ରାଜ୍ୟ

ବିଜେଡିର ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସରକାରୀ ବାସଭବନ ଭଙ୍ଗା, କାରଣ ଅସ୍ପଷ୍ଟ

ଭୁବନେଶ୍ବର: ବିଜେଡିର ସାଙ୍ଗଠନିକ ସଂପାଦକ ତଥା ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସଙ୍କ ସରକାରୀ ଆଲିଶାନ୍ ବାସଭବନ ଭଙ୍ଗାଯାଉଥିବା ସୂଚନା ରହିଛି। କିଏ ଭାଙ୍ଗୁଛି ଓ କାହିଁକି ଭାଙ୍ଗୁଛି ସେନେଇ କିଛି ସୂଚନା ନାହିଁ। ଏହି ଘରେ ବିଳାସମୟ କୋଠରୀ ରହିଥିବା ଜଣାଯାଇଛି। ଏଠାରେ ନିଜେ ପ୍ରଣବ ପ୍ରକାଶ ଦାସ ଅଣ୍ଡରଗ୍ରାଉଣ୍ଡ ଘର ବି ତୋଳିଥିଲେ। ପ୍ରଣବ ପ୍ରକାଶ ଦାସ ସେହି ଘର ଛାଡ଼ିଛନ୍ତି। ସେହି ଘରେ ସେ କୋଟି କୋଟି ଟଙ୍କାର ଇଣ୍ଟେରିଅର୍ କାମ କରିଥିବା କୁହାଯାଉଛି। ଉକ୍ତ ଘର ଫାଟକରେ ତାଲା ପଡ଼ିଥିବା ବେଳେ ଭିତରେ ଚାଲିଛି ଘର ଭଙ୍ଗା। ଏଣେ ଏନେଇ ସରକାରୀ କଳ ବା ପ୍ରଶାସନ କାହିଁକି ଚୁପ୍ ତାକୁ ନେଇ ବି ପ୍ରଶ୍ନ ଉଠିଛି। ଏଣେ ଘଟଣା ପ୍ରଘଟ ହେବା ପରେ ଉକ୍ତ ଘର ଆଗରେ ଲୋକଙ୍କ ଭିଡ଼ ଜମିଛି।

ଗତ ସାଧାରଣ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ପ୍ରଣବ ପ୍ରକାଶ ଦାସ ଭୟଭୀତ ହୋଇ ଏଭଳି କାମ କରାଉଥିବା ଚର୍ଚ୍ଚା ହେଉଛି। ସେ ନିଜେ ମଧ୍ୟ ସମ୍ବଲପୁର ଲୋକସଭା ଆସନରେ ପ୍ରତିଦ୍ବନ୍ଦ୍ବିତା କରି ମଧ୍ୟ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଠାରୁ ପରାଜୟ ବରଣ କରିଥିଲେ।

କ୍ୱାର୍ଟର୍ସ ଭଙ୍ଗାକୁ ନେଇ ପ୍ରଣବ ପ୍ରକାଶ ଦାସ ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି। ଏଥିରେ ସେ ନିୟମ ଅନୁସାରେ ଭଙ୍ଗା ଯାଉଛି ବୋଲି କହିଛନ୍ତି। ସେ ଆହୁରି କହିଛନ୍ତି ଯେ, ଜିଏ ବିଭାଗ ନୋଟିସ କରିଥିଲେ, ୧୫ ସୁଦ୍ଧା କ୍ୱାର୍ଟର୍ସ ଛାଡ଼ିଦେବି। ବିଜେଡି ସଂଗଠନ ସଂପାଦକ ଥିବାରୁ ବହୁତ ନେତା ଭେଟିବାକୁ ଆସନ୍ତି। ସେମାନଙ୍କ ବସାଉଠା ପାଇଁ ଏକ୍ସଟେନ୍‌ସନ୍‌ କରିଥିଲି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।