ରାଜନୀତି ରାଜ୍ୟ

ବିଜେଡିର ଗଜପତି ଦଖଲ କସରତ : ନୂଆ ପ୍ରାର୍ଥୀ ଦେଇପାରନ୍ତି ବିଜେଡି, କଂଗ୍ରେସ

ପାରଳାଖେମୁଣ୍ଡି : ୨୦୨୪ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ବିଜେଡିରୁ କିଏ ପ୍ରାର୍ଥୀ ହେବ, ସେ ନେଇ ଅଙ୍କକଷା ଜାରି ରହିଛି। ଆଶାୟୀଙ୍କ ତାଲିକା ବେଶ୍ ଲମ୍ବା। ଇତିମଧ୍ୟରେ ବିଜେଡି ରାଜ୍ୟ ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ଗଜପତି ଜିଲ୍ଲା ପ୍ରଭାରୀ ଅତନୁ ସବ୍ୟସାଚୀ ନାୟକ ପାରଳାଖେମୁଣ୍ଡି ଗସ୍ତ କରି ନେତାମାନଙ୍କ ସହିତ କଥା ହୋଇ ଫେରିଛନ୍ତି। ହେଲେ କାହାକୁ ଆଖିରେ ରଖି ଦଳ ଆଗକୁ ବଢ଼ୁଛି, ତାହା ଉପରୁ ପରଦା ହଟାଇନାହାନ୍ତି। ଦଳର କିଛି ନେତା ସ୍ପଷ୍ଟ ଭାବେ କହୁଛନ୍ତି ଯେ ଆଗାମୀ ନିର୍ବାଚନରେ ବିଜେଡି ଗଜପତି ଜିଲ୍ଲାର ଦୁଇ ନିର୍ବାଚନମଣ୍ଡଳୀ ପାରଳାଖେମୁଣ୍ଡି ଓ ମୋହନାକୁ ନିଜ ଅକ୍ତିଆରକୁ ନେବା ଲାଗି ଏବେଠୁ ରଣକୌଶଳ ପ୍ରସ୍ତୁତି କରୁଛି।

୨୦୧୯ରେ ବିଜେପି ପାରଳାଖେମୁଣ୍ଡି ଆସନ ଅକ୍ତିଆର କରିଥିଲା ଓ କଂଗ୍ରେସ ହାତକୁ ଯାଇଥିଲା ମୋହନା। ସେବେ ପୂର୍ବତନ ବିଧାୟକ କେ ସୁରିଆ ରାଓ ଓ ବିଜେଡି ପ୍ରାର୍ଥୀ ସୁଶ୍ରୀ କଲ୍ୟାଣୀ ଗଜପତିଙ୍କୁ ହରାଇ ପାରଳାଖେମୁଣ୍ଡି ଆସନ ଅକ୍ତିଆର କରିଥିଲେ କେ ନାରାୟଣ ରାଓ। ଶ୍ରୀ ରାଓ ବିଜେଡି ଛାଡି ବିଜେପିକୁ ଯାଇଥିଲେ। ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଉଚିତ୍ ପ୍ରାର୍ଥୀ ଚୟନ ହୋଇନଥିବା ସଂପର୍କରେ ମତ ରଖିଥିଲେ। ଆଉ ଗୋଟିଏ ଗୋଷ୍ଠୀ ବିଜେଡିର ଦୁର୍ବଳ ସଂଗଠନ ଆଡ଼କୁ ଆଙ୍ଗୁଠି ଉଠାଇଥିଲେ।

ଘନ ଘନ ଗସ୍ତ କରୁଛନ୍ତି ନେତା, ଚାଲିଛି ବୈଠକ
୨୦୧୯ରେ ଉଭୟ ଆସନ ହାତଛଡ଼ା କରିଥିଲେ ଶାସକ ଦଳ

ଏଥର ଶାସକ ଦଳ ଏହି ଆସନକୁ ଯେନତେନ ଉପାୟରେ କରାୟତ କରିବା ଲକ୍ଷ୍ୟରେ ରହିଛି। ଏଣୁ ସଂଗଠନ ସୁଦୃଢ କରିବା ଲାଗି ନେତାମାନେ ଦିନରାତି ଲାଗିପଡ଼ିଛନ୍ତି। ନିୟମିତ ସାଂଗଠନିକ କାର୍ଯ୍ୟକ୍ରମ ହେଉଛି। ବିଜେପି ଓ କଂଗ୍ରେସ ଏ କ୍ଷେତ୍ରରେ ଏବେ ସୁଦ୍ଧା ଟିକିଏ ପଛରେ ଅଛନ୍ତି।

ଅନ୍ୟପକ୍ଷରେ ବିଜେଡି କାହାକୁ ଟିକେଟ୍ ଦେବ, ସେ ନେଇ ମଧ୍ୟ ଚର୍ଚ୍ଚା ଆଲୋଚନା ଜୋର ଧରିଲାଣି। କଲ୍ୟାଣୀ ଗଜପତିଙ୍କୁ ଦଳ ଆଉଥରେ ଆଗରେ ରଖି ନିର୍ବାଚନ ଲଢ଼ିବ କି ନାହିଁ, ତାହା ସ୍ପଷ୍ଟ ହୋଇନାହିଁ। ତେବେ ଅନେକ ଆଶାୟୀଙ୍କ ଭିତରେ ହାଇଟେକ୍ ଗ୍ରୁପ୍‌ର ଅଧ୍ୟକ୍ଷ ଡ.ତିରୁପତି ପାଣିଗ୍ରାହୀଙ୍କ ନାମ ବି ରହିଛି। କିଛିମାସ ପୂର୍ବରୁ ତିରୁପତି ବିଜେଡି ବିଧାୟକ ଟିକଟ୍ ପାଇଁ ଲବିରେ ନାହାନ୍ତି ବୋଲି ଘୋଷଣା କରିଥିଲେ। ଏହା ସତ୍ତ୍ବେ ତାଙ୍କ ନାମ ସପକ୍ଷରେ ଗୋଟିଏ ବଡ଼ ଗୋଷ୍ଠୀ ମତ ରଖୁଛନ୍ତି। ହେଲେ ବିଜେଡି ଶୀର୍ଷ ନେତାମାନେ କିନ୍ତୁ ତିରୁପତିଙ୍କ ସପକ୍ଷରେ ଏଯାଏ କୌଣସି ମତ ମନ୍ତବ୍ୟ ଦେଇନାହାନ୍ତି।

ଉଲ୍ଲେଖଥାଉକି, ୨୦୧୯ ସାଧାରଣ ନିର୍ବାଚନରେ ପାରଳାଖେମୁଣ୍ଡି ଆସନରେ ୧.୭୨ ଲକ୍ଷ ଭୋଟର୍‌ ମତଦାନ କରିଥିଲେ। ବିଜେଡି ପ୍ରାର୍ଥିନୀ ୨୮ହଜାର ୫୦୦ ଭୋଟ୍ ପାଇଥିବା ବେଳେ ବିଜୟୀ ବିଜେପି ପ୍ରାର୍ଥୀ ନାରାୟଣ ୫୨ହଜାର ଭୋଟ୍ ପାଇ ଜିତିଥିଲେ। ସେବେ ସ୍ବାଧୀନ ପ୍ରାର୍ଥୀ ଭାବେ ଭାଗ୍ୟ ପରୀକ୍ଷା କରିଥିବା ତିରୁପତି ୩୮ ହଜାର ଭୋଟ୍ ପାଇ ଦ୍ବିତୀୟ ସ୍ଥାନରେ ରହି ସମସ୍ତଙ୍କୁ ଚମକାଇଦେଇଥିଲେ। ପଞ୍ଚାୟତ ଏବଂ ପୌର ନିର୍ବାଚନରେ ତାଙ୍କ ସମର୍ଥକ ମାନେ ବିଜେଡିରେ ଯୋଗ ଦେବା ପରେ ଦଳର ଭୋଟ୍‌ହାର ବଢ଼ିବା ସହ ସଂଗଠନ ସୁଦୃଢ଼ ହୋଇଥିଲା। ଏଣୁ ତିରୁପତିଙ୍କୁ ବିଜେଡି ହାଇକମାଣ୍ଡ ସବୁଜ ସଙ୍କେତ ଦେଇନଥିଲେ ହେଁ ଦଳର ବରିଷ୍ଠ ନେତାମାନେ ତାଙ୍କୁ ଅସନ୍ତୁଷ୍ଟ କରିବା ଭଳି କିଛି ବି କରିନାହାନ୍ତି। ସେପଟେ ଦଳ ଭିତରେ ଗୋଟିଏ ଗୋଷ୍ଠୀ ତିରୁପତିଙ୍କୁ ସମର୍ଥନ ଜଣାଉନାହାନ୍ତି। ତାଙ୍କୁ ଟିକଟ୍ ଦିଆଗଲେ ସେମାନେ ଦଳ ଛାଡ଼ିବେ, ନଚେତ୍ ବିରୋଧୀ ପ୍ରାର୍ଥୀଙ୍କୁ ସମର୍ଥନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ରାଜନୈତିକ ମହଲରୁ ମିଳିଥିବା ଖବର ଅନୁସାରେ, ବିଜେପି ବିଧାୟକ କେ.ନାରାୟଣ ରାଓ ପୁଣି ଏଠାରୁ ଲଢ଼ିବେ। କଂଗ୍ରେସ ଏଥର ନୂଆ ପ୍ରାର୍ଥୀ ଦେଇପାରେ। କାରଣ ପୂର୍ବତନ ବିଧାୟକ କେ.ସୁରିଆ ରାଓ ୨୦୧୯ ନିର୍ବାଚନରେ ପରାଜୟ ପରେ ଦଳ ଛାଡ଼ିବା ସହ ରାଜନୀତିରୁ ଏକ ପ୍ରକାର ଦୂରେଇଯାଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର