ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେଡିକୁ ଫେରିବେ ଅଞ୍ଜଳି!

ଅନୁଗୁଳ: ପୁରୁଣାଘରକୁ ବାହୁଡ଼ି ପାରନ୍ତି ପୂର୍ବତନ ମନ୍ତ୍ରୀ ଅଞ୍ଜଳି ବେହେରା। ବିଜେଡି ତାଙ୍କ ଉପରୁ ଖୁବଶୀଘ୍ର ନିଲମ୍ବନ ଆଦେଶ ପ୍ରତ୍ୟାହାର କରିପାରେ ବୋଲି ସୂଚନା ମିଳିଛି। ତେବେ ଅଞ୍ଜଳି ଏନେଇ ‌ମୁହଁ ଖୋଲି ନଥିଲାବେଳେ ବିଜେଡି ସହ ତାଙ୍କର ଦୁଇ ରାଉଣ୍ଡ ଆଲୋଚନା ସରିଥିବା ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। ୨୦୧୪ ନିର୍ବାଚନରେ ଦଳରେ ଥାଇ ବି ହିନ୍ଦୋଳ ଆସନରୁ ବିଜେଡି ଟିକେଟ ପାଇ ନଥି‌ଲେ ଅଞ୍ଜଳି। ଦଳ ସେତେବେଳେ ସୀମାରାଣୀ ନାୟକଙ୍କୁ ପ୍ରାର୍ଥୀ କରିଥିଲା। ତେଣୁ ଦଳ ବିରୋଧରେ ଯାଇ ସେ ସ୍ବାଧୀନ ପ୍ରାର୍ଥୀ ହୋଇଥିଲେ। ନିର୍ବାଚନରେ ଅମାନତ ହରାଇବା ପରେ ସେ ଆଉ ୨୦୧୯ ନିର୍ବାଚନରେ ପ୍ରାର୍ଥୀ ହୋଇ ନଥିଲେ। ବରଂ ୨୦୨୧ ଅକ୍ଟୋବର ୧୮ ତାରିଖ‌ରେ ଅଞ୍ଜଳି ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ। ପରେ ୨୦୨୨ ପଞ୍ଚ‌ାୟତ ନିର୍ବାଚନ‌ରେ ସେ ଗିରିଧାରୀପ୍ରସାଦ ପଞ୍ଚାୟତରୁ ସମିତି ସଭ୍ୟ ଭାବେ ଲଢ଼ି ପରାସ୍ତ ହୋଇଥିଲେ।

ଚଳିତ ନିର୍ବାଚନରେ ସେ ହିନ୍ଦୋଳରୁ ବିଜେପି ଟିକେଟ୍‌‌ରେ ବିଧାୟିକା ପ୍ରାର୍ଥୀ ହେବାକୁ ମନ ବଳାଇଥିଲେ। କିନ୍ତୁ ଦଳ ବିଜେଡି ବିଧାୟିକା ସୀମାରାଣୀ ନାୟକଙ୍କୁ ଦଳକୁ ଆଣି ଟିକେଟ୍‌ ଦେଇଥିଲା। ଯାହାକୁ ନେଇ ଅଞ୍ଜଳି ଅସନ୍ତୁଷ୍ଟ ଥିବା କୁହାଯାଉଛି। ନିକଟରେ ସେ ବିଜେଡିକୁ ଫେରିଯିବାକୁ ମନ ବଳାଇଥିବା ଚର୍ଚ୍ଚା ହେଉଛି। ବିଜେଡି ରାଜ୍ୟସ୍ତରୀୟ ନେତାମାନେ ମଧ୍ୟ ତାଙ୍କ ସହ ଦୁଇଥର ଏହା ଭିତରେ ଆଲୋଚନା କରିଥିବା ଜଣାପଡ଼ିଛି। ବି‌ଜେଡି ହିନ୍ଦୋଳରେ ସାଂସଦ ମହେଶ ସାହୁଙ୍କୁ ପ୍ରାର୍ଥୀ କରିଥିବାବେଳେ ବିପୁଳ ବିଜୟ ପାଇଁ ଅଞ୍ଜଳିଙ୍କ ସମର୍ଥନ ଲୋଡ଼ାଯାଇଥିବା କୁହାଯାଉଛି। ଢେଙ୍କାନାଳ ଜିଲ୍ଲାର ଜଣେ ଟାଣୁଆ ନେତା ଅଞ୍ଜଳିଙ୍କୁ ଦଳକୁ ଫେରାଇ ଆଣିବାକୁ ଲବି ଚଳାଇଥିବା ଜଣାପଡ଼ିଛି। ଚଳିତ ସପ୍ତାହରେ ଦଳ ତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରି ପୁଣି ସ୍ବାଗତ କରିପାରେ ବୋଲି ଅଞ୍ଜଳିଙ୍କ ନିକଟତମ ମହଲରୁ ଖବର ମିଳିଛି।

ସୂଚନାଯୋଗ୍ୟ, ୨୦୧୨ ମସିହା ବହୁଚର୍ଚ୍ଚିତ ମିଡ୍‌ନାଇଟ୍‌ ଅପରେସନ୍‌ ପରେ ଅଞ୍ଜଳି ବେହେରାଙ୍କୁ ମନ୍ତ୍ରୀପଦରୁ ବରଖାସ୍ତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେତେବେଳେ ସେ ମହିଳା ଓ ଶିଶୁକଲ୍ୟାଣ ବିଭାଗର ମନ୍ତ୍ରୀ ଥିଲେ। ତାଙ୍କ ସହ ତତ୍କାଳୀନ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ସଂଜୀବ ସାହୁ ଏବଂ ଦୁଇ ବିଧାୟକ ପ୍ରଭାତ ବିଶ୍ବାଳ ଓ ବିଭୂତି ବଳବନ୍ତରାୟଙ୍କୁ ଦଳରୁ ସଭାପତି ଶ୍ରୀ ପଟ୍ଟନ‌ାୟକ ନିଲମ୍ବିତ କରିଥିଲେ। ୨୦୧୩ ମସିହା ଫେବ୍ରୁଆରି ମାସରେ ବିଭୂତି ଓ ପ୍ରଭାତଙ୍କ ଉପରୁ ଦଳ ନିଲମ୍ବନ ଆଦେଶ ପ୍ରତ୍ୟାହାର କରିଥିଲା। କିନ୍ତୁ ଅଞ୍ଜଳି ଆଉ ଦଳକୁ ଫେରି ପାରି ନଥିଲେ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।