ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡିରେ ଯୋଗଦେଲେ ମୋନିଦୀପା: ପାରାଦୀପ ପୌରପାଳିକା ଉପାଧ୍ୟକ୍ଷାଙ୍କ ସମେତ ୯ କାଉନସିଲର ବି ମିଶିଲେ

ଭୁବନେଶ୍ୱର: ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ମୋନିଦୀପା ସର୍ଖେଲ ଆଜି ବିଜେଡିରେ ମିଶିଛନ୍ତି। ତାଙ୍କ ନେତୃତ୍ୱରେ ପାରାଦୀପ ପୌରପାଳିକା ଉପାଧ୍ୟକ୍ଷା ଛବିଲତା ରାଉତ ଓ ୯ କାଉନସିଲରଙ୍କ ସମେତ ଶତାଧିକ ବିଜେପି ଓ କଂଗ୍ରେସ କର୍ମୀ ବିଜେଡିରେ ଯୋଗ ଦେଇଥିଲେ।ଶଙ୍ଖ ଭବନରେ ଆୟୋଜିତ ଏହି ମିଶ୍ରଣ ପର୍ବରେ ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓ ବିଧାୟକ ତଥା ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ଅରୁଣ ସାହୁ ଓ ପାରାଦୀପ ବିଧାୟକ ସମ୍ବିତ ରାଉତରାୟ ଉପସ୍ଥିତ ଥିଲେ। ସମସ୍ତ ନେତା ଓ କର୍ମୀଙ୍କୁ ଶ୍ରୀ ମଙ୍ଗରାଜ ଓ ଶ୍ରୀ ସାହୁ ଉପଢ଼ୌକନ ଦେଇ ସ୍ବାଗତ କରିଥିଲେ। ଏହି ଯୋଗଦାନ ଫଳରେ ପାରାଦୀପ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୁତ ହେବ ବୋଲି ସେମାନେ କହିଥିଲେ। ଏହି ଅବସରରେ ଶ୍ରୀମତୀ ସର୍ଖେଲ କହିଥିଲେ, ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜେଡିରେ ଯୋଗ ଦେଲି। ଦଳ ମୋତେ ଗ୍ରହଣ କରିଥିବାରୁ ମୁଁ କୃତଜ୍ଞ। ଏହି ମିଶ୍ରଣ ପର୍ବରେ ପାରାଦୀପ ପୌରପାଳିକା ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ ଓ ପାରାଦୀପ ସହ ପର୍ଯ୍ୟବେକ୍ଷକ ସନ୍ତୋଷ ବେଜ ଉପସ୍ଥିତ ଥିଲେ। ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ଉଲ୍ଲେଖଯୋଗ୍ୟ ଯେ ବାପି ସାର୍ଖେଲ୍‌ଙ୍କ ପତ୍ନୀ ହେଉଛନ୍ତି ମୋନାଦୀପା ସାର୍ଖେଲ୍‌।

ADVERTISEMENT

javascript:false

javascript:false

javascript:false

Sambad Is Now On WhatsApp

Join And Get Latest News Updates Delivered To You Via WhatsAppJOIN NOW

recommended by

MITSUBISHI ELECTRIC

Smart Manufacturing

Partnering a sustainable future through efficient Factory Automation System

KNOW MORE

ଜଗତସିଂହପୁର: ନିର୍ବାଚନ ତାରିଖ ଘୋଷଣା ହେବାର ୨୪ ଘଣ୍ଟା ନ ପୂରୁଣୁ ଜଗତସିଂହପୁର ଜିଲ୍ଲା ପାରାଦୀପ ନିର୍ବାଚନମଣ୍ଡଳୀ ରାଜନୀତି ସରଗରମ ହୋଇଛି। ମୋନାଦୀପାଙ୍କ ବିଜେଡିରେ ଯୋଗଦାନ ଏବେ ପ୍ରାର୍ଥିତ୍ବ ପ୍ରସଙ୍ଗରେ ବିଧାୟକ ସମ୍ବିତ୍‌ ରାଉତରାୟଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିବ ବୋଲି କୁହାଯାଉଛି। ମୋନାଦୀପା ବିଜେଡିରେ ଯୋଗଦେବା ପରେ ସେ ଆଗାମୀ ସାଧାରଣ ନିର୍ବାଚନରେ ଦଳପକ୍ଷରୁ ବିଧାୟକ ପ୍ରାର୍ଥୀ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଚର୍ଚ୍ଚା ହେବାପଛରେ ବଡ଼କାରଣ ହେଉଛି ତାଙ୍କ ସ୍ବାମୀ ବାପି ଦୁଇଥର କଂଗ୍ରେସରୁ ଲଢ଼ି ପରାଜିତ ହୋଇଥିଲେ ମଧ୍ୟ ଏଠାରେ ତାଙ୍କର ଯଥେଷ୍ଟ ଦବଦବା ରହିଛି। ୨୦୧୪ ନିର୍ବାଚନରେ ବାପି ପୁରୁଖା ନେତା ଦାମ ରାଉତଙ୍କଠାରୁ ପରାଜିତ ହୋଇଥିବା ବେଳେ ୪୬ ହଜାର ୬୦୬ ଖଣ୍ଡ ଭୋଟ ପାଇଥିଲେ। ଭୋଟ୍‌ ହାର ଥିଲା ୩୨.୩୫ ପ୍ରତିଶତ। ସେହିପରି ୨୦୧୯ରେ ବିଧାୟକ ସମ୍ବିତ୍‌ ରାଉତରାୟଙ୍କ ଠାରୁ ପରାଜିତ ହୋଇଥିଲେ ମଧ୍ୟ ୪୮ ହଜାର ୮୭୯ ଖଣ୍ଡ ଭୋଟ୍‌ ପାଇଥିଲେ। ଭୋଟ୍‌ ହାର ଥିଲା ୩୧ ପ୍ରତିଶତ। ଭୋଟ୍‌ ହାରରେ ବିଶେଷ ବ୍ୟବଧାନ ନ ଥିବା ଦେଖିବାକୁ ମିଳିଥିଲା। ୨୦୨୨ ପୌର ନିର୍ବାଚନରେ ମଧ୍ୟ ବାପି ସାର୍ଖେଲ୍‌ ତାଙ୍କ ଦବ୍‌ଦବା ଦେଖାଇଥିଲେ। କଂଗ୍ରେସଠାରୁ ଦୂରେଇ ଯାଇ ‘ଆମ ପାରାଦୀପ ଆମ ପ୍ରଗତି’ ବ୍ୟାନର୍‌ରେ ନିର୍ବାଚନକୁ ଓହ୍ଲାଇଥିଲେ। ତାଙ୍କ ସମର୍ଥିତ ୯ କାଉନସିଲର୍‌ ଜିତିଥିଲେ। ପୌର ଉପାଧ୍ୟକ୍ଷ ପଦବି ମଧ୍ୟ ହାତେଇଥିଲେ। ସେବେଠାରୁ କଂଗ୍ରେସରୁ ଦୂରରେ ରହି ନିଜ ସଂଗଠନକୁ ମଜବୁତ୍ କରି ଆସୁଥିଲେ। କିଛିଦିନ ତଳେ ପାରାଦୀପ-ଏରସମା ଶିଳ୍ପାଞ୍ଚଳ ବିକାଶ ପରିଷଦ ପକ୍ଷରୁ ହଜାର ହଜାର ଲୋକଙ୍କୁ ନେଇ ଏକ ବିଶାଳ ସମାବେଶର ଆୟୋଜନ କରିଥିଲେ ବାପି। ଏବେ ତାଙ୍କ ପତ୍ନୀ ମୋନାଦୀପାଙ୍କ ଯୋଗଦାନ ପରେ ପାରାଦୀପ ରାଜନୀତି ଏକପ୍ରକାର କଡ଼ ଲେଉଟିଥିବା କୁହାଯାଉଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।