ଅପରାଧ ରାଜ୍ୟ

ବିଜାପୁର ମାଓବାଦୀଙ୍କ ଯୋଜନା ପଣ୍ଡ, ଲ୍ୟାଣ୍ଡମାଇନ ନିଷ୍କ୍ରିୟ କଲେ ଯବାନ

ମାଲକାନଗିରି ୧୨/୦୫ : ମାଲକାନଗିରି ଛତିଶଗଡ ସୀମାନ୍ତ ବିଜାପୁର ଜିଲ୍ଲାରେ ମାଓବାଦୀ ମାନେ ଲଗାଇଥିବା ଲ୍ୟାଣ୍ଡମାଇନକୁ ନିଷ୍କ୍ରିୟ କଲେ ଯବାନ । ବିଜାପୁର ଜିଲ୍ଲାର ପୋମାମଲା ଥାନା ଅନ୍ତର୍ଗତ ଫୁଣ୍ଡୁରୀ ଗ୍ରାମ ନିକଟ ଇନ୍ଦ୍ରାବତୀ ନଦୀ ଉପରେ ପୋଲ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହାକୁ ବିରୋଧ କରି ମାଓବାଦୀ ମାନେ ସେଠାରେ ଲ୍ୟାଣ୍ଡ ମାଇନ ଖଞ୍ଜି ଥିଲେ ।

ହେଲେ ଆଜି DRG ଓ CRPF ବାହିନୀର ଯବାନ ମାନେ ପୋଲ ନିର୍ମାଣକୁ ସୁରକ୍ଷା ଦେବା ଲାଗି ସେଠାକୁ ଯାଇଥିବା ସମୟରେ ମାଇନ୍ସ ଡିଟେକଟର ଦ୍ୱାରା ଏହାକୁ ଠାବ କରିଥିଲେ । ପରେ ଅତି ସତର୍କତାର ସହ ଏହାକୁ ନିଷ୍କ୍ରିୟ ମଧ୍ୟ କରିଥିଲେ ।

କେତେ ଶକ୍ତିଶାଳୀ ଥିଲା ଏହି ବୋମା ଯଦି ଏହା ଉପରେ ଜବାନଙ୍କ ପାଦ ପଡ଼ିଥାନ୍ତା ତାହେଲେ ଅନେକ କ୍ଷୟକ୍ଷତି ଯାଇଥାନ୍ତା । ତେବେ ଯବାନ ମାନଙ୍କ ସତର୍କତା ଯୋଗୁଁ ଏକ ବଡ ଅଘଟଣ ଟଳି ଯାଇଥିବା ନେଇ ସୂଚନା ଦେଇଛନ୍ତି ବିଜାପୁର ଏଏସପି ପଙ୍କଜ ଶୁକ୍ଳା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।