ଖେଳ ଦେଶ ବିଦେଶ ରାଜନୀତି ଲାଇଫ୍ ଷ୍ଟାଇଲ

ବିଜେପିରେ ମିଶିବେ ସୌରଭ ଗାଙ୍ଗୁଲି ! ରାଜ୍ୟପାଳଙ୍କୁ ଭେଟିବା ପରେ ପଶ୍ଚିମବଙ୍ଗ ରାଜନୀତିରେ ହଟଚମଟ

କୋଲକାତା ୨୭/୧୨ : ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ ଭାରତୀୟ ଅଧିନାୟକ ସୌରଭ ଗାଙ୍ଗୁଲି ରାଜନୀତିକୁ ଆସିବା ନେଇ ଚର୍ଚ୍ଚା ଜୋର ଧରିଛି । ଆଜି ବିସିସିଆଇ ପ୍ରମୁଖ ସୌରଭ ଗାଙ୍ଗୁଲି ପଶ୍ଚିମବଙ୍ଗ ରାଜ୍ୟପାଳ ଜଗଦୀପ ଧନଖଡଙ୍କୁ ଭେଟିଛନ୍ତି । ଏହି ଭେଟଘାଟ ମଧ୍ୟରେ ଏହା ଶୁଣିବାକୁ ମିଳୁଛି ଯେ, ଗାଙ୍ଗୁଲି ରାଜନୀତିରେ ପାଦ ଦେଇପାରନ୍ତି । ଏହାକୁ ଏକ ବ୍ୟକ୍ତିଗତ ସାକ୍ଷାତକାର ବୋଲି କୁହାଯାଉଛି ।

ସୂଚନା ଅନୁସାରେ, ଗତ କିଛି ଦିନ ଧରି ସୌରଭ ଗାଙ୍ଗୁଲି ବିଜେପିରେ ସାମିଲ ହେବା ନେଇ ପଶ୍ଚିମବଙ୍ଗରେ ଚର୍ଚ୍ଚା ଜୋର ଧରିଛି । ଏହାରି ମଧ୍ୟରେ ସେ ରାଜ୍ୟପାଳଙ୍କୁ ଭେଟିବା ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ଯେବେଠାରୁ ସୌରଭ ଗାଙ୍ଗୁଲି ବସିସିଆଇର ଅଧ୍ୟକ୍ଷ ହୋଇଛନ୍ତି, ସେବେଠାରୁ ତାଙ୍କର ବିଜେପିରେ ସାମିଲ ହେବା ଚର୍ଚ୍ଚା ଆରମ୍ଭ ହୋଇଥିଲା । କିନ୍ତୁ ଗାଙ୍ଗୁଲିଙ୍କ ପକ୍ଷରୁ ଏ ନେଇ କୌଣସି ସୂଚନା ଦିଆଯାଇନାହିଁ ।

ଆସନ୍ତା ୧୨ ଜାନୁୟାରୀରେ ସ୍ବାମୀ ବିବେକାନନ୍ଦଙ୍କ ଜୟନ୍ତୀରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ପଶ୍ଚିମବଙ୍ଗ ଗସ୍ତ କାର୍ଯ୍ୟକ୍ରମ ରହିଛି । ଏହି ଗସ୍ତରେ ବିଭିନ୍ନ ଦଳର ନେତା ଦଳ ଛାଡି ବିଜେପିରେ ସାମିଲ ହୋଇପାରନ୍ତି । ତେବେ ଶୁଣିବାକୁ ମିଳୁଛି ସୌରଭ ଗାଙ୍ଗୁଲି ମଧ୍ୟ ଅମିତ ଶାହାଙ୍କ ଉପସ୍ଥିତିରେ ଗେରୁଆ ଦଳରେ ସାମିଲ ହୋଇପାରନ୍ତି ।

ସୂଚନାଯୋଗ୍ୟ, ଗୃହ ମନ୍ତ୍ରୀ ଅମିତ ଶାହାଙ୍କ ଗତ ପଶ୍ଚିମବଙ୍ଗ ଗସ୍ତ ସମୟରେ ସେ କହିଥିଲେ ଯେ, ବେଙ୍ଗଲର ଭୂମି ପୁତ୍ର ହିଁ ପଶ୍ଚିମବଙ୍ଗର ଆଗାମୀ ମୁଖ୍ୟମନ୍ତ୍ରୀ ହେବ । ତେବେ ଏଠି ପ୍ରଶ୍ନ ଉଠୁଛି ସେହି ଭୂମି ପୁତ୍ର ସୌରଭ ଗାଙ୍ଗୁଲି ନୁହେଁ ତ ? ତେବେ ଆଗାମୀ କିଛି ଦିନ ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ ଯେ ଗାଙ୍ଗୁଲିଙ୍କ ପରବର୍ତ୍ତୀ ପରିପନ୍ଥି କଣ ହେବ । କିଛିଦିନ ପୂର୍ବରୁ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ବୈଶାଳୀ ଡାଲମିଆଁ ମଧ୍ୟ ରାଜ୍ୟପାଳଙ୍କୁ ଭେଟିଥିଲେ । ବୈଶାଳୀ ଡାଲମିଆଁ, ସୌରଭ ଗାଙ୍ଗୁଲିଙ୍କର ବହୁତ ଖାସ ବୋଲି ଜଣାଯାନ୍ତି । ତେବେ ସେ ମଧ୍ୟ ଶାହାଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇପାରନ୍ତି ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ