ରାଜନୀତି ରାଜ୍ୟ

ବିଜେଡି ସାଂସଦଙ୍କୁ ପରାମର୍ଶ ଦେଲେ ନବୀନ: ସ୍ବତନ୍ତ୍ର ଫୋକସ୍ ରାଜ୍ୟ ଦାବି ଜୋର୍‌ଦାର କର

ଭୁବନେଶ୍ବର: କେନ୍ଦ୍ରର ଅବହେଳାକୁ ପ୍ରସଙ୍ଗ କରି ରାଜନୈତିକ ଲଢ଼େଇ ଜୋର୍‌ଦାର କରିବ ବିଜେଡି। ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ସରକାରଙ୍କ ଠାରୁ ଓଡ଼ିଶା ଯେତିକି ସହଯୋଗ ପାଇବା କଥା ତାହା ପାଉ ନାହିଁ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସିଧା ସିଧା ଜଣାଇ ଦେଇଛନ୍ତି। ଓଡ଼ିଶା‌କୁ ‘ସ୍ବତନ୍ତ୍ର ଫୋକସ୍ ରାଜ୍ୟ’ର ମାନ୍ୟତା ପାଇଁ ବିଜେଡିର ପୁରୁଣା ଦାବିକୁ ନବୀନ ପୁଣି ଦୋହରାଇଛନ୍ତି। ଏହି ଦାବି ପୂରଣ ପାଇଁ ଜୋର୍‌ଦାର ସ୍ବର ଉଠାଇବାକୁ ଦଳର ସାଂସଦମାନଙ୍କୁ ସେ ପରାମର୍ଶ ଦେଇଛନ୍ତି।

ସଂସଦର ମୌସୁମୀ ଅଧିବେଶନ ପୂର୍ବରୁ ବିଜେଡି ସଂସଦୀୟ ଦଳ ବୈଠକ ଅନୁଷ୍ଠିତ ହୋଇଥିଲା। ଦଳର ସଭାପତି ନବୀନ ପଟ୍ଟନାୟକ ଭର୍ଚୁଆଲ୍‌ରେ ବୈଠକକୁ ସମ୍ବୋଧିତ କରିଥିଲେ। ସେ କହିଥିଲେ, କେନ୍ଦ୍ର ସରକାର ଆମ ଦାବିଗୁଡ଼ିକ ପୂରଣ କରୁ ନାହାନ୍ତି। ବାରମ୍ବାର ଦାବି ସତ୍ତ୍ବେ ସ୍ବତନ୍ତ୍ର ଫୋକସ୍ ରାଜ୍ୟର ମାନ୍ୟତା ଦେଲେ ନାହିଁ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ୧୫ ଲକ୍ଷ ଘର ଆବଶ୍ୟକ ଥିଲା ବେ‌ଳେ ମିଳିଲା ମାତ୍ର ୮ ଲକ୍ଷ। ଅନୁସୂଚିତ ଜନଜାତି ତାଲିକାରେ ବହୁ ଜନଜାତି ସାମିଲ ହୋଇ ନଥିବାରୁ ସେମାନେ ଅସୁବିଧା ଭୋଗୁଛନ୍ତି। ସେହିପରି କୃଷି କ୍ଷେତ୍ରରେ ଅନେକ ସମସ୍ୟାକୁ କେନ୍ଦ୍ର ସମାଧାନ କରୁ ନାହିଁ। ବଳକା ଚାଉଳ ଠିକ୍ ସମୟରେ ଉଠୁନି କି ବର୍ଦ୍ଧିତ ହାରରେ ଏମ୍‌ଏସ୍‌ପି ଦିଆଯାଉନି। ଜାତୀୟ ରାଜପଥ କ୍ଷେତ୍ରରେ ମଧ୍ୟ ଚରମ ଅବହେଳା ପ୍ରଦର୍ଶନ କରାଯାଉଛି। ବ୍ୟାଙ୍କିଙ୍ଗ୍‌, ମୋବାଇଲ୍‌ ଓ ଡିଜିଟାଲ୍‌ ସଂଯୋଗ କ୍ଷେତ୍ରରେ ମଧ୍ୟ ଅନେକ ସମସ୍ୟା ରହିଛି। ଏହି ସବୁ ପ୍ରସଙ୍ଗ ସଂସଦରେ ଉଠାଇବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ।

ବୈଠକ ପରେ ଗଣମାଧ୍ୟମକୁ ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଥିଲେ, ରାଜ୍ୟର ଉନ୍ନତି ପାଇଁ ଆରମ୍ଭ ହୋଇଥିବା ଅନେକ ପ୍ରକଳ୍ପକୁ ବିଜେପିର ସାଂସଦମାନେ ବନ୍ଦ କରିବାକୁ ଚକ୍ରାନ୍ତ କରୁଛନ୍ତି। ପୁରୀ ଐତିହ୍ୟ ପ୍ରକଳ୍ପ, ଲିଙ୍ଗରାଜ ମନ୍ଦିର ପ୍ରକଳ୍ପ ଆଦି ଭଣ୍ଡୁର କରିବାକୁ ଉଦ୍ୟମ କରାଯାଉଛି। ବଡ଼ ଦଳଗୁଡ଼ିକ ଗୃହ ଚଳାଇ ଦେଉ ନାହାନ୍ତି। ବିଜେପି ଓ କଂଗ୍ରେସ ଏଥିପାଇଁ ଦାୟୀ। ଆମେ ଗୃହ ବାହାରେ କେନ୍ଦ୍ର ମନ୍ତ୍ରୀମାନଙ୍କୁ ଭେଟି ଓଡ଼ିଶାର ସ୍ବାର୍ଥ ସମ୍ବଳିତ କାମ ଆଦାୟ କରିବାକୁ ଚେଷ୍ଟା କରୁଛୁ। କିନ୍ତୁ ବିଜେପି ସାଂସଦମାନେ ସହଯୋଗ କରୁ ନାହାନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର