ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜୁଳି ସମସ୍ୟା ସାଂଘାତିକ: ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାଏଲିସିସ୍‌ ବ୍ୟାହତ

ବରଗଡ଼ : ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବାରମ୍ବାର ବିଦ୍ୟୁତ ବିଭ୍ରାଟ ଯୋଗୁଁ ଗୁରୁତ୍ବପୂର୍ଣ୍ଣ ଡାଏଲିସିସ୍‌ ସେବାରେ ବାଧା ସୃଷ୍ଟି ହୋଇଛି। ଫଳରେ ଦୂର ବାଟରୁ ଆସୁଥିବା କିଡ୍‌ନି ରୋଗୀ ନିରାଶ ହୋଇ ଫେରି ଯାଉଛନ୍ତି।

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନକୁ ୪ଟି ପାଳିରେ ମୋଟ୍‌ ୨୪ ଜଣ ରୋଗୀଙ୍କ ଡାଇଲିସିସ୍‌ କରାଯାଏ। ଗତ ଗୋଟିଏ ସପ୍ତାହରୁ ଅଧିକ ହେଲା ଏଠାରେ ଲୋଭୋଲ୍‌ଟେଜ୍‌ ସମସ୍ୟା ଲାଗି ରହିଛି। ଫଳରେ ଠିକ ଭାବେ ଡାଇଲିସିସ୍‌ ସୁବିଧା ମିଳୁନାହିଁ। ଦିନକୁ ୪ଟି ସିଫ୍ଟ ବଦଳରେ ୨ଟି ସିଫ୍ଟରେ ଉକ୍ତ ସେବା ସୀମିତ ରହିଛି। ଅଧିକାଂଶ କିଡନି ରୋଗୀଙ୍କୁ ସପ୍ତାହକୁ ୨ରୁ ୩ ଥର ଡାଇଲିସିସ୍‌ କରିବାକୁ ପଡ଼ିଥାଏ। ଯାହା ସରକାରୀ ଚିକିତ୍ସାଲୟରେ ମାଗଣାରେ ଉପଲବ୍ଧ। କିନ୍ତୁ ଘରୋଇ ଚିକିତ୍ସାଳୟରେ ୧୦ ହଜାରରୁ ୨୦ ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ିଥାଏ। ତେଣୁ ଗରିବ ଶ୍ରେଣୀର ରୋଗୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଉପରେ ନିର୍ଭର କରିବା ସ୍ବାଭାବିକ।

ମଙ୍ଗଳବାର ଦିନ ମଧ୍ୟ ଉକ୍ତ ସମସ୍ୟା ଲାଗି ରହିଥିଲା। ସକାଳ ସାଢ଼େ ୭ଟାରୁ ଆରମ୍ଭ ହେଉଥିବା ଡାଇଲିସିସ୍‌ ସେବା ଆଜି ସକାଳ ୧୧.୪୫ରେ ପ୍ରଥମ ସିଫ୍ଟ ଆରମ୍ଭ ହୋଇଥିଲା। ଫଳରେ ସକାଳୁ ଚିକିତ୍ସିତ ହେବାକୁ ଥିବା ସମସ୍ତ ରୋଗୀ ଚିକିତ୍ସାଳୟ ବାରଣ୍ଡାରେ ଅପେକ୍ଷା କରି ରହିଥିଲେ। ଗାଇସିଲେଟ ବ୍ଲକ କନ୍ଦମୁଣ୍ଡା ଗ୍ରାମରୁ ଆସିଥିବା ରବିନ୍ଦ୍ରନାଥ ସାହୁ, ବରଗଡ଼ ବ୍ଲକ ଜମୁର୍ଡାର ସୀତା ଭୁଏ, ବିଜେପୁର ବ୍ଲକ ପହଣ୍ଡି ଗ୍ରାମରୁ ଆସିଥିବା ବିନୋଦ ପ୍ରଧାନ, ବୌଦ୍ଧରୁ ନିରଞ୍ଜନ ସାହୁ, ଅତାବିରା ବ୍ଲକ ସରଣ୍ଡାର ତରଣୀସେନ ସେଠୀ ବାରଣ୍ଡାରେ ଅପେକ୍ଷାରତ ଥିଲେ। ବହୁ ରୋଗୀ ଘରକୁ ଫେରି ଯାଇଥିଲେ। ହସ୍ପିଟାଲ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଦ୍ୟୁତ ବିଭାଗକୁ ଯୋଗାଯୋଗ କରିଥିଲେ। ଟାଟା ପାୱାର କର୍ମଚାରୀ ଆସି କାମଚଳା ବିଦ୍ୟୁତ ସଜାଡ଼ୁଛନ୍ତି। କିନ୍ତୁ ପରେ ସେଭଳି ସମସ୍ୟା ଉପୁଜୁଥିବା ଅଭିଯୋଗ ହୋଇଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।