ଦେଶ ବିଦେଶ ମନୋରଞ୍ଜନ

‘ବିଗ ବସ୍‌-୧୬’ରେ ଏଣ୍ଟ୍ରି କରିବେ ‘କାମ୍‌ନା’ ଫେମ୍ ଚାନ୍ଦନୀ, ଖୁବ୍‌ଶୀଘ୍ର ହେବ ପ୍ରିମିୟର ସୋ’

ମୁମ୍ବାଇ ୨୭/୦୯: ଆସନ୍ତା ୧ ତାରିଖରୁ କଲର୍ସ ଚ୍ୟାନେଲ୍‌ରେ ପ୍ରସାରିତ ହେବ ବହୁଚର୍ଚ୍ଚିତ ଶୋ’ ‘ବିଗ୍‌ ବସ୍‌-୧୬’ । ପ୍ରିମିୟର ତାରିଖ ପାଖେଇ ଆସୁଥିବାବେଳେ ଚଳିତ ସିଜନ୍‌ର ପ୍ରତିଯୋଗୀଙ୍କ ବିଷୟରେ ଜାଣିବା ପାଇଁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢ଼ିବାରେ ଲାଗିଛି । ପୂର୍ବରୁ ଏ ସିଜନ୍‌ର ପ୍ରଥମ ପ୍ରତିଯୋଗୀ ରୂପେ ଗୌତମ ଭିଗଙ୍କ ନାଁରେ ମୋହର ବାଜିଥିଲା ।

ସଦ୍ୟ ରିପୋର୍ଟ ଅନୁସାରେ, ‘ବିଗ୍‌-ବସ୍‌-୧୬’ର ୨ୟ ପ୍ରତିଯୋଗୀ ହେଉଛନ୍ତି ‘କାମ୍‌ନା’ ଅଭିନେତ୍ରୀ ଚାନ୍ଦନୀ ଶର୍ମା । ୨୦୧୯ ମସିହାରେ ‘ଡାର୍କଲାଇଟ୍‌’ ଜରିଆରେ ସେ ଅଭିନୟ କ୍ୟାରିଅର୍‌ ଆରମ୍ଭ କରିଥିଲେ । ଏହା ପରେ ‘ଇସ୍କ ମେଁ ମର୍‌ଜାୱାଁ-୨’ରେ ଇଶାନୀ ଭୂମିକାରେ ନଜର ଆସିଥିଲେ । ଧାରାବାହିକ ‘କାମନା’ ଜରିଆରେ ଅଭିଷେକ ରାୱତ ଓ ମାନବ ଗୋହିଲଙ୍କ ଅପୋଜିଟ୍‌ରେ ସେ ଲିଡ୍‌ ଲେଡି ଭାବେ ନଜର ଆସିଥିଲେ ।

‘ବିଗ୍‌ ବସ୍‌-୧୬’ ଚାନ୍ଦନୀଙ୍କ ପାଇଁ ନିଶ୍ଚିତ ଭାବେ ଗେମ୍‌ ଚେଞ୍ଜର୍‌ ହେବ । ତେବେ ଚୂଡ଼ାନ୍ତ ପ୍ରତିଯୋଗୀଙ୍କ ପାଇଁ ଶୋ’ର କୌଣସି ପ୍ରୋମୋ ଏପର୍ଯ୍ୟନ୍ତ ଜାରି ହୋଇନାହିଁ । କିନ୍ତୁ ‘କୁବୁଲ୍‌ ହୈ’ ନାୟିକା ସୁରଭି ଜ୍ୟୋତି, ‘ଇମ୍‌ଲି’ ଫେମ୍‌ ସୁମବୁଲ୍‌ ତୋକିର ଏବଂ ଟିନା ଦତ୍ତା, ଶ୍ରୀଜିତା ଦେ, ଫିଲ୍ମମେକର୍‌-ନିର୍ଦ୍ଦେଶକ ସାଜିଦ ଖାନ୍‌ଙ୍କ ନାଁକୁ ନେଇ ଖୁବ୍‌ ଚର୍ଚ୍ଚା ହେଉଛି । ନିକଟରେ ମୁକ୍ତିପ୍ରାପ୍ତ ଟିଜର୍‌ରେ ଶୋ’ର ହୋଷ୍ଟ ସଲମାନ୍‌ ଖାନ୍‌ ଏହାର ଥିମ୍‌ ବିଷୟରେ ଖୁଲାସା କରିଥିଲେ । ସେ କହିଥିଲେ ‘ଏଥର ବିଗ୍‌ ବସ୍‌ ନିଜେ ଖେଳିବେ ସିଜନ୍‌-୧୬’ । ନୂଆ ଥିମ୍‌ ଦେଖିବା ପରେ ଦର୍ଶକ ଅପ୍‌କମିଙ୍ଗ ସିଜନ୍‌କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ