ରାଜ୍ୟ ଲାଇଫ୍ ଷ୍ଟାଇଲ

ବିଛଣାରେ ଦୁଇ ଭେଣ୍ଡିଆ ପୁଅ: ସାହା ଖୋଜୁଛନ୍ତି ଶାରଦା

ଡେରାବିଶ: ଜନ୍ମ ପରଠୁ ଏଗାର ବର୍ଷ ଯାଏ ଖେଳୁଥିଲେ, ଦୌଡ଼ୁଥିଲେ, ସ୍କୁଲ ବି ଯାଉଥିଲେ। ସବୁକିଛି ଠିକ୍‌ ଥିଲା। ହଠାତ୍ ଦୁହିଁଙ୍କ ଗୋଡ଼, ହାତ ଥରିଲା। ଡାକ୍ତର ଦେଖାଇ ଚିକିତ୍ସା ଆରମ୍ଭ ହେଲା। ଔଷଧ ଖାଇଲେ। କିଛି ଦିନ ଭିତରେ ହାତ, ଗୋଡ଼ ପୋଲିଓ ହେବା ପରି କାଠି ହେବା ସହ ବଙ୍କା ହୋଇଗଲା। ଦୁଇ ଭାଇ ଅକର୍ମଣ୍ୟ ହୋଇ ବିଛଣାରେ ପଡ଼ିଗଲେ। ଡେରାବିଶ ବ୍ଲକ୍‌ ଗୋଲରାହାଟ ପଞ୍ଚାୟତ ଦୁମୁକାହାଟ ଗ୍ରାମର ଶାରଦା ପ୍ରସନ୍ନ କରଙ୍କ ଭାଗ୍ୟରେ ଏମିତି ଦାରୁଣ ବିପତ୍ତି ଜୁଟିଛି। ଦୁଇ ଭେଣ୍ଡିଆ ପୁଅଙ୍କ ଏମିତି ଅବସ୍ଥାକୁ ନେଇ ଅସହାୟ ହୋଇ ପଡ଼ିଛନ୍ତି ସେ। ଭଲ ଚିକିତ୍ସା ପାଇଁ ପାଖରେ ପଇସା ନାହିଁ। ଶାରଦାପ୍ରସନ୍ନ ବାହାର ରାଜ୍ୟରେ ରଙ୍ଗ କାମ କରି ଭଲ ଦୁଇ ପଇସା ରୋଜଗାର କରୁଥିଲେ। ବଡ଼ ପୁଅ ତୁଷାର ଡେରାବିଶ ହାଇସ୍କୁଲରେ ପଢୁଥିବା ବେଳେ ସାନ ପୁଅ ହରପ୍ରସାଦ ମଧ୍ୟ ପ୍ରାଥମିକ ସ୍କୁଲ ଯାଉଥିଲା। ସବୁକିଛି ଠିକଠାକ ଚାଲିଥିଲା। ତୁଷାର ଷଷ୍ଠରେ ପଢୁଥିବା ବେଳେ ହଠାତ ଦିନେ ଅସୁସ୍ଥ ହୋଇପଡ଼ିଲେ। ହାତ, ଗୋଡ଼ ଥରିବା ସହିତ ଚଲାବୁଲା କଷ୍ଟକର ହୋଇପଡ଼ିଲା। ଶାରଦାପ୍ରସନ୍ନ ବାହାରେ ଥିବାରୁ ମା’ ବୈଜୟନ୍ତୀ ଡାକ୍ତରଙ୍କୁ ଦେଖାଇ ତାଙ୍କ ପରାମର୍ଶକ୍ରମେ ପୁଅକୁ ଔଷଧ ଖାଇବାକୁ ଦେଇଥିଲେ।

କିଛି ଦିନ ମଧ୍ୟରେ ତୁଷାରଙ୍କ ହାତ. ଗୋଡ ଅଚଳ ହୋଇଯିବା ସହ ବଙ୍କା ହୋଇଗଲା। ଶାରଦାପ୍ରସନ୍ନ ତୁରନ୍ତ କାର୍ଯ୍ୟସ୍ଥଳରୁ ଫେରି ପୁଅକୁ କଟକ ଡାକ୍ତରଖାନା ନେଇ ବିଶେଷଜ୍ଞ ଡାକ୍ତରଙ୍କୁ ଦେଖାଇଥିଲେ। ପୁଅର ସ୍ବାସ୍ଥ୍ୟବସ୍ଥାରେ କୈାଣସି ଉନ୍ନତି ହେଲାନାହିଁ। ଓଲଟପୁରରେ ଚିକିତ୍ସା କରାଇଥିଲେ ବି କିଛି ହେଲାନାହିଁ। ବେଡ଼ି ଉପରେ କୋରଡ଼ା ମାଡ଼ ଭଳି ସାନପୁଅ ହରପ୍ରସାଦଙ୍କ ଅବସ୍ଥା ମଧ୍ୟ ତୁଷାରଙ୍କ ପରି ହୋଇଗଲା। ଦୁଇବର୍ଷ ହେଲା ତୁଷାର ଓ ହରପ୍ରସାଦ ବିଛଣାରେ ପଡି ରହିଛନ୍ତି। ପୁଅ ଦୁହିଁଙ୍କ ଚିକିତ୍ସାରେ ସଂଚିତ ଅର୍ଥ ପାଣି ଭଳିଆ ଖର୍ଚ୍ଚା କରି ନିସହାୟ ହୋଇ ପଡ଼ିଛନ୍ତି ଶାରଦାପ୍ରସନ୍ନ। ଏତେ ଝଡ଼ଝଞ୍ଜା, ଦୁଃଖ, ଯନ୍ତ୍ରଣା ଭିତରେ ବି ତୁଷାର ଗତବର୍ଷ ସଫଳତାର ସହ ମାଟ୍ରିକରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଆଗକୁ କଲେଜରେ ପାଠ ପଢିବାକୁ ମଧ୍ୟ ଇଚ୍ଛା ରଖି ବାପାଙ୍କ ଆଗରେ ଅଳି କରି ଆସୁଛନ୍ତି। ଦୁଇପୁଅଙ୍କ ସମସ୍ତ ନିତ୍ୟକର୍ମରେ ବାପା, ମା’ଙ୍କ ଦିନରାତି ସରିଯାଉଛି। ବିଛଣାରେ ପଡି ରହୁଥିବା ପୁଅକୁ କେମିତି କଲେଜରେ ପାଠ ପଢାଇବି ବୋଲି କହିବା ବେଳେ ଶାରଦାପ୍ରଶନ୍ନଙ୍କ ଆଖିରେ ଲୁହ ଜ‌କେଇ ଆସିଥିଲା। ଯଦି ସରକାର କିମ୍ବା କେହି ସହୃଦୟ ବ୍ୟକ୍ତି ସେମାନଙ୍କୁ ସହାୟତାର ହାତ ବଢାନ୍ତି ତେବେ ପୁଅ ଦୁହିଁଙ୍କ ଚିକିତ୍ସା କରାଇବାରେ ସେମାନେ ସକ୍ଷମ ହୋଇପାରନ୍ତେ ବୋଲି କୋହଭରା କଣ୍ଠରେ ବାପା’ମା’ ଗୁହାରି କରିଛନ୍ତି। ଏଥିପାଇଁ ଶାରଦାପ୍ରସନ୍ନଙ୍କ ମୋବାଇଲ ନଂ. ୯୯୩୭୮୮୬୩୯୧ରେ ଯୋଗାଯୋଗ କରିବାକୁ ଗରିବ ପରିବାର ପକ୍ଷରୁ ଅନୁରୋଧ କରାଯାଇଛି।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ