୍ୟ କରିବି।

ସେହିପରି ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର କହିଛନ୍ତି ଯେ ଓଡ଼ିଶାବାସୀ ଆଉ କ୍ରୀତଦାସ ଜୀବନ ବଞ୍ଚିବେ ନାହିଁ ବୋଲି ପଣ ନେଇଛନ୍ତି। ପାଇକ ବିଦ୍ରୋହରେ ଓଡ଼ିଆ ପାଇକଙ୍କ ବୀରଗାଥା ସମସ୍ତେ ଜାଣିଛନ୍ତି। ସମୟ ଆସିଛି କ୍ରୀତଦାସ ପ୍ରଥାକୁ ହଟାଇ ରାଜ୍ୟରେ ଗଣତନ୍ତ୍ର ପ୍ରତିଷ୍ଠା କରିବା। ଏହି ମିଶ୍ରଣ ପର୍ବରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢ଼ାଲି, ବିଧାୟକ ପ୍ରଦୀପ ପାଣିଗ୍ରାହୀ, ପ୍ରଶାନ୍ତ ଜଗଦ୍ଦେବ, ପ୍ରିୟଦର୍ଶୀ ମିଶ୍ର, ପୂର୍ବତନ ବିଧାୟିକା ସଞ୍ଚିତା ମହାନ୍ତି, ରାଜ୍ୟ ସମ୍ପାଦକ ସରୋଜ କର, ରାଜ୍ୟ ମୁଖପାତ୍ର ସଜ୍ଜନ ଶର୍ମା, ମନୋଜ ମହାପାତ୍ର, ଶ୍ରୀତମ ଦାସ, ଅରିନ୍ଦମ ରାୟ, ପୂର୍ବତନ ମହିଳାମୋର୍ଚ୍ଚା ସଭାନେତ୍ରୀ ସୀମନ୍ତିନି ଜେନା ପ୍ରମୁଖ ଉପସ୍ଥିତ ଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।