ରାଜ୍ୟ

ବିଜେପିରେ ମିଶିବେ ପୂର୍ବତନ ବିଧାୟକ ସୁବର୍ଣ୍ଣ!

କେନ୍ଦୁଝର : କେନ୍ଦୁଝରର ପୂର୍ବତନ ବିଜେଡି ବିଧାୟକ ସୁବର୍ଣ୍ଣ ନାୟକ ବିଜେପିରେ ମିଶିବେ। ଶ୍ରୀ ନାୟକ ଶୁକ୍ରବାର ଦିନ ରାଜ୍ୟ କାର୍ଯ୍ୟାଳୟରେ ବିଜେପି ସଭାପତି ମନମୋହନ ସାମଲଙ୍କୁ ଭେଟିବା ପରେ ଏଭଳି ଚର୍ଚ୍ଚା ଜୋର ଧରିଛି। ୨୦୦୯ରେ ବିଜେଡି ଟିକେଟର ଶ୍ରୀ ନାୟକ କେନ୍ଦୁଝର ଆସନରୁ ବିଜୟୀ ହୋଇଥିଲେ। ପରେ ଚିଟ୍‌ଫଣ୍ଡ ମାମଲାରେ ସେ ଛନ୍ଦି ହୋଇଥିଲେ। ଏହାପରେ ଦଳ ତାଙ୍କୁ ୨୦୧୪ ଏବଂ ୨୦୧୯ ନିର୍ବାଚନରେ ଟିକେଟ ଦେଇନଥିଲା। ୨୦୧୯ରେ ସ୍ବାଧୀନ ଭାବେ ନିର୍ବାଚନ ଲଢ଼ି ପ୍ରାୟ ୪ ହଜାର ‌ଭୋଟ ପାଇଥିଲେ।

ସେ ବିଜେଡିରେ ଅଛନ୍ତି ବୋଲି କହୁଥିଲେ ମଧ୍ୟ ଦଳର କୌଣସି କାର୍ଯ୍ୟକ୍ରମରେ ତାଙ୍କୁ ଦେଖିବାକୁ ମିଳୁ ନଥିଲା କି ତାଙ୍କୁ ଖୋଜା ପଡ଼ୁ ନଥିଲା। କିଛିଦିନ ହେବ ଶ୍ରୀ ନାୟକ ବିଜେପି ନେତାଙ୍କ ଯୋଗାଯୋଗରେ ଥିବାବେଳେ ଆଜି ହଠାତ୍‌ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ଜିଲ୍ଲା ବିଜେପିର ବରିଷ୍ଠ ନେତା ଭଗବାନ ସାହୁ, ମହେଶ୍ବର ସାହୁଙ୍କ ସହ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପାଖରେ ଥିବାର ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏ ସମ୍ପର୍କରେ ତାଙ୍କର ପ୍ରତିକ୍ରିୟା ନେବାକୁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେ ଫୋନ୍‌ ଉଠାଇ ନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।