ରାଜ୍ୟ

ବିଜେପିକୁ ଅଡ଼ୁଆ ଜୟ-ଗିରୀଶ କଳି

ସମ୍ବଲପୁର: ସମ୍ବଲପୁର ଲୋକସଭା ଓ ବିଧାନସଭା ଆସନ ଏବେ ବିଜେପି ଅକ୍ତିଆରରେ ରହିଛି। ଆଗାମୀ ନିର୍ବାଚନରେ ଲୋକସଭା ଆସନ ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରାର୍ଥୀ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ତେବେ, ସମ୍ବଲପୁର ବିଧାନସଭା କ୍ଷେତ୍ରରେ ଏବେ ଗୋଷ୍ଠୀବିବାଦ ଦେଖିବାକୁ ମିଳୁଛି। ବିଶେଷକରି, ବିରୋଧୀଦଳ ନେତା ବିଧାୟକ ଜୟନାରାୟଣ ମିଶ୍ର ଓ ଜିଲ୍ଲା ସଭାପତି ଗିରୀଶ ପଟେଲଙ୍କ ମଧ୍ୟରେ ମତଭେଦ ଦଳପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟିକରିଛି।

ବିଧାୟକ ଜୟନାରାୟଣ ମିଶ୍ରଙ୍କର ଏକାନ୍ତ ଅନୁଗତ ଥିଲେ ଗିରୀଶ ପଟେଲ। ପରିସ୍ଥିତିକ୍ରମେ ଗିରୀଶ ଏବେ ତାଙ୍କ ବିରୋଧୀ ପାଲଟିଯାଇଛନ୍ତି ଏବଂ ଦଳୀୟ ସଂଗଠନରେ ଗିରୀଶଙ୍କ ପ୍ରଭାବ ବଢ଼ିଛି। ଗିରୀଶ ପ୍ରାର୍ଥୀ ହେବେ କି ନାହିଁ ଭିନ୍ନ କଥା, ସ୍ବାସ୍ଥ୍ୟ ସମସ୍ୟା କାରଣରୁ ଜୟନାରାୟଣ ଅନୁପସ୍ଥିତ ରହିବା ସୁଯୋଗରେ ବହୁ ଆଶାୟୀ ମୁଣ୍ଡଟେକିଛନ୍ତି। ଗତ କିଛିଦିନ ହେଲା ଜୟନାରାୟଣଙ୍କ ଝିଅ ଶୁଭଶ୍ରୀ ମିଶ୍ରଙ୍କୁ ଏଠାରେ ଦେଖିବାକୁ ମିଳୁଛି, ମାତ୍ର ତାଙ୍କ କାର୍ଯ୍ୟଶୈଳୀ ପ୍ରଭାବୀ ହୋଇପାରୁନି। ବିଜେପି କାର୍ଯ୍ୟାଳୟ ସମ୍ମୁଖରେ ଲାଗିଥିବା ଶୁଭଶ୍ରୀଙ୍କ ବ୍ୟାନରରେ ସମସ୍ତଙ୍କ ଫଟୋ ଥିବାବେଳେ ଗିରୀଶଙ୍କ ଫଟୋ ନାହିଁ। ଏହାକୁ ନେଇ ବି ତିକ୍ତତା ବଢ଼ିଛି।

ଏଭଳି ସ୍ଥିତିରେ ଆଗାମୀ ଦିନରେ ‌ସମ୍ବଲପୁର ଲୋକସଭା ପ୍ରାର୍ଥୀ ନିମନ୍ତେ ସମ୍ବଲପୁର ବିଧାନସଭା ଗୋଷ୍ଠୀ କନ୍ଦଳ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ। ଲୋକସଭା ପ୍ରାର୍ଥୀ ବିଜେପିର ଗୋଟିଏ ଗୋଷ୍ଠୀକୁ ପ୍ରଶ୍ରୟ ଦେଲେ ଅନ୍ୟ ଗୋଷ୍ଠୀ ବିରୋଧୀ ହେବାର ଆଶଙ୍କା ରହିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।