ରାଜ୍ୟ

ବିଜେଡିର ପ୍ରଚାର କରୁଛି ପ୍ରଶାସନ: କଂଗ୍ରେସ

ରାୟଗଡ଼ା: ରାୟଗଡ଼ାରେ ଜିଲ୍ଳାସ୍ତରୀୟ ନୂଆ-ଓ ଉତ୍ସବ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମରେ ୨ଛାତ୍ରୀ ଗୁରୁତର ହେବା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛି ଜିଲ୍ଳା କଂଗ୍ରେସ କମିଟି। କାର୍ଯ୍ୟକ୍ରମ ଆୟୋଜକ ଓ ଛାତ୍ରଛାତ୍ରୀଙ୍କୁ ପଠାଇଥିବା ସମସ୍ତ କଲେଜଗୁଡ଼ିକର ଅଧ୍ୟକ୍ଷ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଜିଲ୍ଳା ଆରକ୍ଷୀ ଅଧକ୍ଷୀକଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ପ୍ରଦାନ କରିଛି। ଏହି ଦାବିପତ୍ରକୁ ଏକ ଏଫଆଇଆର ଭାବେ ପରିଗଣିତ କରି ପଦକ୍ଷେପ ତଦନ୍ତ କରିବାକୁ ଅନୁରୋଧ କରିଛି ଡିସିସି କମିଟି।

ରାୟଗଡା ଜିଲ୍ଳା କଂଗ୍ରେସ କମିଟି ସଭାପତି ବିଜୟ କୁମାର ଗମାଙ୍ଗଙ୍କ ନିର୍ଦ୍ଦେଶ କ୍ରମେ ଆଜି ସ୍ଥାନୀୟ କଂଗ୍ରେସ ଭବନ ଠାରେ ଜିଲ୍ଳା କଂଗ୍ରେସ କମିଟିର ମୁଖ୍ୟ ମୁଖପାତ୍ର ତଥା ଉପସଭାପତି ଶଙ୍କର୍ଷଣ ମଙ୍ଗରାଜଙ୍କ ତତ୍ୱାବଧାନରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଏଥିରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି(ପିସିସି) ସାଧାରଣ ସଂପାଦକ ଦୁର୍ଗା ପ୍ରସାଦ ପଣ୍ଡା, ରାୟଗଡ଼ା ନିର୍ବାଚନ ମଣ୍ଡଳି ବିଧାୟକ ପ୍ରାର୍ଥୀ ତଥା ଆଦିବାସୀ ଯୁବ ନେତା କାଡ୍ରକା ଆପଲାସ୍ୱାମୀ, ରାଜ୍ୟ କୃଷକ ସେଲ୍ ଉପସଭାପତି ଦେବେନ୍ଦ୍ର କୁମାର, ଜିଲ୍ଳା ଯୁବ କଂଗ୍ରେସ ଉପସଭାପତି ଆସଲାମ୍ ଖାନ୍ ପ୍ରମୁଖ ଉପସ୍ଥିତ ରହିଥିଲେ।

ବାରିଝୋଲା ଠାରେ ବୁଧବାର ‘ନୂଆ-ଓ ଉତ୍ସବ ଯୁବ ଓଡ଼ିଶା ନବୀନ ଓଡିଶା’ଏକ କାର୍ଯ୍ୟକ୍ରମ କରାଯାଇଥିଲା। ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନ ସୁଯୋଗରୁ ଛାତ୍ରଛାତ୍ରୀଙ୍କୁ ବଂଚିତ କରି ‘ଯୁବ ଓଡ଼ିଶା ନବୀନ ଓଡ଼ିଶା’ଦଳୀୟ ରାଜନୈତିକ କାର୍ଯ୍ୟକ୍ରମରେ ସୁଲଭ ଛାତ୍ରଛାତ୍ରୀଙ୍କୁ ଯୋଗ ଦେବା ପାଇଁ ବାଧ୍ୟ କରୁଛନ୍ତି।ଛାତ୍ରଛାତ୍ରୀଙ୍କ ମୁଣ୍ଡ ଉପରେ ବାର୍ଷିକ ପରୀକ୍ଷା ଥିବା ବେଳେ ସେମାନଙ୍କୁ କାହିଁକି ପଥଭ୍ରଷ୍ଟ କରାଯାଉଛି ବୋଲି ପିସିସି ସାଧାରଣ ସଂପାଦକ ଶ୍ରୀ ପଣ୍ଡା ଜିଲ୍ଳା ପ୍ରଶାସନ ଏବଂ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି।

ଦଳୀୟ କାର୍ଯ୍ୟକ୍ରମରେ ସୁଲଭ ଛାତ୍ରଛାତ୍ରୀଙ୍କୁ ବ୍ୟବହାର କରାଯାଉଥିବାରୁ କଂଗ୍ରେସ ଏହାକୁ ଦୃଢ଼ ନିନ୍ଦା କରୁଛି ବୋଲି କହିବା ସହ ଦଃଖ ଓ ପରିତାପର ବିଷୟ ରାୟଗଡ଼ା ଜିଲ୍ଳା ପ୍ରଶାସନ ଉତ୍ସାହିତ ହୋଇ ଶାସକ ଦଳର ଦଳୀୟ କାର୍ଯ୍ୟକ୍ରମ ପରିଚାଳନାରେ ବ୍ୟସ୍ତ ରହୁଛନ୍ତି, ଯାହା ଜନସାଧାରଣ ଚକିତ ହେବା ସଙ୍ଗେ ସଙ୍ଗେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ହୃଦୟଙ୍ଗମ କରୁଥିବା ଶ୍ରୀ ପଣ୍ଡା କହିଛନ୍ତି। ଜିଲ୍ଳାପାଳ ତେଲରେ ପଡି ଆହାତ ହୋଇଥିବା ଛାତ୍ରୀଙ୍କୁ ୩୦ହଜାର ଟଙ୍କା ଓ ଅଣନିଶ୍ୱାସୀ ହୋଇ ଯାଇଥିବା ଛାତ୍ରୀଙ୍କୁ ଯେଉଁ ୨୦ହଜାର ଟଙ୍କା ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିରୁ କାହିଁକି ଦିଆଗଲା। କାର୍ଯ୍ୟକ୍ରମ ପରିଚାଳକ ଜିଲ୍ଳା ପରିଷଦ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ କାହିଁକି ତାଙ୍କ ଦରମାରୁ ଦେବେ ନାହିଁ ବୋଲି ଶ୍ରୀ ପଣ୍ଡା ପ୍ରଶ୍ନ କରିଛନ୍ତି। ସେହିପରି ଏହି ଅବ୍ୟବସ୍ଥା କାର୍ଯ୍ୟକ୍ରମରେ କାହିଁକି ଛାତ୍ରଛାତ୍ରୀଙ୍କୁ ସାମିଲ କରାଗଲା।ଶଙ୍ଖ ଚିହ୍ନ ଥିବା ଟି-ସାର୍ଟ ପିନ୍ଧାଇ ଦିଆଗଲା ଏହା କଣ ଦଳୀୟ ପ୍ରଚାର ନୁହେଁ କି ବୋଲି ଶ୍ରୀ ପଣ୍ଡା କହିଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।