ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜୁ ବାବୁଙ୍କ ପାଇଁ ଖାଲି ଗର୍ବ ନ କରି ତାଙ୍କୁ ଅନୁକରଣ କରିବା ଉଚିତ: ସୌମ୍ୟରଂଜନ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଜଗତସିଂହପୁର : ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାହସ, ନିର୍ଭୀକତା ଓ ସ୍ବପ୍ନକୁ ନେଇ ସମସ୍ତେ ଆଜି ଗର୍ବ କରୁଛନ୍ତି। ଆମ ସମସ୍ତଙ୍କର ଏହି ଅଭ୍ୟାସ ଆଉ ବେଶି ଦିନ ଚଳିବ ନାହିଁ। ଇତିହାସକୁ ଆଉ ଥରେ ଲେଖିବା ପାଇଁ ଉଦ୍ୟମ ଚାଲିଛି। ଏଣୁ ଏଥିପ୍ରତି ସମସ୍ତେ ସଜାଗ ହେବା ସହ ଏକଜୁଟ୍ ହୋଇ କାର୍ଯ୍ୟ କରିବା ଉଚିତ୍। ବିଜୁ ବାବୁଙ୍କ ସମସ୍ତ ଗୁଣ ମଧ୍ୟରୁ ଟିକିଏ ବି ଗ୍ରହଣ କରି ଆଗକୁ ବଢ଼ିବାକୁ ସଂକଳ୍ପ ନେଲେ, ଏହା ହିଁ ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ ବୋଲି କହିଛନ୍ତି ‘ସମ୍ବାଦ ସଂପାଦକ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଂଜନ ପଟ୍ଟନାୟକ। ଆଜି ପାରାଦୀପରେ ପାଳିତ ବିଜୁ ପଟ୍ଟନାୟକଙ୍କ ୧୦୭ ତମ ଜୟନ୍ତୀରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପରୋକ୍ତ ମର୍ମରେ ସେ ବିଜୁ ବାବୁଙ୍କ ସହ ଥିବା ତାଙ୍କ ତିକ୍ତ-ମଧୁର ସମ୍ପର୍କ ବିଷୟରେ ଆଲୋକପାତ କରି କହିଲେ ଯେ, ଶାସକ ଓ ବିରୋଧୀ ମଧ୍ୟରେ ସମ୍ପର୍କ କେମିତି ରହିବା ଆବଶ୍ୟକ, ତାହା ତାଙ୍କଠାରୁ ଶିଖିବା ଆବଶ୍ୟକ। ଆଜି ଗଣତନ୍ତ୍ରରେ କ୍ଷମତଶାଳୀମାନେ ଚାହାନ୍ତି ସେମାନଙ୍କର କେହି ବିରୋଧୀ ନ ରୁହନ୍ତୁ। ମାତ୍ର ବିଜୁ ବାବୁ ଥିଲେ ବ୍ୟତିକ୍ରମ। ବର୍ତ୍ତମାନ ଗଣତନ୍ତ୍ରର ଅବସ୍ଥା ଯା‌ହା ଆଜି ସେ ଯଦି ବଞ୍ଚିଥାନ୍ତେ, ତାଙ୍କ ଆତ୍ମା ନିଶ୍ଚିତ ଭାବେ କଷ୍ଟ ପାଇଥାନ୍ତା।

ବିଜୁ ମେମୋରିଆଲ୍‌ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ କହିଲେ ଯେ, ଅସାଧାରଣ ବ୍ୟକ୍ତିଙ୍କ ସମ୍ପର୍କରେ ଗଳ୍ପ ଲେଖାଯାଏ। ବିଜୁ ବାବୁ ଏମିତି ଜଣେ ବ୍ୟକ୍ତି ଥିଲେ, ତାଙ୍କ ସମ୍ପର୍କରେ ଯେତେ‌ ବର୍ଣ୍ଣନା କଲେ ବି କମ୍ ହେବ। ବ୍ୟକ୍ତିଗତ ହେଉ ଅବା ସରକାରୀ ସ୍ତର; ସବୁଥିରେ ସେ ଦୁଃସାହସ ଦେଖାଇଛନ୍ତି। ତାଙ୍କର ଜିଦ୍ ଯୋଗୁଁ ଆଜି ପାରାଦୀପ ବନ୍ଦର ପ୍ରତିଷ୍ଠା ହୋଇପାରିଛି। ଭାରତଛାଡ଼ ଆନ୍ଦୋଳନରେ ମଧ୍ୟ ତାଙ୍କର ଭୂମିକା ବେଶ୍ ଗୁରୁତ୍ବପୂର୍ଣ୍ଣ ଥିଲା। ଏଣୁ ସେ ଜଣେ ରାଷ୍ଟ୍ର ନେତା ଥିଲେ।

ଟ୍ରଷ୍ଟର କାର୍ଯ୍ୟକାରୀ ସଭାପତି ସଦସ୍ୟ ସୁମନ୍ତ ବିଶ୍ବାଳଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଧାୟକ ସମ୍ବିତ ରାଉତରାୟ କହିଲେ ଯେ, ବିଜୁ ବାବୁ କୌଣସି ନିର୍ଦ୍ଦିଷ୍ଟ ରାଜ‌ନୈତିକ ଦଳରେ ବାନ୍ଧି ହୋଇ ରହି ନଥିଲେ। ପାରାଦୀପ ବନ୍ଦରକୁ ତାଙ୍କ ନାମରେ ନାମିତ କରିବା ପାଇଁ ଦୀର୍ଘଦିନ ହେଲା କେନ୍ଦ୍ର ସରକାରଙ୍କ ନିକଟରେ ଦାବି କରାଯାଉଛି। ମାତ୍ର ସେଥିପ୍ରତି କେହି ଧ୍ୟାନ ଦେଉ ନାହାନ୍ତି। ଟ୍ରଷ୍ଟର ଅଧ୍ୟକ୍ଷ ପୂର୍ବତନ ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ କହିଲେ ଯେ, ବିଜୁ ବାବୁ ହେଉଛନ୍ତି ଜାତୀୟ ସମ୍ପତ୍ତି। ତାଙ୍କ ଦ୍ବାରା ଆରମ୍ଭ ହୋଇଥିବା ପଞ୍ଚାୟତିରାଜ ବ୍ୟବସ୍ଥା ଆଜି ସାରା ଦେଶରେ ସର୍ବୋତ୍କୃଷ୍ଟ। ବିଜୁ ବାବୁ ଯେଉଁ ମୂଳଦୁଆ ପକାଇଛନ୍ତି, ଏହା ଉପରେ ଆଜି ଅଟ୍ଟାଳିକା ତିଆରି ହେଉଛି। ତାଙ୍କ ଯୋଗୁଁ ଆଜି ବୈଦେଶିକ ପୁଞ୍ଜି ବିନିଯୋଗ ପାଇଁ ଦେଶ ତଥା ଦେଶ ବାହାରୁ କମ୍ପାନିଗୁଡ଼ିକ ଓଡ଼ିଶାକୁ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ଆଜି ବସ୍ତିବାସିନ୍ଦାଙ୍କୁ ଜାଗା ମିସନ୍‌ ଜରିଆରେ ଘର ଯୋଗାଉଛନ୍ତି। ପାରାଦୀପରେ ଥିବା ୧୪,୪୦୦ ବସ୍ତି ବାସିନ୍ଦାଙ୍କୁ ଜାଗା ଦେଇ ଘର ନିର୍ମାଣ କରି ଏହାକୁ ବିଜୁ ନଗର ନାମରେ ନାମିତ କରାଯାଉ ବୋଲି ସେ କହିଥିଲେ।

ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡି ଜିଲ୍ଲା ସଭାନେତ୍ରୀ ସବିତା ମହାପାତ୍ର, ପାରିଷଦ ପ୍ରଭାତୀ ନାୟକ, ପୂର୍ବତନ ପାରିଷଦ ମାଗୁ ଚରଣ ନାୟକ, ଶ୍ରମିକ ନେତା ଅନନ୍ତ ଦାସ ଓ ବରିଷ୍ଠ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ଯୋଗ ଦେଇ ବିଜୁ ବାବୁଙ୍କ ସମ୍ପର୍କରେ ସେମାନଙ୍କର ମତାମତ ରଖିଥିଲେ। କାର୍ଯ୍ୟକ୍ରମ ଶେଷ‌ରେ ଟ୍ରଷ୍ଟର ବରିଷ୍ଠ ସଦସ୍ୟ ତଥା ପୂର୍ବତନ ପାରିଷଦ ମାନସ ବିଶ୍ବାଳ ଧନ୍ୟବାଦ ଅର୍ପଣ କରିଥିଲେ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।